କ୍ଲାସରୁମ୍ ନାଁରେ ୧୩ଠଠ କୋଟିର ଦୁର୍ନୀତି
ଆପ୍ ସରକାର ବିରୋଧରେ ସଂଗୀନ ଅଭିଯୋଗ
ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀରେ କ୍ଷମତାସୀନ ଥିବା ଆମ୍ ଆଦ୍ମୀ ପାର୍ଟି (ଆପ୍) ସରକାର ବିରୋଧରେ ରାଜ୍ୟ ଭିଜିଲାନ୍ସ ବିଭାଗ ଶୁକ୍ରବାର ଏକ ବଡ ତଥା ସଂଗୀନ ଅଭିଯୋଗ ଆଣିଛି । ୧୯୩ ସରକାରୀ ସ୍କୁଲରେ ପ୍ରାୟ ୨୪ଠ୫ କ୍ଲାସରୁମ୍ ନିର୍ମାଣ ଆଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍ ସରକାର ବ୍ୟାପକ ଦୁର୍ନୀତି କରିଥିବା ଭିଜିିଲାନ୍ସ ବିଭାଗ ପକ୍ଷରୁ ଅଭିଯୋଗ କରାଯାଇଛି । ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ ୨୪ଠ୫ କ୍ଲାସରୁମ୍ ନିର୍ମାଣ ଆଳରେ ପ୍ରାୟ ୧୩ଠଠ କୋଟି ଟଙ୍କାର ମହା ଦୁର୍ନୀତି ହୋଇଛି । ତେବେ ଏସମ୍ପର୍କୀତ ସବିଶେଷ ରିପୋର୍ଟ ରାଜ୍ୟ ମୁଖ୍ୟ ସଚିବଙ୍କୁ ହସ୍ତାନ୍ତର କରିବା ପୂର୍ବକ ଭିଜିଲାନ୍ସ ବିଭାଗ ଏହି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ସ୍ତରୀୟ ତଦନ୍ତ ଦାବି କରିଥିବା ଜଣାପଡ଼ିଛି ।
ଏପ୍ରିଲ ୨ଠ୧୫ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପିଡବ୍ଲୁ୍ୟଡି (ପବ୍ଲିକ୍ ୱାର୍କ୍ସ ଡିପାର୍ଟମେଣ୍ଟ)କୁ ଦିଲ୍ଲୀର ୧୯୩ ସରକାରୀ ସ୍କୁଲରେ ୨୪ଠ୫ ଅତିରିକ୍ତ କ୍ଲାସରୁମ୍ ନିର୍ମାଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଭିଜିଲାନ୍ସ ପକ୍ଷରୁ ଏହି ଅତିରିକ୍ତ କ୍ଲାସରୁମ୍ ନିର୍ମାଣର ଆବଶ୍ୟକତା ସମ୍ପର୍କରେ ଜାଣିବା ପାଇଁ ଏକ ସର୍ଭେ କରାଇଥିଲା । ସର୍ଭେ ରିପୋର୍ଟ ଆଧାରରେ ୧୯୪ ସ୍କୁଲରେ ୭୧୮ଠ ଇକ୍ୱିଭାଲେଣ୍ଟ କ୍ଲାସରୁମ୍ (ଇସିଆର୍) ନିର୍ମାଣ କରାଯିବା ନେଇ ଅନୁମାନ ଲଗାଯାଇଥିଲା ଯାହାକି, ୨୪ଠ୫ କ୍ଲାସରୁମ୍ ତୁଳନାରେ ୩ଗୁଣ ଅଧିକ ଥିଲା । କେନ୍ଦ୍ର ଭିଜିଲାନ୍ସ ଆୟୋଗ ଗତ ୧୭ ଫେବ୍ରୁଆରୀ, ୨ଠ୨ଠରେ ଏକ ରିପୋର୍ଟ ଦାଖଲ କରିଥିଲେ । ଏଥିରେ ପିଡବ୍ଲୁ୍ୟଡିର ଦିଲ୍ଲୀର ସରକାରୀ ସ୍କୁଲରେ ହୋଇଥିବା ଭ୍ରଷ୍ଟଚାର ସମ୍ପର୍କରେ ଉଲ୍ଲେଖ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଆପ୍ ସରକାର ଦୀର୍ଘ ୨ବର୍ଷ ପର୍ଯ୍ୟନ୍ତ ଏହି ମାମଲାକୁ ଆଗକୁ ବଢ଼ିବାକୁ ଦେଇନଥିଲା । ପରେ ୨ଠ୨୨ରେ ଦିଲ୍ଲୀ ଉପରାଜ୍ୟପାଳ ମୁଖ୍ୟ ଶାସନ ସଚିବଙ୍କୁ ନିଦେ୍ର୍ଦଶ ଦେଇ ଏହି ମାମଲାରେ ହେଉଥିବା ବିଳମ୍ବ ଉପରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।
ରିପୋର୍ଟ ଆସିବା ପରେ ଟେଣ୍ଡର ପ୍ରୋସେସ୍ରେ ବ୍ୟାପକ ହେରଫେର୍ ସହ ନିୟମର ଉଲ୍ଲଂଘନ କରାଯାଇଥିବା ସ୍ପଷ୍ଟ ହୋଇଛି । ଏପରିକି ବିନା ଟେଣ୍ଡର ପ୍ରକି୍ରୟାରେ ୫ଠଠ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦକୁ ମଧ୍ୟ ଦିଲ୍ଲୀ ସରକାର ମଞ୍ଜୁରି ଦେଇଥିଲେ ବୋଲି ଜଣାପଡିଛି । ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ୧୯୪ ସ୍କୁଲରେ ୧୬ଠ ଶୌଚାଳୟ ନିର୍ମାଣ କରାଯିବାକୁ ଥିବା ବେଳେ ୩୭ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୧୨୧୪ ଶୌଚାଳୟ ନିର୍ମାଣ କରାଯାଇଥିଲା । ଏତଦ୍ବ୍ୟତୀତ ଅତିରିକ୍ତ କାମ ପାଇଁ ମଧ୍ୟ ଟେଣ୍ଡର ପ୍ରକ୍ରିୟାର ନିୟମ ରହିଥିବା ବେଳେ ଏଠାରେ କିନ୍ତୁ କୌଣସି ଟେଣ୍ଡର ପ୍ରକ୍ରିୟା କରାଯାଇନଥିଲା । ଯାହାଦ୍ୱାରା ପ୍ରକଳ୍ପ ପାଇଁ ମୋଟ୍ ବ୍ୟୟବରାଦିତ ଅର୍ଥ ଠାରୁ ୫୩ % ଅଧିକ ଖର୍ଚ୍ଚ କରାଯାଇଛି । ଟେଣ୍ଡର ଭାଲୁ୍ୟ ୮୬ଠ.୬୩ କୋଟି ରହିଥିବା ବେଳେ ସରକାରଙ୍କ ପକ୍ଷରୁ ୯୮୯.୨୬ କୋଟି ପ୍ରଦାନ କରାଯାଇଥିଲା । ଏହି ପ୍ରକଳ୍ପରେ ମୋଟ୍ ୧୩୧୫.୧୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏତଦ୍ବ୍ୟତୀତ ଦିଲ୍ଲୀ ସରକାର ଏସବୁ ଶୌଚାଳୟକୁ କ୍ଲାସରୁମ୍ ଭାବେ ଦର୍ଶାଇବା ସହ ୧୪୧ ସ୍କୁଲରେ କେବଳ ୪ଠ୨୭ କ୍ଲାସରୁମ୍ ନିର୍ମାଣ କରିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।