ମା-ଝିଅ ସମେତ ୩ ମୃତ
କୋରେଇ ଟ୍ରେନ୍ ଟ୍ରାଜେଡି: ପ୍ଲାଟ୍ଫର୍ମକୁ ମାଡିÿଗଲା ମାଲ୍ଗାଡିÿ
ଯାଜପୁର/ଭୁବନେଶ୍ୱର/ନୂଆଦିଲ୍ଲୀ, ୨୧ା୧୧ (ଆପ୍ର): ସୋମବାର ସକାଳେ ଯାଜପୁର ଜିଲ୍ଲା ଭଦ୍ରକ-କପିଳାଶ ରୋଡ୍ ସେକ୍ସନର କୋରେଇ ଷ୍ଟେସନ୍ରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନର ୮ ବଗି ସକାଳ ପ୍ରାୟ ୬.୪୫ରେ ଲାଇନ୍ଚୁ୍ୟତ ହୋଇ ଟିକେଟ୍ କାଉଣ୍ଟର ଉପରେ ମାଡ଼ିଯିବାରୁ ୩ଜଣ ମହିଳା ପ୍ରାଣ ହରାଇଛନ୍ତି ଓ ୫ଜଣ ଆହତ ହୋଇଥିବା ଜଣାପଡିଛି । ଖଡ଼ଗପୁରରୁ ଛତ୍ରପୁର ଖାଳଇ ବଗିଗୁଡ଼ିକୁ ନେଇ ଯାଉଥିବା ଉକ୍ତ ଟ୍ରେନ୍ ଇଞ୍ଜିନ ଷ୍ଟେସନ ପାର୍ ହୋଇଯାଇଥିଲା । ପଛରେ ଥିବା ବଗି ମଧ୍ୟରୁ କେତେକ ଯାତ୍ରୀ ବିଶ୍ରାମାଗାରକୁ ମାଡ଼ି ଯାଇଥିବା ବେଳେ ଆଉ କେତେକ ବଗି ଫୁଟ୍ ଓଭର୍ ବ୍ରିଜ୍ରେ ଧକ୍କା ହୋଇଥିଲା । ଫଳସ୍ୱରୂପ ପ୍ରଚଣ୍ଡ ଶବ୍ଦ କରି ଫୁଟ୍ ଓଭର ବ୍ରିଜ୍ ପ୍ଲାଟ୍ଫÿର୍ମ ଛାତ ଉପରେ ଖସି ପଡ଼ିଥିଲା । କେହି କିଛି ବୁଝିବା ପୂର୍ବରୁ ବଗିଗୁଡ଼ିକ ଯାତ୍ରୀମାନଙ୍କୁ ଚାପି ଦେଇଥିଲା । ମୃତ ଯାତ୍ରୀମାନେ ହେଉଛନ୍ତି ଅଞ୍ଜୁମ ବିବି (୪୭), ପାର୍ବତୀ ବିନ୍ଧାଣି((୫୫) ଓ ତାଙ୍କ ଅସୁସ୍ଥ ଝିଅ କଣ୍ଢେଇ ବିନ୍ଧାଣି(୨୬) । ତେବେ କଣ୍ଢେଇଙ୍କର ଅଢ଼େଇ ମାସର ପୁଅ ଓ ସ୍ୱାମୀ ବର୍ତ୍ତି ଯାଇଛନ୍ତି । ସମସ୍ତଙ୍କ ଘର ଯାଜପୁର ଜିଲ୍ଲା ବୋଲି ସୂଚନା ମିଳିଛି । ବଗିଗୁଡ଼ିକ ଧକ୍କା ଦେବାରୁ ପ୍ଲାଟ୍ଫର୍ମ ଟ୍ରାକ୍, ଟିକେଟ ଘର, ଯାତ୍ରୀ ବିଶ୍ରାମାଗାର ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଛି । ଦୁର୍ଘଟଣା ପରେ ଉଭୟ ଲାଇନ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଖବର ପାଇ ପୁଲିସ, ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଉପଜିଲ୍ଲାପାଳ ଓ ଅନ୍ୟ ପ୍ରାାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର ଏବଂ ମରାମତି କାମ ତଦାରଖ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଲାଇନ୍ ମରାମତି ଚାଲିଛି । ବିଳମ୍ବିତ ରାତି ସୁଦ୍ଧା ଡାଉନ୍ ଲାଇନକୁ ମରାମତି କରାଯାଇଥିବା ଜଣେ ରେଳବାଇ ଅଧିକାରୀ କହିଛନ୍ତି । ଦୁର୍ଘଟଣା ପରେ ୮ ଟ୍ରେନ୍ ସଂପୂର୍ଣ୍ଣ ବାତିଲ କରାଯାଇଛି ଓ ୧୨ଟିର ଗତିପଥ ପରିବର୍ତ୍ତନ କରାଯାଇଛି । ରାତି ସୁଦ୍ଧା ମାଲଗାନିର ଆଗ ଓ ପଛରେ ଥିବା ୨୬ ବଗିକୁ ହଟାଯାଇଛି । ଯାଜପୁର-କେଉଁଝର ରୋଡ ରେଳଷ୍ଟେସନ୍ଠାରୁ ୧୦ କି.ମି ଦୂର କୋରେଇ ଷ୍ଟେସନ୍ର ପ୍ଲାଟ୍ଫର୍ମ ନିକଟରେ ଦ୍ରୁତ ଗତିରେ ଯାଉଥିବା ଉକ୍ତ ମାଲବାହୀ ଟ୍ରେନ୍ର ପଛ ୮ ବଗି ଲାଇନ୍ଚୁ୍ୟତ ହୋଇଥିଲା । ବେଗ ଅଧିକ ଥିବାରୁ ବଗିଗୁଡିକ ପ୍ଲାଟ୍ଫର୍ମ ଉପରକୁ ମାଡିଯିବା ସହିତ ଫୁଟ୍ଓଭର ବି୍ରଜ୍ ଭାଙ୍ଗି ଟିକେଟ୍ କାଉଣ୍ଟର୍କୁ ସଂପୂର୍ଣ୍ଣ ଧ୍ୱଂସ କରିଦେବା ସହିତ ଷ୍ଟେସନ୍ ମାଷ୍ଟରଙ୍କ କାର୍ଯ୍ୟାଳୟକୁ ପଶିଯାଇଥିଲା । ଦୁର୍ଘଟଣା ସମୟରେ ଶତାଧିକ ଲୋକ ଭଦ୍ରକ-କଟକ ଡିଏମୟ୍କୁ ଅପେକ୍ଷା
କରିଥିବା ଆଖି ପିଛୁଳାକେ ସବୁକିଛି ଘଟିଯାଇଥିଲା । ପାଣିକୋଇଲି ଥାନା ଓଚିନ୍ଦା ଗ୍ରାମର ପାର୍ବତୀ ଓ ତାଙ୍କ ଝିଅ କଣ୍ଢେଇ ପ୍ରାଣ ହରାଇଛନ୍ତି । ବିଧିର ବିଧାନ ଏପରି ଘଟଣାସ୍ଥଳରେ ଥିବା ପରିବାର ସହ ଅଢ଼େଇ ମାସର ଶିଶୁ ବଂଚିଯାଇଛି । ଓଚିନ୍ଦା ଗ୍ରାମର ବଳରାମ ବିନ୍ଧାଣୀ ସ୍ତ୍ରୀ କଣ୍ଢେଇ ଓ ଶାଶୂ ପାର୍ବତୀଙ୍କ ସହ ଅଢ଼େଇ ବର୍ଷର ପୁଅକୁ ନେଇ କଟକ ମେଡିକାଲ ଯିବାପାଇଁ ଟ୍ରେନ୍କୁ ଆପେକ୍ଷା କରିଥଲେ । ଘଟଣାସ୍ଥଳରେ ପତ୍ନୀ ଓ ଶାଶୂ ପ୍ରାଣ ହରାଇଥଛନ୍ତି ଓ ପୁଅ ସାମାନ୍ୟ ଆହତ ହୋଇଛି । ବଳରାମ · ପିଇବା ପାଇଁ ବାହାରକୁ ଯାଇଥିବାରୁ ବର୍ତ୍ତି ଯାଇଛନ୍ତି । ଅଞ୍ଜୁମଙ୍କ ଘର କୋରେଇ ବୋଲି ଜଣାପଡ଼ିଛି । ଟ୍ରେନ୍ ଦୁର୍ଘଟଣାରେ ମୃତୁ୍ୟମୁଖରେ ପଡ଼ିଥିବା ଯାତ୍ରୀଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର କିମ୍ବା ନିକଟତମ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିବାବେଳେ ରେଳ ବିଭାଗ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛି । ଏଥିସହ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ କହିଛି ରେଳ ବିଭାଗ ।
ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ତାଙ୍କର ଗଭୀର ସମବେଦନା ଜଣାଇବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଲା ମଲ୍ଲିକଙ୍କୁ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ତଦାରଖ କରିବାକୁ କହିଛନ୍ତି ।