ଭିନ୍ନକ୍ଷମ ପରିବାରକୁ ସହାୟତା କେବେ?

ବନ୍ତ (ଆପ୍ର): ଜନ୍ମରୁ ଦିବ୍ୟାଙ୍ଗ । କିନ୍ତୁ ମନୋବଳ ତାଙ୍କୁ ସକ୍ଷମ କରିଛି । ସାହସ ଓ ନିରବଚ୍ଛିନ୍ନ ପ୍ରଚେଷ୍ଟା ବଳରେ ଭିନ୍ନକ୍ଷମ ହୋଇ ମଧ୍ୟ ବଜାରରେ କରିଛନ୍ତି ଜଳଖିଆ ଦୋକାନ । ଏଥିରୁ ସେ ପରିବାର ପ୍ରତିପୋଷଣ କରି ଆସୁଛନ୍ତି ଅରକ୍ଷିତ ଲେଙ୍କା (୪୬) । ସେଣ୍ଡତିରା ପଞ୍ଚାୟତ ଆଳମଙ୍ଗା ଗାଁର ଅରକ୍ଷିତ ସରକାରୀ ଯୋଜନାର ସୁଫଳ ପାଇ ନାହାନ୍ତି । ନା ମିଳିଛି ସରକାରୀ ଆବାସ ନା ଆର୍ଥିକ ସହାୟତା । ସରକାରୀ ସହାୟତା ପାଇଲେ ବ୍ୟବସାୟକୁ ଆହୁରି ଆଗକୁ ନେବାର ସ୍ୱପ୍ନ ଦେଖୁଥିବା ଅରକ୍ଷିତଙ୍କ ଡାହାଣ ଗୋଡ଼ ଜନ୍ମରୁ ବଙ୍କା । ସ୍ତ୍ରୀ ଉମାମଣି ଏବଂ ତାଙ୍କ ବଡ ପୁଅ ଅଜୟ ମାନସିକ ବିକାରଗ୍ରସ୍ତ । ସାନ ଝିଅ ବାସନ୍ତୀ ଆଳମଙ୍ଗା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଛି ।
କୁଡିଆରେ ଦୀର୍ଘ ବର୍ଷ ହେବ ରହି ଆସୁଥିବା ଏହି ଭିନ୍ନକ୍ଷମ ପରିବାର ପ୍ରତି ପ୍ରଶାସନର ନଜର ପଡ଼ୁନି । ବାରମ୍ବାର ଘର ଖଣ୍ଡିଏ ପାଇଁ ପ୍ରଶାସନ ନିକଟରେ ଆବେଦନ କରି କରି ହାଲିଆ ହେଲେଣି । ତଥାପି କେହି ଶୁଣୁ ନାହାନ୍ତି । ବ୍ୟବସାୟ ପାଇଁ ଋଣ ମଧ୍ୟ ମିଳୁନାହିଁ ବୋଲି କ୍ଷୋଭର ସହ କରିଛନ୍ତି ଅରକ୍ଷିତ । ତାଙ୍କୁ ସରକାରୀ ସ୍ତରରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *