ଅଘଟଣ ସତ୍ତ୍ୱେ ଚେତୁନି ପୌରପାଳିକା

ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ୍
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ଅନ୍ତର୍ଜାତୀୟ ପର୍ଯ୍ୟଟନ ସହର । ଏଠାକୁ ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟ ଓ ଦେଶବିଦେଶରୁ ପର୍ଯ୍ୟଟକମାନେ ବସ୍ ଓ ଟ୍ରେନ୍ ଯୋଗେ ଆସିଥାନ୍ତି । ପ୍ରଥମେ ସେମାନେ ଶ୍ରୀକ୍ଷେତ୍ର ମାଟିରେ ପାଦ ଥାପିବା ମାତ୍ରେ ତାହାକୁ ମୁଣ୍ଡରେ ଲଗାଇଥାନ୍ତି । କାରଣ ଏହି ସ୍ଥାନରେ ଅବସ୍ଥାନ କରିଛନ୍ତି ବିଶ୍ୱନିୟନ୍ତା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରୀକ୍ଷେତ୍ରକୁ ବିଶ୍ୱଐତିହ୍ୟନଗରୀ ଭାବେ ଗଢ଼ି ତୋଳିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି । ଏପରିକି ଶ୍ରୀକ୍ଷେତ୍ରରେ ବିଭିନ୍ନ ଯୋଜନା ମାଧ୍ୟମରେ ଭିତ୍ତିଭୂମିର ଉନ୍ନତି ଜାରି ରହିଛି । ତତ୍ସହିତ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ରାଜ୍ୟର ପୁରୀରେ ପ୍ରଥମ କରି ନିର୍ମାଣ ହେଉଛି ଶ୍ରୀସେତୁ । ଫଳରେ ପର୍ଯ୍ୟଟକମାନେ ସହରର ଗହଳି ମଧ୍ୟରେ ପ୍ରବେଶ ନ କରି ସିଧାସଳଖ ଜଗନ୍ନାଥବଲ୍ଲଭରେ ପହଞ୍ଚôବେ । ସେଠାରେ ଗାଡ଼ି ପାର୍କିଂ କରି ସେମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ପରେ ସ୍ୱର୍ଣ୍ଣାଭ ବେଳାଭୂମିର ମଜା ନେବେ । ଗୋଟିଏ ପାଶ୍ୱର୍ରେ ଶ୍ରୀକ୍ଷେତ୍ରର ଭୂଗୋଳ ପରିବର୍ତ୍ତନ ହେଉଥିବା ବେଳେ ସ୍ଥାନୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦି ରାସ୍ତା ପାଶ୍ୱର୍ରେ ଯାଇଥିବା ଡ୍ରେନ୍ ଏବେ ପାଲଟିଛି ମରଣଯନ୍ତା । ଏପରିକି ବାରମ୍ବାର ଅଘଟଣ ସତ୍ତ୍ୱେ ଚେତୁନାହାନ୍ତି ପୌରପାଳିକା ଅଧିକାରୀ ଓ ଜିଲ୍ଲାପାଳ ।
ଯେଉଁ ବ୍ୟକ୍ତିଙ୍କର ଜୀବନ ଯାଉଛି ସେ ପରିବାର କଥାକୁ ଚିନ୍ତା କରୁନି ପ୍ରଶାସନ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ରେଡକ୍ରସ ରୋଡ ପୁଲିସ ହାଇସ୍କୁଲ ନିକଟରେ ଯାଇଥିବା ଡ୍ରେନ୍ରେ । ଗତ ୫ ତାରିଖରେ ଉକ୍ତ ଡ୍ରେନ୍ରେ ଜଣେ ଅଜଣା ବ୍ୟକ୍ତି ପଡ଼ି ମୃତୁ୍ୟବରଣ କରିଥିଲେ । ଏପରିକି ମୃତୁ୍ୟ ପରେ ବି ତାଙ୍କର ପରିଚୟ ପାଇପାରିଲା ନାହିଁ ପୁଲିସ । ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର ସମୟରେ ତା’ ଶରୀର ନଳାପାଣିରେ ପଚିସଢ଼ି ଯାଇଥିଲା । ସେହିଭଳି ଗତ କିଛିମାସ ତଳେ ମାର୍କେଟ ଛକଠାରେ ଥିବା ଡ୍ରେନ୍ରେ ପଡ଼ି ଜଣେ ରିକ୍ସା ଚାଳକଙ୍କ ଜୀବନ ଯାଇଥିଲା । ରାତି ସାରା ସେ ଡ୍ରେନ୍ ପାଣିରେ ବୁଡ଼ି ରହିବା ଫଳରେ ତାଙ୍କର ମରଶରୀରକୁ ସକାଳେ ପୁଲିସ ଡ୍ରେନ୍ ପରିସରରୁ ଉଦ୍ଧାର କରିଥିଲେ । ସହରରେ ଏହି ଦୁଇଟି ଘଟଣା ଘଟିବା ପରେ ପ୍ରଶାସନ ତତ୍ପର ହୋଇ ପଡ଼ିଥିଲା ।
ଏ ନେଇ ପୌରପାଳିକା ଅଧିକାରୀ ଓ ଜିଲ୍ଲାପାଳ ସହରରେ ରହିଥିବା ସମସ୍ତ ମୁକୁଳା ଡ୍ରେନ୍ରେ ସ୍ଳାବ ପଡିବ ବୋଲି ଘୋଷଣା କରିଥିଲେ । ମାତ୍ର ଘୋଷଣା ହିଁ ଘୋଷଣାରେ ରହିଗଲା । ଅନ୍ୟପକ୍ଷରେ କିଛିଦିନ ତଳେ ଜିଲ୍ଲାପାଳ ସମର୍ଥ ବର୍ମା ସିଦ୍ଧମହାବୀର ମନ୍ଦିର ଏବଂ ଚତୁର୍ପାଶ୍ୱର୍କୁ ଉନ୍ନତୀକରଣ କରାଯିବ, ମୁକୁଳା ଡ୍ରେନ୍କୁ ପରିଷ୍କାର କରାଯାଇ ତା’ ଉପରେ ସ୍ଲାବ୍ ପଡ଼ିବ ହେଲେ ସୂଚନା ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ବିଭିନ୍ନ ଗଳିକନ୍ଦିରେ ବଡ଼ ବଡ଼ ଡ୍ରେନ୍ ମୁକୁଳା ହୋଇପଡ଼ିଛି । ଆଗକୁ ପୁଣିଥରେ ଅଘଟଣ ନ ଘଟିପାରେ ତାହା କହିହେବ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *