ପ୍ରେମିକର ପିଣ୍ଢାରେ ପ୍ରେମିକାର ଧାରଣା
ବ୍ରହ୍ମପୁର ପରେ ଏବେ ପଞ୍ଚମା
ରଙ୍ଗେଇଲୁଣ୍ଡା (ଆପ୍ର): ପ୍ରେମରେ ପ୍ରତାରିକ ହୋଇ ଗୋଳନ୍ଥରା ଥାନା ଅଧୀନ ରଣ୍ଢା ନିକଟସ୍ଥ ପଞ୍ଚମା ଗ୍ରାମ ମୁକ୍ତିପଥ ସାହିରେ ପ୍ରେମିକଙ୍କ ପିଣ୍ଡାରେ ଜଣେ ଯୁବତୀ ଧାରଣା ଦେଇଛନ୍ତି । ଗ୍ରାମର ଲକ୍ଷ୍ମୀ ମଣ୍ଡଳ(୨୧)ଙ୍କ ସହ ଉକ୍ତ ଗ୍ରାମର ନୃସିଂହ ପ୍ରଧାନଙ୍କ ବହୁ ଦିନ ହେଲା ପ୍ରେମ ସମ୍ପର୍କ ଥିଲା । ନୃସିଂହ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିବା ସେ ଅଭିଯୋଗ କରିଛନ୍ତି । କିଛିଦିନ ପରେ ଯୁବକ ଜଣକ ବିଭିନ୍ନ ଆଳ ଦେଖାଇ ଲକ୍ଷ୍ମୀଙ୍କୁ ଧରା ଛୁଆଁ ଦେଲେନି । ଏ ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିବା ପରେ ଗୋଳନ୍ଥରା ପୁଲିସ୍ ଧର୍ଷଣ ମାମଲାରେ ନୃସିଂହଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ୪ମାସ ଜେଲ୍ରେ ରହିବା ପରେ ସେ ଜାମିନରେ ଆସିବା ପରେ ପୀଡ଼ିତାଙ୍କ ସହ ନୋଟରୀରେ ବିବାହ ପାଇଁ ଆବେଦନ କରିଥିଲେ । ପରେ ସେ ନିଜ ପରିବାର ସଦସ୍ୟଙ୍କ ପ୍ରରୋଚନାରେ ବଶୀଭୂତ ହୋଇ ତାଙ୍କୁ ପ୍ରତାରିତ କରିଛନ୍ତି । ଅସହାୟ ହୋଇ ସେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହଯୋଗ ଲୋଡ଼ିଥିଲେ । ପ୍ରମିଳା ତ୍ରିପାଠୀ ପଞ୍ଚମା ଆସି ଯୁବକଙ୍କୁ ଭେଟି ତାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କୌଣସି କଥାକୁ ଗ୍ରହଣ ନ କରିବାରୁ ଶେଷରେ ପ୍ରମିଳା ତ୍ରିପାଠୀ ପୀଡିତା ଲକ୍ଷ୍ମୀ ମଣ୍ଡଳକୁ ଧରି ଅଭିଯୁକ୍ତ ନୃସିଂହ ପ୍ରଧାନର ବାରଣ୍ଡାରେ ଧାରଣାରେ ବସିଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପୀଡିତା କହିଛନ୍ତି । ସ୍ଥାନୀୟ ଗୋଳନ୍ଥରା ପୁଲିସ୍ ପକ୍ଷରୁ ଘଟଣା ଉପରେ କଡ଼ା ନଜର ରଖାଯାଇଛି ।