ମୋତିଆବିନ୍ଦୁ ଅପରେଶନ୍ ପରେ ଦୃଷ୍ଟିଶକ୍ତି ହରାଇଲେ ୬ ବୃଦ୍ଧ
କାନପୁର (ଏଜେନ୍ସି): କାନପୁରରେ ମୋତିଆ ବିନ୍ଦୁ ଅପରେସନ କରାଇବାକୁ ଆସିଥିବା ୬ ବୃଦ୍ଧ ସେମାନଙ୍କ ଦୃଷ୍ଟିଶକ୍ତି ହରାଇଛନ୍ତି । ଏପ୍ରକାର ଏକ ଚାଞ୍ଚଲ୍ୟକର ସମ୍ବାଦ ପ୍ରସାରିତ ହେବା ପରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବାଦ୍ଧର୍କ୍ୟଜନିତ ମୋତିଆ ବିନ୍ଦୁର ଅପରେସନ୍ କରାଇବାକୁ ଆସିଥିବା ଏହି ୬ ବୃଦ୍ଧ ସ୍ୱାସ୍ଥ୍ୟ ବିଭାଗର ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି ।
କାନପୁରର ଆରାଧ୍ୟା ନର୍ସିଂହୋମରେ ଆୟୋଜିତ ମାଗଣା ଚକ୍ଷୁ ଶିବିରରେ, ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଇଥିବା ଶିବରାଜପୁରର ୬ ଜଣ ବୃଦ୍ଧ ଏବେ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟି ଶକ୍ତି ହରାଇଛନ୍ତି । ଏହି ଅଭିଯୋଗ ନେଇ ଅନେକ ଥର ଡାକ୍ତରଖାନା ଯିବା ସତ୍ତ୍ୱେ ସେମାନଙ୍କୁ କୌଣସି ସଠିକ୍ ଉତ୍ତର ମିଳିନଥିଲା । ଏବେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଏକଜୁଟ୍ ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)ରେ ଅଭିଯୋଗ କରିଛନ୍ତି । ସିଏମଓ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ନର୍ସିଂହୋମର ଡାକ୍ତର ନୀରଜ ଗୁପ୍ତା ଏମାନଙ୍କ ମୋତିଆ ବିନ୍ଦୁ ଅପରେସନ୍ କରିଥିବା ଜଣାପଡିଛି ।