ସେନାକୁ ସୁରକ୍ଷା କବଚ
କିଣାହେବ ୬୨,୫ଠଠ ବୁଲେଟ୍ପ୍ରୁଫ୍ ଜାକେଟ୍
ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ସେନା ନିଜ ଫ୍ରଣ୍ଟଲାଇନ୍ ଯବାନ୍ଙ୍କ ପାଇଁ ବର୍ତ୍ତମାନ ସମୟରେ ସବୁଠୁ ଅଧିକ ବିକଶିତ ତଥା ସୁରକ୍ଷିତ (ବୁଲେଟ୍ ପ୍ରୁଫ୍) ଜ୍ୟାକେଟ୍ ଆଣିବ । ଏଥିପାଇଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ୨ ପ୍ରକାର ଟେଣ୍ଡର (ନର୍ମାଲ ରୁଟ୍ ଏବଂ ଏମର୍ଜେନ୍ସି ପ୍ରୋକୁ୍ୟରମେଣ୍ଟ ପ୍ରୋସେସ) ଜାରି କରିଛି । ଏହି ଦୁଇ ଟେଣ୍ଡର ପ୍ରକ୍ରିୟା ଦ୍ୱାରା ପ୍ରାୟ ୬୨,୫ଠଠ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଆମଦାନୀ କରିବାକୁ ଭାରତୀୟ ସେନା ଲକ୍ଷ୍ୟ ରଖିଛି । ସବୁଠୁ ବଡ଼କଥା ହେଉଛି ଏସବୁ ଜ୍ୟାକେଟ୍ ମେକ୍ ଇନ୍ ଇଣ୍ଡିଆ ଅନ୍ତର୍ଗତ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁୂତ କରାଯିବ ଏବଂ ଏହାକୁ ଭାରତୀୟ ସେନାକୁ ଯୋଗାଇ ଦିଆଯିବ । ଆତଙ୍କବାଦୀଙ୍କୁ ମୁକାବିଲା କରିବା ଦିଗରେ ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଭାରତୀୟ ଯବାନ୍ଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ ।
ଭାରତୀୟ ସେନାର ବରିଷ୍ଠ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବା ଉଦେ୍ଦଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଆତଙ୍କବାଦୀ ମୁଖ୍ୟତଃ ବନ୍ଧୁକରେ ଷ୍ଟିଲ୍ କୋର ବୁଲେଟ୍ (ଗୁଳି) ବ୍ୟବହାର କରୁଥିବା ବେଳେ ଭାରତୀୟ ସେନାଙ୍କ ପ୍ରତି ସର୍ବଦା ବିପଦ ରହିଆସୁଥିଲା । ଏବେ ଯେଉଁ ଜ୍ୟାକେଟ୍ ପ୍ରସ୍ତୁତି ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି, ତାହା ଗ୍ରେଡ୍-୪ ଅଧୀନରେ ଆସୁଛି । ଷ୍ଟିଲ୍କୋର ଗୁଳି ପାଇଁ ଏହି ଜ୍ୟାକେଟ୍ ଅଭେଦ୍ୟ ସୁରକ୍ଷା କବଚ ଭଳି କାମ କରିବ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ନର୍ମାଲ ରୁଟ୍ ବା ସାଧାରଣ ପ୍ରକ୍ରିୟା ମାଧ୍ୟମରେ ୪୭,୬୨୬ ଜ୍ୟାକେଟ୍ ଏବଂ ଏମର୍ଜେନ୍ସି ପ୍ରୋକୁ୍ୟରମେଣ୍ଟ ପ୍ରୋସେସ୍ ଅନ୍ତର୍ଗତ ବାକି ୧୫ଠଠଠ ଜ୍ୟାକେଟ୍ କ୍ରୟ କରାଯିବ । ଦୁଇଟି ଯାକ ଟେଣ୍ଡର ଅନ୍ତର୍ଗତ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ କିଣା ପ୍ର୍ରକ୍ରିୟା ଆଗାମୀ ୩ରୁ ୪ ମାସରେ ମଧ୍ୟରେ ଶେଷ ହେବ । ତେବେ ଏହି ଜ୍ୟାକେଟ୍ ପ୍ରଥମେ ଜମ୍ମୁ-କାଶ୍ନୀରରେ ମୁଖ୍ୟତଃ ଆତଙ୍କବାଦୀ ଅପରେଶନରେ ନିୟୋଜିତ ଥିବା ଯବାନଙ୍କୁ ମିଳିବ ।