ପ୍ରଚାରରେ କମ୍ପୁଛି ପଦ୍ମପୁର

ଭୁବନେଶ୍ୱର (ବୁ୍ୟରୋ): ପଦ୍ମପୁର ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି । ସମସ୍ତ ରାଜନୈତିକ ଦଳ ତଥା ପ୍ରାର୍ଥୀ ନିର୍ବାଚନ କମିସନଙ୍କ ନିଦେ୍ର୍ଦଶବଳୀ ପାଳନ ପୂର୍ବକ ପ୍ରଚାର ଗାଡ଼ି, ଡାକବାଜି ଯନ୍ତ୍ର ଓ ସଭାସ୍ଥଳ ପାଇଁ ବିଧିବଦ୍ଧ ଭାବେ ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କଠାରେ ଅନୁମତି ନେବା ପାଇଁ କୁହାଯାଇଛି । ବିନା ଅନୁମତିରେ ଏହି ସବୁ ବ୍ୟବହାର କଲେ ଆଇନ ଅନୁ୍ୟାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ସୂଚାଇ ଦେଇଛନ୍ତି ।
ନିର୍ବାଚନ ଲଢୁଥିବା କୌଣସି ଦଳ କିମ୍ବା ପ୍ରାର୍ଥୀ କିମ୍ବା ନିର୍ଭରଶୀଳ ପରିବାର ସଦସ୍ୟ ଯାହାକି ତାଙ୍କ ସତ୍ୟପାଠରେ ଉଲ୍ଲେଖ ଥିବ ସେମାନଙ୍କ ଆକାଉଣ୍ଟରୁ ୧ ଲକ୍ଷରୁ ଅଧିକ ଅନିୟମିତ ଏବଂ ସନେ୍ଦହାତ୍ମକ ଟଙ୍କା ଜମା ଓ ଉଠାଣ ସମ୍ପର୍କରେ ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । କୌଣସି ଆକାଉଣ୍ଟରୁ ସନେ୍ଦହାତ୍ମକ ଭାବରେ ଏକ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କିମ୍ବା ଉଠାଣ ହେଲେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଜଣାଇବା ସହ ୧୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେଲେ ଆୟକର ବିଭାଗର ନୋଡାଲ ଅଧିକାରୀଙ୍କୁ ସୂଚନା ଦେବାକୁ କୁହଯାଇଛି । ଏହି ସ୍ଥିତିେରେ ହେବିୱେଟ୍ଙ୍କ ସହ କମ୍ପୁଛି ପ୍ରଚାର ମଇଦାନ । ୩ ଦଳର ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ନିର୍ବାଚନୀ ପ୍ରଚାରରେ ଲାଗି ପଡ଼ଛନ୍ତି । ଫଳରେ ପଦମ୍ପୁର ନିର୍ବାଚନ ମଣ୍ଡଳୀ ଏବେ ପ୍ରଚାର ଗୀତ, ଲୋକନାଟ୍ୟ, ମ୍ୟାଜିକ୍ ସୋରେ କମ୍ପୁଥିବା ନଜରକୁ ଆସିଛି । ବିଜେଡି-ବିଜେପି ଓ କଂଗ୍ରେସ ପ୍ରଚାରରେ ନିଜ ଶକ୍ତି ଦେଖାଉଥିବାବେଳେ ବିଜେଡି ପ୍ରାର୍ଥୀ ବର୍ଷା ନିଜ ସମର୍ଥନ ସାଉଣ୍ଟିବାରେ ବ୍ୟସ୍ଥ ରହିଛନ୍ତି । ଅନୂକମ୍ପା ଭୋଟ୍ ତାଙ୍କ ପାଇଁ ଏକ ବଡ଼ ଫ୍ୟାକ୍ଟର ହୋଇଥିବାବେଳେ ବିଜେଡି ୱାର୍ଡସ୍ତରରେ ବଳ ବଢ଼ାଉଥିବା ନଜରକୁ ଆସିଛି ।
ଏହି ମଧ୍ୟରେ ପଦମପୁର ହେଉଛି ଏକ ଶୁଖା ଅଞ୍ଚଳ । ଏଠାରେ ଜଳସେଚନର ସୁବିଧା ବିଶେଷ ଭାବରେ ନାହିଁ । ୨୦୨୧ରେ ଏଠାରେ ମରୁଡି ହୋଇଥିଲା । ହେଲେ ଏଯାବତ୍ ପଦମପୁର ଚାଷୀଙ୍କୁ ଇନପୁଟ ସବସିଡ୍ (ମରୁଡି ସହାୟତା) ମିଳିପାରିଲା ନାହିଁ । ରାଜ୍ୟ ସରକାର କେବେ ପଦମପୁର ଚାଷୀଙ୍କୁ ଇନପୁଟ ସବସିଡ ଦେବେ ତାହା ପ୍ରକାଶ କରନ୍ତୁ ବୋଲି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି । ଗୁରୁବାର ଏକ ସାମା୍ବାଦିକ ସମ୍ମଳନୀରେ ଶ୍ରୀ ମହାଲିଙ୍ଗ ଏହି ଚାଷୀ ସମସ୍ୟାର ସମାଧାନ ଦାବି କରିଛନ୍ତି ।
ସେହିପରି କିଛି ଦିନ ବ୍ୟବଧାନ ପରେ କଂଗ୍ରେସ ନିଜ କ୍ୟାମ୍ପେନ ଆରମ୍ଭ କରିଛି । ଦଳର ବରିଷ୍ଠ ନେତା ଓ ସମର୍ଥକଙ୍କ ସହ ପ୍ରାର୍ଥୀ ସତ୍ୟଭୂଷଣ ସାହୁ କ୍ୟାମ୍ପେନ କରିବା ସହ ସଙ୍ଗଠନକୁ ମଝବୁତ୍ କରିବାକୁ ଚେଷ୍ଟା କରିଛନ୍ତି । ବଡ଼କଥା ହେଲା ଗୁରବାର ପୁଣି ନିଜ ନିଜ ସମସ୍ୟା ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜେପି-ବିଜେଡି । ନିଜ ଉପରେ ପ୍ରାୟୋଜିତ ଆକ୍ରମଣ କରି ବିଜେପି ବିଜେଡି ଉପରେ ଅଠା ବୋଳିବାକୁ ଅପଚେଷ୍ଟା କରୁଛି ବୋଲି ସିଇଓଙ୍କୁ ଭେଟି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ଅଭିଯୋଗ କରିଛନ୍ତି । ସେହିପରି ଶାସକ ଦଳ ସରକ୍ାରୀ କର୍ମଚାରୀଙ୍କ ସହାୟତାରେ ନିର୍ବାଚନ ଜିତିବାକୁ ପ୍ରୟାସ କରୁଥିବା ବିଜେପି ସିଇଓଙ୍କ ନିକଟରେ ଅଭିଯୋଗ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *