ଶ୍ରୀମନ୍ଦିର ବେଢ଼ାରେ ପୁଲିସକୁ ସ୍ମାର୍ଟ ଫୋନ୍ ମନା

ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ବେଢ଼ାରେ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ୍ ମନା । ଏନେଇ ଏସ୍ପି କନ୍ୱାର ବିଶାଲ ସିଂହ ଶୁକ୍ରବାର କଡ଼ା ନିଦେ୍ର୍ଦଶ ଜାରି କରିଛନ୍ତି । ଏପରିକି ଆଜିଠାରୁ ଶ୍ରୀମନ୍ଦିର ଭିତରେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀମାନେ ଡୁ୍ୟଟି ସମୟରେ ସ୍ମାର୍ଟଫୋନ୍ ବ୍ୟବହାରକୁ ବାରଣ କରାଯାଇଛି । ପୂର୍ବରୁ ବିଭିନ୍ନ ସମୟରେ ଶ୍ରୀମନ୍ଦିର ପରିସରରେ ମାଳ ମାଳ ସ୍ମାର୍ଟଫୋନ୍ ପ୍ରବେଶକୁ ନେଇ ସବୁଆଡୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ଡୁ୍ୟଟି ସମୟରେ ପୁଲିସ କର୍ମଚାରୀମାନେ ମୋବାଇଲ୍ ବ୍ୟବହାର କରି କାର୍ଯ୍ୟରେ ଖିଲାପ କରୁଥିଲେ । ଫଳରେ ଏସ୍ପିଙ୍କ ଆଜି କଟକଣା ଜାରି ପରେ ଡୁ୍ୟଟିରେ ଥିବା କର୍ମଚାରୀଙ୍କ ମୁଣ୍ଡ ବିନ୍ଧା ହୋଇଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ପ୍ରବେଶ ଓ ଡୁ୍ୟଟି ସମୟରେ ସ୍ମାର୍ଟ ଫୋନ୍ ବାରଣ କରାଯାଇଥିବା ବେଳେ ବିଶେଷ କାର୍ଯ୍ୟରେ ନିୟୋଜିତ ଓ ଆପଦକାଳୀନ ସମୟରେ ବରିଷ୍ଠ ଅଧିକାରୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ୍ ମନା କରାଯାଇଛି । ଏସ୍ପିଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *