ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ

ହକି ବିଶ୍ୱକପ୍: ପ୍ରଥମ
ଭୁବନେଶ୍ୱର, ୨୩ା୧୧ (ବୁ୍ୟରୋ): ଆସନ୍ତା ହକି ବିଶ୍ୱକପ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ବିଶ୍ୱକପ । ଜାନୁଆରୀ ୨୯ ଯାଏଁ କଳିଙ୍ଗ ଓ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିବ ଏହି ବିଶ୍ୱକପ । ଏନେଇ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆରମ୍ଭ ହୋଇଯାଇଛି ଟିକେଟ ବିକ୍ରି ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ ୨୦୨୩ର ପ୍ରଥମ ଟିକେଟ ଗ୍ରାହକ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ବୁଧବାର ହକି ବିଶ୍ୱକପ ପାଇଁ ପ୍ରଥମ ଟିକେଟ କିଣିଛନ୍ତି ।
ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କଠୁ ୫୦୦ ଟଙ୍କିଆ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଟିକେଟ ପ୍ରଦାନ କରିଛନ୍ତି ହକି ଇଣ୍ଡିଆ ସଭାପତି ଶ୍ରୀ ତିର୍କୀ । ୱେଷ୍ଟ ଷ୍ଟାଣ୍ଡ ପ୍ରଥମ ଫ୍ଲୋର ପାଇଁ ମୁଖ୍ୟମନ୍ତ୍ରୀ ଟିକେଟ କିଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସିଟ ନମ୍ବର ୧ ହୋଇଥିବାବେଳେ ସେ ୨ ନମ୍ବର ଗେଟରେ ପ୍ରବେଶ କରିବେ ବୋଲି ସୂଚନା ମିଳିଛି । ୨୦୧୮ ହକି ବିଶ୍ୱକପର ସଫଳତା ପରେ ରାଜ୍ୟ କ୍ରମାଗତ ଦ୍ୱିତୀୟଥର ପାଇଁ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି ।
୨୦୨୩ ଜାନୁଆରୀ ୧୩ରୁ ୨୯ ଯାଏଁ ବିଶ୍ୱକପ ଚାଲିବ । କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ୨୦୧୮ ତୁଳନାରେ ୨୦୨୩ ବିଶ୍ୱକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛି ଓଡିଶା । ଟୁର୍ଣ୍ଣାମେଣ୍ଟ ପାଇଁ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥିର କରିବାକୁ ଓଡିଶା ସରକାର ଜୋରଦାର ପ୍ରସ୍ତୁତି କରିଛନ୍ତି । ଏକାସାଙ୍ଗରେ ଏହି ଟୁର୍ଣ୍ଣାମେଣ୍ଟ ୨ ସହରରେ ଅନୁଷ୍ଠିତ ହେବ । ଖେଳାଳି, ଅଧିକାରୀ ଓ ଦର୍ଶକଙ୍କ ପାଇଁ ଏହା ଏକ ସ୍ମରଣୀୟ ବିଶ୍ୱକପ କରିବାକୁ ଓଡିଶା ସରକାର ପ୍ରୟାସ ଚଳାଇଛନ୍ତି ।
ବିଶ୍ୱକପରେ ରାଜ୍ୟର କଳା, ଐତିହ୍ୟ ଓ ସଂସ୍କୃତିକୁ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ରହିଛି । ବିଭିନ୍ନ ବିଭାଗ ନିରବଚ୍ଛିନ୍ନ ଭାବରେ ଏବଂ ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତି । ଆନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରିବାରେ ଓଡିଶା ଏକ ମାନଦଣ୍ଡ ସ୍ଥିର କରିଛି । ରାଉରକେଲାର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । କଳିଙ୍ଗ ଷ୍ଟାଡିୟମରେ ନୂତନ ଟର୍ଫ ପକାଯାଉଛି । ଉଭୟ ସ୍ଥାନରେ ବିଶ୍ୱକପର ସଫଳ ଆୟୋଜନ ପାଇଁ ସୁରକ୍ଷା, ଅଗ୍ନି ନିରାପତ୍ତା, ପରିବହନ ସଂଯୋଗ, ଆବାସ, ପର୍ଯ୍ୟଟନ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ର ପାଇଁ ଆବଶ୍ୟକତା ଅନୁସାରେ ବ୍ୟବସ୍ଥା କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *