କେନ୍ଦ୍ର ଅବହେଳା, ଫସଲ ବୀମା ପ୍ରସଙ୍ଗ
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ
ଭୁବନେଶ୍ୱର (ବୁ୍ୟରୋ): ଗୁରୁବାରଠାରୁ ବିଧାନସଭା ଆରମ୍ଭ ହୋଇଥିବାବେଳେ ବିଜେଡିର ବିଧାୟକ ଦଳ ବୈଠକ ଆୟୋଜିତ ହୋଇଛି । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଧ୍ଧ୍କ୍ଷତାରେ ବସିଥିବା ଏହି ବୈଠକରେ ଚଳିତ ବିଧାନସଭାରେ ବିଜେଡ଼ି କ’ଣ କ’ଣ ପ୍ରସଙ୍ଗକୁ ମୁଦ୍ଦା କରିବ ସେନେଇ ଆଲୋଚନା ହୋଇଥିଲା । ବିଧାନସଭା ପ୍ରାରମ୍ଭ ହେବା ପୂର୍ବରୁ ଶାସକ ଦଳର ବିଧାୟକମାନେ ବିଧାନସଭାର ପ୍ରକୋଷ୍ଠରେ ଏକାଠି ହୋଇ ଦଳୀୟ ରଣନୀତି ଚଳିତ ଅଧିବେଶନ ପାଇଁ କ’ଣ ରହିବ ସେନେଇ ଆଲୋଚନା କରିଥିଲେ ।
ବିଧାନସଭାରେ ବିଜେଡି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ବିଧାୟକ ଦଳର ବୈଠକ ବସିଥିଲା । ଯେଉଁଥିରେ ଚାଷୀ ଅବହେଳା ପ୍ରସଙ୍ଗ, ରେଳବାଇ, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କଥା ଉଠାଇବାକୁ ନିଷ୍ପତ୍ତି ହୋଇଛି । ଏଥିସହ ସମସ୍ତ ବିଧାୟକ ବିଧାନସଭାରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ କହିଥିବା କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବାରମ୍ବାର ଏମଏସପି ବୃଦ୍ଧି ପାଇଁ ରାଜ୍ୟ ସରକାର ଦାବି କରୁଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଲେ ମଧ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୌଣସି ଉତ୍ତର ମିଳୁ ନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।