ଅଭିଯୁକ୍ତର ଆତଙ୍କବାଦୀ ଲିଙ୍କ୍

ମାଙ୍ଗାଲୁରୁ ଅଟୋ ରିକ୍ସା ବିସ୍ଫୋରଣ
ମାଙ୍ଗାଲୁରୁ (ଏଜେନ୍ସି): କର୍ଣ୍ଣାଟକର ମାଙ୍ଗାଲୁରୁରେ ଶନିବାର ଘଟିଥିବା ଅଟୋ ରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍ ରହିଛି । ଏକଥା କର୍ଣ୍ଣାଟକ ମୁୂଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏବଂ ପୁଲିସ୍ ଡିଜି ପ୍ରବୀଣ ସୁଦ୍ ସ୍ପଷ୍ଟ କରିଛନ୍ତି । ରାଜ୍ୟକୁ ଦୋହଲାଇବା ପାଇଁ ଆତଙ୍କବାଦୀଙ୍କ ଏହା ସୁଚିନ୍ତିତ ଷଡଯନ୍ତ୍ର ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ପୁଲିସ୍ ଡିଜି ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରାଥମିକ ତଦନ୍ତରୁୂ ଏହା କୌଣସି ଆକସ୍ମିକ କିମ୍ବା ଦୁର୍ଭଗ୍ୟଜନକ ଘଟଣା ନୁୂହେଁ । ବରଂ ଏହା ଏକ ସୁଚିନ୍ତିତ ଷଡଯନ୍ତ୍ରଜନିତ ଆତଙ୍କବାଦୀ ଆକ୍ରମଣ ବୋଲି ଜଣାପଡିଛି । ଭୟଙ୍କର କ୍ଷତି ପହଞ୍ଚାଇବା ଉଦେ୍ଦଶ୍ୟରେ ଏହି ଆକ୍ରମଣ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇସାରିଥିବା ବେଳେ ଅଧିକ ସୂଚନା ପାଇଁ ତା’କୁ ଜେରା କରାଯାଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହ ମିଳିତ ଭାବେ ରାଜ୍ୟ ପୁଲିସ୍ ଘଟଣାର ତଦନ୍ତ କରୁଥିବା ଡିଜିପି ପାଣ୍ଡେ କହିଛନ୍ତି ।
ଶନିବାର ସନ୍ଧ୍ୟାରେ ମାଙ୍ଗାଲୁରୁ ରାସ୍ତାରେ ଏକ ଅଟୋ ରିକ୍ସା ଯାଉଥିବା ବେଳେ ରହସ୍ୟଜନକ ଭାବେ ହଠାତ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁ ଏଥିରେ ଥିବା ଅଟୋ ଡ୍ରାଇଭର ମହମ୍ମଦ ଶରିକ୍ ସହ ଜଣେ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ୍ ଉଭୟଙ୍କ ବୟାନ୍ ସଂଗ୍ରହ କରିଥିଲା । ଏହି ସମୟରେ ମହମ୍ମଦ ଶରିକ୍, ସମ୍ପୂର୍ଣ୍ଣ ଦୋଷ, ଅଟୋରେ ବସିଥିବା ଯାତ୍ରୀ ଉପରେ ଲଦି ଦେଇଥିଲା । ସେ କହିଥିଲା ଯାତ୍ରୀଙ୍କ ବ୍ୟାଗ୍ରେ ବିସ୍ଫୋରକ ଥିବାରୁ ତାହା ବିସ୍ଫୋରିତ ହୋଇଥିଲା । କିନ୍ତୁ ଯାତ୍ରୀଜଣକ ଏପ୍ରକାର ଅଭିଯୋଗକୁ ଖଣ୍ଡନ କରିଥିଲେ । ଅପରପକ୍ଷେ ପୁଲିସ୍କୁ ମହମ୍ମଦ ଶରିକ୍ ଉପରେ ସନେ୍ଦହ ହେବାରୁ ପୁଲିସ୍ ତାକୁ ହେପାଜତ୍କୁ ନେଇ ଜେରା କରିଥିଲା । ପରେ ଶରିକ୍ ରହୁଥିବା ଭଡା ଘର ଉପରେ ଚଢ଼ଉ କରାଯାଇ ଛାନ୍ବିନ୍ କରାଯିବା ପରେ ସେଠାରେ ବୋମା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ବିସ୍ଫୋରକ ସାମଗ୍ରୀ, ଜାଲ୍ ଡକୁ୍ୟମେଣ୍ଟ ଏବଂ ଅନେକ ବେନାମୀ ସିମ୍ କାର୍ଡକୁ ଜବତ କରାଯାଇଛି । ସେହିପରି ବିସ୍ଫୋରିତ ହୋଇଥିବା ଅଟୋରୁ ବ୍ୟାଟେରୀ ଥିବା ଏକ ପୋଡା ପ୍ରେସର କୁକର୍ ମଧ୍ୟ ଜବତ କରିଛି ପୁଲିସ୍ ।
ଏସବୁ ମଧ୍ୟରେ ମହମ୍ମଦ ଶରିକ୍ ଗତ ମାସରେ ମଦାହଲ୍ଲୀକୁ ଆସି ଏକ ଘର ଭଡା ନେଇ ରହୁଥିଲା । ଏପରି କି ସେ ଘର ମାଲିକଙ୍କୁ ମୋବାଇଲ ମରାମତି ତାଲିମ ନେବାକୁ ଆସିଥିବା କହିଥିଲା ବୋଲି ପୁଲିସ୍ ଜାଣିବାକୁ ପାଇଛି । ତେବେ ଏସବୁ ଜଣାପଡିବା ପରେ ମହମ୍ମଦ ଶରିକ୍ ହିଁ ଏହି ବିସ୍ଫୋରଣ ପଛରେ ରହିଥିବା ବର୍ତ୍ତମାନ ସୁନିଶ୍ଚିତ ହୋଇଛି । ତେବେ ପୁଲିସ୍ ଅନ୍ୟ ଦିଗ ଉପରେ ମଧ୍ୟରେ ତଦନ୍ତ କରୁଥିବା କହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *