୯ ସିନିୟର ଛାତ୍ରଙ୍କୁ କ୍ୟାମ୍ପସ ମନା
ଖଲ୍ଲିକୋଟ ଜୁନିୟର କଲେଜ ଛାତ୍ରୀ ରାଗିଂ ମାମଲା
ବ୍ରହ୍ମପୁର, ୨୧ା୧୧(ବୁ୍ୟରୋ): ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛାତ୍ରୀଙ୍କୁ ରାଗିଂ ଘଟଣା ମନରୁ ନଲିଭୁନୁ ପୁଣି ଖଲ୍ଲିକୋଟ ଜୁନିୟର ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ରାଗିଂ ଘଟଣାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଲୋକଲୋଚନକୁ ଆସିବା ପରେ କଲେଜ କର୍ତ୍ତୃପକ୍ଷ +୨ ଛାତ୍ରୀଙ୍କୁ ରାଗିଂ ଘଟଣାରେ ଦ୍ୱିତୀୟ ବର୍ଷର ୯ଜଣ ଛାତ୍ରଙ୍କୁ କଲେଜ କ୍ୟାମ୍ପସକୁ ଆସିବା ପାଇଁ କଟକଣା ଜାରିକରି ମନା କରାଯାଇଛି । ଆଗାମୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ଏହି ଛାତ୍ରଙ୍କୁ କଲେଜରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ନିଲମ୍ବିତ ହୋଇଥିବା ଛାତ୍ରମାନେ କ୍ୟାମ୍ପସ ଭିତରକୁ ଯେପରି ପ୍ରବେଶ ନ କରନ୍ତି ସେଥିପ୍ରତି ନଜର ରଖିବାକୁ ଆଣ୍ଟି ରାଗିଂ କମିଟିର ମୁଖ୍ୟଙ୍କୁ କଲେଜ କର୍ତ୍ତୃପକ୍ଷ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।
ପ୍ରକାଶଥାଉକି, ସର୍ବପୁରାତନ ଖଲ୍ଲିକୋଟ ଜୁନିୟର କଲେଜରେ ପ୍ରଥମ ବର୍ଷରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଦ୍ୱିତୀୟ ବର୍ଷର କିଛି ଛାତ୍ର ରାଗିଂ କରିଥିବା ନେଇ ୨ଦିନ ତଳେ ଛାତ୍ରୀଜଣକ ଅଭିଯୋଗ କରିଥିଲେ । ଏ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମହାନଗର ଛାତ୍ର ବିଜେଡି ପକ୍ଷରୁ ଏହାକୁ ନିନ୍ଦା କରାଯାଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା ।
କ୍ଲାସ୍ ରୁମ୍ ଭିତରେ ପଶି ରାଗିଂ କରୁଥିବାକୁ ନେଇ ଛାତ୍ର ଗୋଷ୍ଠୀ ପକ୍ଷରୁ ରାଗିଂର ଶିକାର ହେବାପରେ ଛାତ୍ରୀଜଣକ କଲେଜର
ଅଧ୍ୟକ୍ଷ ଡ. ଆର୍.କେ ନାୟକଙ୍କୁ ରାଗିଂ ବିଷୟରେ ଜଣାଇଥିଲେ । ନିଲମ୍ବିତ ୯ଜଣ ଛାତ୍ର କଲେଜ କ୍ୟାମ୍ପସ ପରିସରରେ ବିଭିନ୍ନ ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେଇ ଅଭିଯୋଗ ରହିଥିଲା । ବର୍ତ୍ତମାନ ଯେଉଁ ଛାତ୍ରୀ ଅଭିଯୋଗ କରିଛନ୍ତି ତାକୁ ନେଇ ଆଣ୍ଟି ରାଗିଂ କମିଟି ପକ୍ଷରୁ ତଦନ୍ତକରି ୯ ବିଶୃଙ୍ଖଳିତ ଛାତ୍ରଙ୍କୁ କଲେଜ କ୍ୟାମ୍ପସ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି ।
ଯୁକ୍ତଦୁଇ ଦ୍ୱିତୀୟବର୍ଷ କଳାରେ ପଢ଼ୁଥିବା ୯ଜଣ ଛାତ୍ରଙ୍କ ବିଶୃଙ୍ଖଳା ବିଷୟରେ ଟାଉନ୍ ଥାନା ଓ ବ୍ରହ୍ମପୁର ଏସ୍ପିଙ୍କୁ ଅବଗତ କରାଯାଇଛି ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି । ଏହି ବିଶୃଙ୍ଖଳିତ ଛାତ୍ରମାନେ ଯେପରି କ୍ଲାସ୍ କିମ୍ବା କଲେଜ କ୍ୟାମ୍ପସରେ ପ୍ରବେଶ କରିବେ ନାହିଁ ସେଥିପାଇଁ କଲେଜର ଏକାଡେମିକ୍ ତଥା ଆଣ୍ଟି ରାଗିଂ କମିଟିର ଆବାହକ ଅଧ୍ୟାପକ ଡ. ଏ.କେ ସେଠୀଙ୍କୁ ଏଥିପ୍ରତି ନଜର ରଖିôବାକୁ କୁହାଯାଇଛି ।
ଜିଲ୍ଲାରେ ଦୁଇ ଦୁଇଟି କଲେଜରେ ଛାତ୍ରୀଙ୍କୁ ରାଗିଂ ଘଟଣାକୁ ନେଇ ସାରା ଜିଲ୍ଲାରେ ଚହଳ ସୃଷ୍ଟି କରିଥିବା ବେଳେ ଏଥିପ୍ରତି ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।