କେନ୍ଦ୍ରକୁ ସୁପ୍ରିମ୍କୋର୍ଟଙ୍କ ଯକ୍ଷପ୍ରଶ୍ନ

ନୂଆଦିଲ୍ଲୀ, ୨୪ା୧୧: ନବ ନିଯୁକ୍ତି ନିର୍ବାଚନ ଆୟୁକ୍ତ ଅରୁଣ ଗୋୟଲଙ୍କ ନିଯୁକ୍ତି ସମ୍ବନ୍ଧୀୟ ଫାଇଲ୍ ଖୋଲି ସୁପ୍ରିମ୍କୋର୍ଟର ୫ ଜଣିଆ ସମ୍ବିଧାନ ପୀଠ କେନ୍ଦ୍ର ସରକାରଙ୍କୁ ଅନେକ ଜଟିଳ ପ୍ରଶ୍ନ ପଚାରିଛନ୍ତି । ବୁଧବାର ଏହି ଫାଇଲ୍ ତଲବ କରିବା ପରେ ଗୁରୁବାର ସରକାରଙ୍କ ପକ୍ଷରୁ ଆଡ୍ଭୋକେଟ୍ ଜେନେରାଲ୍ (ଏଜି) ଆର୍ ଭେଙ୍କଟ ରମଣୀ ତାହା ଦାଖଲ କରିଥିଲେ । ଏହାର ୫ଟି ନକଲ ପ୍ରତ୍ୟେକ ବିଚାରପତିଙ୍କୁ ଦିଆଯାଇଥିଲା । ଫାଇଲ୍ ଅନୁଧ୍ୟାନ କରିବା ପରେ ନ୍ୟାୟପୀଠ ପଚାରିଥିଲେ, ଅରୁଣ ଗୋୟଲଙ୍କ ନାମ ଏକାଦିନକେ ଚୂଡାନ୍ତ ହେଲା କିପରି ଓ କାହିଁକି?
ସରକାର ନିର୍ବାଚନ ଆୟୋଗ ଅଧିନିୟମ, ୧୯୯୧ ଧାରା ୬ର ଉଲ୍ଲଂଘନ କରିଛନ୍ତି ବୋଲି ଟିପ୍ପଣୀ ଦେଇ ପୀଠର ଅନ୍ୟତମ ସଦସ୍ୟ ଜଷ୍ଟିସ୍ ଅଜୟ ରସ୍ତୋଗୀ କହିଥିଲେ, ମେ’ ୧୫ ତାରିଖରେ ପଦ ଖାଲି ହୋଇଥିଲା । କିନ୍ତୁ ସରକାର ଗୋଟିଏ ଦିନରେ ନାମ ଚୂଡାନ୍ତ କରି ସେହିଦିନ ବିଜ୍ଞପ୍ତି ଜାରି ସହ ମଞ୍ଜୁରି ପରେ ପରେ ଗୋୟଲଙ୍କୁ ନିଯୁକ୍ତି ଦେଲେ । ଫାଇଲ୍ ୨୪ ଘଣ୍ଟା ବି ଗତିକଲା ନାହିଁ । ଏହା ତ ବିଜୁଳିର ଗତିଠାରୁ ମଧ୍ୟ ତୀବ୍ରତର!
ପାଞ୍ଚଜଣିଆ ସମ୍ବିଧାନ ପୀଠର ଅଧ୍ୟକ୍ଷ ଜଷ୍ଟିସ୍ କେଏମ୍ ଜୋଶେଫ୍ କହିଥିଲେ, ଆମେ କୌଣସି ବ୍ୟକ୍ତିଙ୍କ ବିରୋଧରେ କହୁନାହୁଁ, ଆମେ କେବଳ ନିଯୁକ୍ତି ଢାଞ୍ଚାକୁ ନେଇ ଚିନ୍ତିତ । ଯଦି ସରକାର ବୟସ ହିସାବରେ ନିଯୁକ୍ତି ଦେଇଛନ୍ତି, ତେବେ ୪୦ ବରିଷ୍ଠ ବୁ୍ୟରୋକ୍ରାଟ୍ ଥିଲେ । ସେଥିରୁ ୩୬ ଜଣଙ୍କ ନାଁ କଟିଲା କେମିତି? କେଉଁ ମାନଦଣ୍ଡରେ ଆଇନ ମନ୍ତ୍ରୀ ୪ ଜଣ ନାମ ଶର୍ଟଲିଷ୍ଟ୍ରେ ରଖିଲେ? ଯାହାଙ୍କୁ ନିଯୁକ୍ତ କରାଗଲା ଆୟୁକ୍ତ ରୂପେ ତାଙ୍କ କାର୍ଯ୍ୟକାଳ ୬ ବର୍ଷ ହେବ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *