ଅର୍ଚ୍ଚନା ପ୍ରସଙ୍ଗରେ ହଟ୍ଟଗୋଳ

ଭୁବନେଶ୍ୱର, ୨୪ା୧୧ (ବୁ୍ୟରୋ): ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଗୃହକାର୍ଯ୍ୟ ପ୍ରାରମ୍ଭରେ ଦିବଙ୍ଗତ ସଦସ୍ୟଙ୍କ ଉଦେ୍ଦଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇ (ଏମ) ନେତା ଲକ୍ଷଣ ମୁଣ୍ଡା ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ ଏବଂ ଅନ୍ୟ ତିନି ସଦସ୍ୟଙ୍କ ଉଦେ୍ଦଶ୍ୟରେ ଶୋକ ପ୍ରସ୍ତାବ ପାରିତ ହୋଇଛି ।
ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀ, ଗୋପନାରାୟଣ ଦାସ ଓ ଆଦିକନ୍ଦ ସେଠୀଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି । ସ୍ୱର୍ଗତ ସଦସ୍ୟଙ୍କ ଉଦେ୍ଦଶ୍ୟରେ ୧ ମିନିଟର ନୀରବ ପ୍ରାର୍ଥନା କରାଯାଇଛି । ଗୃହ ପକ୍ଷରୁ ସ୍ୱର୍ଗତ ସଦସ୍ୟଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଯାଇଛି ।
ଏହାପରେ ଗୃହ କାର୍ଯ୍ୟ ସନ୍ଧ୍ୟା ୫ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ପରେ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ହେଲେ ପ୍ରାରମ୍ଭରୁ କଂଗ୍ରେସ୍ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଥମରୁ ନାଗ-ଚାନ୍ଦ ଦମ୍ପ୍୍ତି ଓ ରାଜ୍ୟ ସରକାରଙ୍କ ଏନେଇ ଥିବା ନୀରବତକୁ ଟାର୍ଗେଟ କରିଥିଲେ ।
ଓଡିଶା ପୁଲିସ ଯାହାକୁ ଛାଡି ଦେଇଥିଲା, ଇଡି ସେମାନଙ୍କୁ ଗିରଫ କରିଛି । ଘଟଣାକୁ ନେଇ କାହିଁକି ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି ଜବାବ ଦିଅନ୍ତୁ ବୋଲି ନରସିଂହ ଦାବି କରିଛନ୍ତି । ଏହାସହ ଏନେଇ ବାଚସ୍ପତିଙ୍କ ରୁଲିଂ ମଧ୍ୟ ଦାବି କରିଛନ୍ତି । ବିରୋଧୀ ବିଜେପି ମଧ୍ୟ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି । ପ୍ରସଙ୍ଗକୁ ନେଇ ବିରୋଧୀ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବାରୁ ବାଚସ୍ପତି ବିଧାନସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ।
ସୂଚନାଯୋଗ୍ୟ, ଅତିରିକ୍ତ ବଜେଟ୍ ଆରମ୍ଭରୁ ବିରୋଧୀମାନେ ଏକଜୁଟ୍ ହୋଇ ପୋଡିଅମ୍ ନିକଟରେ ହୋ-ହଲ୍ଲା କରିଥିଲେ । ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟ ସରକାର କାହିଁକି ଚୁପ୍ ରହିଛନ୍ତି, ସେନେଇ ବିଜେପି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ଏନେଇ ଜବାବ ଦିଅନ୍ତୁ ନଚେତ୍ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ସଦସ୍ୟ ଦାବି କରିଥିଲେ । ଯାହାଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଶୁକ୍ରବାର ସକାଳ ଯାଏ ମୁଲତବୀ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *