ସହଜ ହେବନି ଟିକସ ହ୍ରାସ ନିଷ୍ପତ୍ତି

ବଜେଟ୍ ୨ଠ୨୩-୨୪: ପ୍ରାକ୍ ବଜେଟ୍ ବୈଠକ ଆରମ୍ଭ
ନୂଆଦିଲ୍ଲୀ (ଏଜେନ୍ସି): ୧ ଫେବ୍ରୁଆରୀ ୨ଠ୨୩ରେ ୨ଠ୨୩-୨୪ ଅର୍ଥବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରାଯିବ । ଏଥିପାଇଁ ମୋଦି ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସୋମବାର ଠାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇଣ୍ଡଷ୍ଟି୍ର ଲିଡର୍ସ ଏବଂ କ୍ଲାଇମେଟ୍ ଚେଞ୍ଜ୍ ତଥା ଇନ୍ଫ୍ରାଷ୍ଟ୍ରକ୍ଚର ଏକ୍ସପର୍ଟ (ବିଶେଷଜ୍ଞ)ଙ୍କ ପ୍ରାକ୍ ବଜେଟ୍ ବୈଠକ ଆରମ୍ଭ କରିଛନ୍ତି । ବୈଠକରେ ସାମିଲ ହୋଇଥିବା ଷ୍ଟେକ୍ ହୋଲଡର୍ସଙ୍କ ଠାରୁ ବଜେଟ୍ ପ୍ରସ୍ତୁତି ସମ୍ପର୍କରେ ପରାମର୍ଶ ଲୋଡ଼ାଯାଇଛି । ସୀତାରମଣଙ୍କ ସହ ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୂରୀ ଏବଂ ଭାଗବତ୍ କିଶନରାଓ କରାଡ୍ ପ୍ରମୁଖ ସାମିଲ ହୋଇଥିଲେ । ଏମାନଙ୍କ ବ୍ୟତୀତ ଅର୍ଥମନ୍ତ୍ରଣାଳୟ ସଚିବ ଟିବି ସୋମନାଥନ୍, ମୂଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅନନ୍ତ ନାଗେଶ୍ୱରନ୍ଙ୍କ ସମେତ ବିଭାଗୀୟ ସଚିବମାନେ ମଧ୍ୟ ସାମିଲ ହୋଇଥିଲେ ଏବଂ ନିଜ ହିସାବରେ ପରାମର୍ଶ ଦେଇଥିଲେ ।
ସେହିପରି ଆସନ୍ତା କାଲି କେନ୍ଦ୍ର ଅର୍ଥମନ୍ତ୍ରୀ କୃଷି, କୃଷିଜାତ ଉଦ୍ୟୋଗ, ଅର୍ଥନୈତିକ କ୍ଷେତ୍ର ଏବଂ କ୍ୟାପିଟାଲ ମାକେର୍ଟରେ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ ସେମାନଙ୍କ ମତାମତ ଗ୍ରହଣ କରିବେ । ୨୪ରେ ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ଏବଂ ସ୍ୱଚ୍ଛତା ସହି ସାମାଜିକ କ୍ଷେତ୍ରର ବିଶେଷଜ୍ଞଙ୍କ ବ୍ୟତୀତ ସର୍ଭିସ ସେକ୍ଟର ଏବଂ ବାଣିଜି୍ୟକ ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯିବ । ୨୮ରେ ଟ୍ରେଡ୍ ୟୁନିଅନ୍ ପ୍ରତିନିଧି ଏବଂ ଅର୍ଥଶାସ୍ତ୍ରୀଙ୍କ ସହ ସୀତାରମଣ ଆଲୋଚନା କରିବେ । ଏତଦ୍ବ୍ୟତୀତ ଦେଶର ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ଏବଂ ସଚିବଙ୍କ ସହ ମଧ୍ୟ ସୀତାରମଣ ଆଲୋଚନା କରିବେ । ୨ଠ୨୩-୨୪ ବଜେଟ୍କୁ ନେଇ ଗୋଟିଏ ପଟେ ଭାରତ ସରକାର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଦେଶବାସୀଙ୍କ ମଧ୍ୟରେ ଆଶା ଉକ୍ରଣ୍ଠା ସହ ସମାନ ପରିମାଣର ଭୟ ସଞ୍ଚାରିତ ହୋଇଛି । ଆଶା ଉକ୍ରଣ୍ଠା ଏଥିପାଇଁ ଯେ, ସରକାର ଟିକସ ବ୍ୟବସ୍ଥାରେ କିଛି ନୂଆ ନୀତି ଲାଗୁ ସହ ଜିଏସ୍ଟି ତଥା ଆୟକର ହ୍ରାସ ଭଳି ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେଇପାରନ୍ତି । ସେହିପରି ଭୟ ଏଥିପାଇଁ ଯେ, ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଆଳରେ ସରକାର ଟିକସ ନୀତିରେ କଠୋର ନିଷ୍ପତ୍ତି ଗ୍ରହଣ କରିପାରନ୍ତି । ଏସବୁ ମଧ୍ୟରେ ଗୋଟିଏ କଥା ଯାହାକି ଦେଶବାସୀଙ୍କୁ ଆଶ୍ୱସ୍ତ କରୁଛି, ତାହା ହେଉଛି ଏହି ବଜେଟ୍ ମୋଦି ସରକାରଙ୍କ ଚଳିତ କାର୍ଯ୍ୟକାଳ (୫ ବର୍ଷର ସରକାର)ର ଶେଷ ବଜେଟ୍ । ଏହା ପରେ ୨ଠ୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଅର୍ଥାତ୍ ୨ଠ୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଦେଶବାସୀଙ୍କ ନିକଟରେ ନିଜର ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ସିଧାସଳଖ କହିଲେ ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ସରକାର ଆଗାମୀ ବଜେଟ୍ରେ ଆୟକର ହ୍ରାସ କରିବେ କି ନାହିଁ । ଦେଶର ଔଦ୍ୟୋଗିକ ସଂଗଠନ ସିଆଇଆଇ (କନ୍ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି) ପକ୍ଷରୁ ମଧ୍ୟ ସରକାରଙ୍କୁ ଆଗାମୀ ବଜେଟ୍ରେ ଟିକସ ହ୍ରାସ କରିବା ଉପରେ ବିଚାର କରିବା ନେଇ ଅନୁରୋଧ କରାଯାଇଛି । ଭାରତ ସରକାର ଆଗାମୀ ଅର୍ଥବର୍ଷ ପାଇଁ ଆର୍ଥିକ ନିଅଣ୍ଟ ଲକ୍ଷ୍ୟ ହାସଲ ଦିଗରେ ନିଜ ନିୟମରେ ଷ୍ଟିକ୍ (ଅପରିବର୍ତ୍ତିତ) ରହିବା ଉଚିତ୍ । ଆଗାମୀ ବଜେଟ୍ରେ ନିଯୁକ୍ତି ସୁଯୋଗ ସୃଷ୍ଟି, ଏବଂ ଟିକସ ଆଧାରକୁ ବିସ୍ତାର କରିବା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିବା ଉଚିତ୍ ବୋଲି ବୈଠକରେ ସାମିଲ ହୋଇଥିବା ସିଆଇଆଇ ଅଧ୍ୟକ୍ଷ ସଞ୍ଜୀବ ବଜାଜ୍ଙ୍କ ସମେତ ଅନେକ ଅର୍ଥନୀତିଜ୍ଞ ପରାମର୍ଶ ଦେଇଥିବା ଜଣାପଡିଛି ।
କିନ୍ତୁୂ ସରକାରଙ୍କ ପାଇଁ ଏହା ଆଦୌ ସହଜ ହେବନି ବୋଲି ବିଶେଷଜ୍ଞ ମତ ପୋଷଣ କରିଛନ୍ତି । ଏପରିସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ଟିକସ ହ୍ରାସ ସମ୍ପର୍କୀତ ନିଷ୍ପତ୍ତି ଗ୍ରହଣ କରିବା ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ବିଶ୍ୱସ୍ତରରେ ଆର୍ଥିକ ମାନ୍ଦାବସ୍ଥାର ଜବରଦସ୍ତ ପ୍ରଭାବ ମଧ୍ୟରେ ସୀତାରମଣ କେଉଁଭଳି ବଜେଟ୍ ଆଣିବେ ସେନେଇ ସମସ୍ତଙ୍କ ନଜର ଏବେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉପରେ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *