ଆସିଲା ଅତିରିକ୍ତ ବଜେଟ୍
୧୬,୮ଠଠ କୋଟିର ବଜେଟ ପେସ୍ କଲେ ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର, ୨୪ା୧୧ (ବୁ୍ୟରୋ): ଷୋଡଶ ବିଧାନସଭାର ୧୧ ତମ ଅଧିବେଶନର ପ୍ରଥମ ଦିନର ଦ୍ୱିତୀୟାର୍ଦ୍ଧରେ ଆଗତ ହୋଇଛି ଅତିରିକ୍ତ ବଜେଟ । ସଂସଦୀୟ ବ୍ୟାପାର ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ଅତିରିକ୍ତ ବଜେଟ ପାଇଁ ମୋଟ ୧୬ ହଜାର ୮୦୦ କୋଟି ଟଙ୍କା ଆଗତ କରିଥିଲେ । ଆର୍ଥିକ ବର୍ଷ ୨୦୨୨/୨୩ ପାଇଁ ଏହି ଅତିରିକ୍ତ ବଜେଟ ଆଗତ ହୋଇଥିଲା ।
ବଜେଟରେ ପ୍ରଶାସନିକ ବ୍ୟୟ ୪୯୩୪ କୋଟି ହୋଇଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ୯୨୦୦ କୋଟି । ସେହିପରି ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୨,୬୧୦.୪୬ କୋଟି ହୋଇଥିବାବେଳେ ୫୫.୫୪ କୋଟି ରାଜ୍ୟ ବଜେଟରୁ ସ୍ଥାନାନ୍ତର ହେବ । ରାଜ୍ୟ ସରକାରଙ୍କ ଅଧୀନରେ ·ଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ କରିବା ନିମନ୍ତେ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ରହିଛି । ବଜେଟ ପରବର୍ତ୍ତୀ ସମୟରେ ମରୁଡ଼ି ଯୋଗୁଁ ଖରିଫ ଫସଲ ହାନି ପାଇଁ କୃଷକଙ୍କୁ ସହାୟତା ପ୍ୟାକେଜ ଘୋଷଣା ହୋଇଛି । ପ୍ରଚଳିତ ରହିଥିବା କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ଜିତ ଯୋଜନା ଓ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ନୂତନ କେନ୍ଦ୍ର ପ୍ରଦର୍ଶିତ ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ । ଓଡିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା । ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ବ୍ୟବସ୍ଥାପନା ନିମନ୍ତେ ଅର୍ଥର ଆବଶ୍ୟକତା ଥିଲା ।
ପ୍ରଶାସନିକ ବ୍ୟୟ ଏବଂ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ଅନ୍ତର୍ଗତ ଆବଣ୍ଟନ ବାବଦକୁ ଅର୍ଥ ସମନ୍ୱୟ ଏବଂ ଅର୍ଥ ସମର୍ପଣ କରିଆରେ ବ୍ୟବସ୍ଥା କରାଯିବ । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଆବଣ୍ଟନ ବାବଦକୁ ରାଜ୍ୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠିରେ ଉପଲବ୍ଧ ବର୍ଷ ଶେଷ ବଳକା ଦ୍ୱାରା ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ଅତିରିକ୍ତ ବଜେଟରେ ବ୍ୟୟ ବରାଦ ହୋଇଥିବା ୯ ହଜାର ୨୦୦ କୋଟି ଟଙ୍କା ମଧ୍ୟରୁ ୨ ହଜାର ୦୬୬ କୋଟି ଟଙ୍କା ସହବନ୍ଧିତ ସମୂଳ ସୂତ୍ରରୁ ଓ ୭ ହଜାର ୧୩୪ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ତଥା ଅର୍ଥ ସମର୍ପଣ ଦ୍ୱାରା ଭରଣା କରାଯିବ ।
ବ୍ୟୟ କ୍ଷେତ୍ରରେ ମୋଟ ୪ ହଜାର ୯୩୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବଜେଟ ସ୍ଥିରୀକରଣ ପାଣ୍ଠି ପାଇଁ ୩ ହଜାର ୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପଞ୍ଚାୟତିରାଜ ସଂସ୍ଥା ଦ୍ୱାରା ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ୧୭୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ୧୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାର ମାଧ୍ୟମିକ ଶିକ୍ଷା ବୋର୍ଡକୁ ୧୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ଚିକିତ୍ସା ପାଇଁ ୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଭେଷଜ ଶିକ୍ଷା, ତାଲିମ ଏବଂ ଅନୁସନ୍ଧାନ ନିମନ୍ତେ ୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ୫୩ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି ।
କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳସେଚନ ସୁବିଧା ପାଇଁ ମୋଟ ୩୦୬.୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପାଇଁ ୯୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କୃଷି ସମ୍ପ୍ରସାରଣ ଏବଂ ପ୍ରଯୁକ୍ତିବିଦ୍ୟା ଜାତୀୟ ମିଶନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ୱାସ୍ଥ୍ୟ ସେବାର ସୁବିଧା ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୮୬୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭେଷଜ ମହାବିଦ୍ୟାଳୟ ଆଦିରେ ଭିତ୍ତିଭୂମି ବିକାଶ ନିମନ୍ତେ ୬୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୫୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସୁପର ସ୍ପେସିଆଲିଟି ସ୍ୱାସ୍ଥ୍ୟ ସେବା ପାଇଁ ୩୩ କୋଟି ବ୍ୟୟ ବରାଦ କରାଯାଇଛି ।
ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ଅଂଶଧନ ବିବାଦକୁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମହିଳା ଓ ଶିଶୁଙ୍କ ସଶକ୍ତିକରଣ ଓ ବିକାଶ ପାଇଁ ମୋଟ ୧୭୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମିଶନ୍ ଶକ୍ତି ସମ୍ବଳ କାର୍ଯ୍ୟକ୍ରମ ଅଧୀନରେ ୩୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ ୨.୦ ଅଧୀନରେ ୨୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଜ୍ୟରେ କାର୍ଯ୍ୟକାରି ଥିବା ଯୋଜନା ଅଧୀନରେ ଅଙ୍ଗନବାଡି କର୍ମୀ ତଥା ସହାୟକଙ୍କ ନିମନ୍ତେ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ନୂତନ ଗ୍ୟାସ ସଂଯୋଗ ନିମନ୍ତେ ୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗର୍ଭବତୀ ମହିଳାଙ୍କ ପାଇଁ ସର୍ତ୍ତମୂଳକ ନଗଦ ହସ୍ତାନ୍ତର ନିମନ୍ତେ ୨୮ କୋଟି ବ୍ୟୟବରାଦ କରାଯାଇଛି । ବିଜୁ ଶିଶୁ ସୁରକ୍ଷା ଯୋଜନା ଆଶୀର୍ବାଦ ଅଧୀନରେ କୋଭିଡ ଯୋଗୁଁ ପିତା-ମାତାଙ୍କୁ ହରାଇଥିବା ଶିଶୁଙ୍କ ଯତ୍ନ ଓ ସୁରକ୍ଷା ନିମନ୍ତେ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଜନଜାତି ଓ ଜାତି ଉନ୍ନୟନ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ପାଇଁ ମୋଟ ୪୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଶିକ୍ଷା ଯୋଜନା ନିମନ୍ତେ ୧୬୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପଛୁଆ ବର୍ଗ ଏବଂ ଜନଜାତିଙ୍କ ବିକାଶ ପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରାକ ମ୍ୟାଟ୍ରିକ୍ ଛାତ୍ର ବୃଦ୍ଧି ପାଇଁ ୮୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୩୦ କୋଟି ପ୍ରଦାନ କରାଯାଇଛି । ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨,୦୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମଧ୍ୟାହ୍ନ ଭୋଜନକୁ ରାଜ୍ୟ ସହାୟତା ପାଇଁ ୩୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ମୋ ସ୍କୁଲ୍ ଅଭିଯାନ ପାଇଁ ୩୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୩୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଣ ସରକାରୀ ସହାୟତା ପ୍ରାପ୍ତ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପାଇଁ ୨୨ କୋଟି ଟଙ୍କା ଏବଂ ଅଣ ସରକାରୀ ସହାୟତା ପ୍ରାପ୍ତ ହାଇସ୍କୁଲ ପାଇଁ ୬୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅଣ ସରକାରୀ କଲେଜଗୁଡ଼ିକୁ ଅନୁଦାନ ନିମନ୍ତେ ୧୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ସ୍କଲାରସିପ୍ ପାଇଁ ୨୬ କୋଟି ପ୍ରଦାନ କରାଯାଇଛି । କ୍ରୀଡ଼ା ଭିତ୍ତିଭୂମି ବିକାଶ ଏବଂ ପରିଚାଳନା ନିମନ୍ତେ ୫୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଓଡ଼ିଶା ରାଜ୍ୟ ସ୍ୱୟଂ ନିଯୁକ୍ତି ମିଶନ ପାଇଁ ୨୫ କୋଟି ପ୍ରଦାନ କରାଯାଇଛି ।
ଗ୍ରାମୀଣ ଗୃହ ନିର୍ମାଣ, କର୍ମ ନିଯୁକ୍ତି, ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଇଁ ମୋଟ ୫୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପାଇଁ ୫୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସହରାଞ୍ଚଳ ଉନ୍ନୟନ ସହାରାଞ୍ଚଳ ଉନ୍ନୟନ ପାଇଁ ମୋଟ ୭୮୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସହରୀ ପରିମଳ ଯୋଜନା ଅଧୀନରେ ୩୩୭ କୋଟି ଏବଂ ସହରୀ ଶାସନର ଉନ୍ନତି ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।