ବାଦ୍ ପଡ଼ିଲେ ଜାଡ଼େଜା, ଦୟାଲ୍

ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳା
ମୁମ୍ବାଇ, ୨୩ା୧୧ (ଏଜେନ୍ସି): ଆଣ୍ଠୁ ଯନ୍ତ୍ରଣାରୁ ସୁସ୍ଥ ହୋଇ ନ ଥିବାରୁ ଭାରତୀୟ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କୁ ଡିସେମ୍ବରରେ ବାଂଲାଦେଶ ଗସ୍ତରେ ହେବାକୁ ଥିବା ତିନି ମ୍ୟାଚ୍ର ଦିନିକିଆ ଶୃଙ୍ଖଳା ଲାଗି ଟିମ୍ରୁ ବାଦ୍ ଦିଆଯାଇଛି । ସେହିପରି ନୂଆମୁହଁ ଭାବେ ଡକରା ପାଇଥିବା ଦ୍ରୁତ ବୋଲର୍ ଯଶ ଦୟାଲ୍ ପିଠି ଯନ୍ତ୍ରଣା ଭୋଗୁଥିବାରୁ ଏହି ଶୃଙ୍ଖଳାର ଅଂଶବିଶେଷ ହେବେ ନାହିଁ ।
ଡିସେମ୍ବର ୪ରୁ ଆରମ୍ଭ ହେବାକୁ ଥିବା ଏହି ଶୃଙ୍ଖଳା ପାଇଁ ଦୟାଲ୍ ଓ ଜାଡ଼େଜାଙ୍କ ବଦଳ ଖେଳାଳି ଭାବେ ଦ୍ରୁତ ବୋଲର୍ କୁଲଦୀପ ସେନ୍ ଓ ଅଲ୍ରାଉଣ୍ଡର୍ ଶାହବାଜ୍ ଅହମଦଙ୍କୁ ଟିମ୍ରେ ସାମିଲ୍ କରାଯାଇଛି ।
ଜାଡ଼େଜା ୟୁଏଇ ଠାରେ ଖେଳାଯାଇଥିବା ଏସିଆ କପ୍ ପରେ ଆଣ୍ଠୁରେ ସର୍ଜରୀ କରାଇଥିଲେ । ଏସିଆ କପ୍ ପରଠାରୁ ସେ ଆଉ ଖେଳି ନାହାନ୍ତି । ବାଂଲାଦେଶ ଗସ୍ତ ବେଳକୁ ସେ ସୁସ୍ଥ ହୋଇଯିବେଣି ବୋଲି ଆଶା କରାଯାଉଥିଲା । ଜାଡ଼େଜା ବିସିସିଆଇ ମେଡିକାଲ୍ ଟିମ୍ର ତତ୍ତ୍ୱାବଧାନରେ ରହିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।
ଶୁକ୍ରବାର ଠାରୁ ଅକ୍ଲାଣ୍ଡ ଠାରେ ଆରମ୍ଭ ହେବାକୁ ଥିବା ତିନି ମ୍ୟାଚ୍ର ଦିନିକିଆ ଶୃଙ୍ଖଳା ପାଇଁ ଉଭୟ କୁଲଦୀପ ଓ ଶାହବାଜ୍ ନୁ୍ୟଜିଲାଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଏବେ ସେମାନେ ବାଂଲାଦେଶ ଗସ୍ତ ପାଇଁ ଟିମ୍ର ଅଂଶବିଶେଷ ହେବେ । ତେବେ ନୁ୍ୟଜିଲାଣ୍ଡ ଶୃଙ୍ଖଳା ପାଇଁ ସେମାନେ ବଦଳ ଖେଳାଳି ଭାବେ କାହାକୁ ସାମିଲ୍ କରାଯାଇ ନାହିଁ ।
ଭାରତୀୟ ଦିନିକିଆ ଟିମ୍
(ବାଂଲାଦେଶ ଗସ୍ତ)
ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ (ଉପ-ଅଧିନାୟକ), ଶିଖର ଧାବନ୍, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟାସ ଆୟର, ରାହୁଲ ତ୍ରିପାଠୀ, ରିଷଭ ପନ୍ତ (ୱିକେଟ୍କିପର୍), ଈଶାନ୍ କିଶନ (ୱିକେଟ୍କିପର୍), ଶାହବାଜ୍ ଅହମଦ, ଅକ୍ଷର ପଟେଲ୍, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୂଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଦୀପକ ଚାହର, କୁଲଦୀପ ସେନ ।
ଭାରତୀୟ ଦିନିକିଆ ଟିମ୍ (ନୁ୍ୟଜିଲାଣ୍ଡ ଗସ୍ତ)
ଶିଖର ଧାବନ୍ (ଅଧିନାୟକ), ଶୁଭମନ ଗିଲ୍, ଦୀପକ ହୁଡ଼ା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ରିଷଭ ପନ୍ତ (ଉପ-ଅଧିନାୟକ ଓ ୱିକେଟ୍କିପର୍), ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୂଳ ଠାକୁର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଦୀପକ ଚାହର, ଉମରାନ୍ ମଲିକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *