ପିଇବା ପାଣି ନ ପାଇ ହିନସ୍ତା ଭୋଗୁଛନ୍ତି ଲୋକେ

ଦୀର୍ଘଦିନ ହେଲା ନଳକୂପ ଅଚଳ
ଡ଼େରାବିଶ (ଆପ୍ର): ଗ୍ରାମାଞ୍ଚଳରେ ପାନୀୟ ଜଳର ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ପଞ୍ଚାୟତ ସ୍ତରରେ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଇ ପାନୀୟ ଜଳର ବନେ୍ଦାବସ୍ତ କରାଯାଉଥିବା ବେଳେ ରକ୍ଷାଣାବେକ୍ଷଣ ଅଭାବରୁ ପ୍ରକୃତ ଲକ୍ଷ ପୂରଣ ହୋଇପାରୁନାହିଁ ।
ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଡେରାବିଶ ବ୍ଲକ୍ ମୁକୁନ୍ଦପୁର ପଞ୍ଚାୟତରେ । ଏହି ପଞ୍ଚାୟତ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର କେନାଲ ବନ୍ଧରେ ଏକ ନଳକୂପ ବସିଥିବା ବେଳେ ଦୀର୍ଘ ବର୍ଷ ହେବ ଅଚଳ ହୋଇପଡିଛି । ଏହି ନଳକୂପରୁ ପଥଚାରୀଙ୍କ ସମେତ ନିକଟସ୍ଥ ଦଳିତ ବସ୍ତିର ଜନସାଧାରଣ ପାନୀୟଜଳ ପାଇଁ ନିର୍ଭର କରିଥାନ୍ତି । ମାତ୍ର ନଳକୂପ ଅଚଳ ଯୋଗୁ ଲୋକେ ପିଇବା ପାଣି ନ ପାଇ ହିନସ୍ତା ଭୋଗୁଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି । ଯଦି ନଳକୂପକୁ ସଚଳ କରା ନ ଯାଏ ଲୋକେ ବାଧ୍ୟହୋଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *