ରାସ୍ତାରେ ଅଙ୍ଗନବାଡ଼ି ଦିଦି
ଭୁବନେଶ୍ୱର (ବୁ୍ୟରୋ): ଲୋୟର ପିଏମଜିରେ ଗର୍ଜିଲେ ଅଙ୍ଗନବାଡ଼ି କର୍ମୀ । ଅଲ ଓଡ଼ିଶା ଅଙ୍ଗନବାଡ଼ି ୱାର୍କର୍ସ୍ ଆସୋସିଏସନ୍ ପକ୍ଷରୁ ଏହି ବିଶାଳ ରାଲିରେ ପ୍ରାୟ ୩୦ ହଜାର ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇଥିଲେ । ଦାବି ପୂରଣ ନ ହେବା ଯାଏ ଆନେ୍ଦାଳନ ଜାରି ରହିବ ବୋଲି ସନ୍ଧ୍ୟାରେ ପ୍ରାରମ୍ଭିକ ଆଲୋଚନା ବିଫଳ ହେବା ପରେ ସଂଘ ପକ୍ଷରୁ ପ୍ରକାଶ ପାଇଛି । ସୂଚନା ଅନୁସାରେ, ଯଦି ସରକାର କର୍ମୀଙ୍କ ଦାବି ସମୂହକୁ ନ ମାନନ୍ତି ତେବେ ଆଗାମୀ ଦିନରେ ସମୂହ ଆନେ୍ଦାଳନ କରିବା ସହ ୧ ଲକ୍ଷରୁ ଊର୍ଦ୍ଧ ଅଙ୍ଗନବାଡି କେନ୍ଦ୍ର ବନ୍ଦ ହେବ ବୋଲି ସଂଘ ଚେତାବନୀ ଦେଇଛି । ୱାର୍କର୍ସ୍ ଆସୋସିଏସନ୍ର ସଭାପତି ସୁମିତ୍ରା ମହାପାତ୍ର କହିଛନ୍ତି, ସରକାର ଚେତାବନୀ ଦେଇଥିଲେ ଯିଏ ଆନେ୍ଦାଳନକୁ ଯିବ ତାକୁ ବହିଷ୍କାର କରାଯିବ, ସସପେଣ୍ଡ କରାଯିବ ଏହାକୁ ଚାଲେଞ୍ଜ କରି ୩୦ହଜାର ଅଙ୍ଗନବାଡ଼ି କର୍ମୀ ଏକାଠି ହୋଇଛନ୍ତି । ସରକାର ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀମାନ୍ୟତା ଦିଅନ୍ତୁ ନଚେତ ଜୋରଦାର ଆନେ୍ଦାଳନ ହେବ । ଦାବି ମଧ୍ୟରୁ ୨୦୧୮-୧୯ରେ ଯେଉଁ ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ସରକାର ବାହାର କରିଦେଇଥିଲେ, ସେମାନଙ୍କୁ ପୁଣିଥରେ କାର୍ଯ୍ୟରେ ଯୋଗଦେବା ପାଇଁ ନିଦେ୍ର୍ଦଶ ଦେବା, ସମସ୍ତଙ୍କୁ ସରକାରୀ ମାନ୍ୟତା ଦେବା, ଯଦି ସରକାରୀ ମାନ୍ୟତା ଦିଆ ନ ଯିବ, ତେବେ ବିଧିବଦ୍ଧ ଭାବରେ ୧୮ ହଜାର ଟଙ୍କା କର୍ମୀଙ୍କୁ ଏବଂ ସହାୟିକାଙ୍କୁ ୯ ହଜାର ଟଙ୍କା ବେତନ ଦେବା । ସେହିଭଳି ଯେତେବେଳେ କୌଣସି ଅଙ୍ଗନବାଡି କର୍ମୀ ଅବସର ନେଉଛନ୍ତି, ସେମାନଙ୍କୁ ୫ ଲକ୍ଷ ଟଙ୍କା ଦେବା ସହ ପ୍ରତି ମାସରେ ୫ ହଜାର ଟଙ୍କା ପେନ୍ସନ୍ ଦେବାକୁ ଦାବି ହୋଇଛି । ଯେଉଁଠାରେ ମିନି ଅଙ୍ଗନବାଡ଼ି କର୍ମୀ ରହିଛନ୍ତି ସେମାନଙ୍କୁ ମୁଖ୍ୟ ଅଙ୍ଗନବାଡ଼ି କର୍ମୀ ଭାବରେ ସରକାର ନିଯୁକ୍ତ କରାନ୍ତୁ । ଯେଉଁମାନେ ମୃତୁ୍ୟବରଣ କରୁଛନ୍ତି ସେମାନଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉ ଏବଂ ସେମାନଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯାଉ । ସରକାର ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ଅବହେଳା କରିଥିବା ଅଭିଯୋଗ କରି ଅନେକ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।