ପରୀକ୍ଷା ଦେବେ ୫.୪ଠ ଲକ୍ଷ ଛାତ୍ରଛାତ୍ରୀ
ମାଟ୍ରିକ ସମେଟିଭ୍ ଆସେସ୍ମେଣ୍ଟ-୧
କଟକ (ବୁ୍ୟରୋ): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିମ୍ମାଟ୍ରିକ୍ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୧ ବୁଧବାରଠାରୁୂ ଆରମ୍ଭ ହେଉଛି । ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ପ୍ର୍ରସ୍ତୁତି ଶେଷ ହୋଇଛି । ପ୍ରଶ୍ନପତ୍ର ବିଭିନ୍ନ ନୋଡାଲ୍ ସେଣ୍ଟରକୁ ପଠାଯାଇଛି । ପରୀକ୍ଷାର ୧୫ ମିନଟ ପୂର୍ବରୁ ପ୍ରଶ୍ନପତ୍ରର ସିଲ ଖୋଲାଯିବ । ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି ।
ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ୩୦୨୯ କେନ୍ଦ୍ରରେ ପରୀକ୍ଷା ଦେବେ । ମଧ୍ୟମାରେ ୨୯୧୪ ଛାତ୍ରଛାତ୍ରୀଙ୍କ ପାଇଁ ୧୦୮ କେନ୍ଦ୍ର ଏବଂ ଓପନ ସ୍କୁଲ ମାଧ୍ୟମରେ ପରୀକ୍ଷା ଦେଉଥିବା ୭୧୮୧ ଜଣଙ୍କ ପାଇଁ ୧୪୬ କେନ୍ଦ୍ର ରହିଛି । କଡ଼ା ସୁରକ୍ଷାରେ ୩୧୬ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିଛି । ମାଓ ପ୍ରଭାବିତ ଅଞ୍ଚଳରେ ୨୨ ଥାନାରେ ନୋଡାଲ ସେଣ୍ଟର୍ କରାଯାଇଛି । ସେଥିରୁ କନ୍ଧମାଳରେ ୭, ମାଲକାନଗିରିରେ ୧୦, କୋରାପୁଟରେ ୫ ଥାନା ଅନ୍ତର୍ଭୁକ୍ତ ।
ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଥିବା ବେଳେ ପ୍ରଥମ ଦିନ ସକାଳ ୯ରେ ପରୀକ୍ଷାର୍ଥି ସେଣ୍ଟରକୁ ପ୍ରବେଶ କରିବେ । ଅନ୍ୟଦିନରେ ୯.୧୫ ମିନିଟ୍ରେ କେନ୍ଦ୍ରକୁ ପ୍ରବେଶ କରିବେ । ୧୦ ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଚାଲିବ । ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ମିଳିବ । କପି ରୋକିବା ପାଇଁ ସେଣ୍ଟ୍ରାଲ ସ୍କ୍ୱାର୍ଡ୍ ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍ତରରେ ସ୍କ୍ୱାର୍ଡ ଗଠନ କରାଯାଇଛି । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ନେବାକୁ ବାରଣ କରାଯାଇଛି ଓ ପରୀକ୍ଷାର୍ଥୀ କେବଳ ପେନ୍ ଓ ଆଡ୍ମିଟ୍ କାର୍ଡ ବ୍ୟତୀତ ଅନ୍ୟ କିଛି ନେଇପାରିବେନି ବୋଲି ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି ।