ଦକ୍ଷିଣାଞ୍ଚଳ ଥାନାଗୁଡିକୁ ଆଧୁନିକ ଶୈଳୀରେ ନିର୍ମାଣ ପାଇଁ ଆଲୋଚନା

ଅତିରିକ୍ତ ପୁଲିସ୍ ମହାନିଦେ୍ର୍ଦଶକଙ୍କ ସମୀକ୍ଷା
ବ୍ରହ୍ମପୁର (ବୁ୍ୟରୋ): ଦକ୍ଷିଣାଞ୍ଚଳ ରେଞ୍ଜର ୫ଟି ପୁଲିସ୍ ଜିଲ୍ଲାରେ ଥିବା ପୁରୁଣା କୋଠା ତଥା ନିର୍ମାଣ ଚାଲିଥିବା ତଥା ଆଗକୁ ନିର୍ମାଣ ହେବାକୁ ଥିବା ନୂତନ କୋଠାଗୁଡିକର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଅତିରିକ୍ତ ପୁଲିସ୍ ମହାନିଦେ୍ର୍ଦଶକସଞ୍ଜୟ କୁମାର । ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ସକାଳେ ମା’ ତାରାତାରିଣୀଙ୍କୁ ଦର୍ଶନ କରିବା ପରେ ପୂର୍ବାହ୍ନରେ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ରେଞ୍ଜର ୫ ଏସ୍ପିଙ୍କୁ ନେଇ ସେ ଏ ନେଇ ସମୀକ୍ଷା କରିଛନ୍ତି । ବୈଠକରେ ଗଞ୍ଜାମ ଏସ୍ପି ବି୍ରଜେଶ କୁମାର ରଏ, ବ୍ରହ୍ମପୁର ଏସ୍ପି ଡ.ଶ୍ରବଣା ବିବେକ ଏମ୍, ଗଜପତି ଏସ୍ପି ଜୟରାମ ଶତପଥୀ, କନ୍ଧମାଳ ଏସ୍ପି ଭିନିତ ଅଗ୍ରୱାଲ, ବୌଦ୍ଧ ଏସ୍ପି ପ୍ରହଲ୍ଲାଦ ଏସ୍ ମିନା ଉପସ୍ଥିତ ଥିଲେ । ପୁଲିସ୍ ଫୋର୍ସ ପାଇଁ ଆବଶ୍ୟକୀୟ ଉପକରଣ ସହ ଭିିତ୍ତିଭୂମିକୁୂ ନେଇ ଅତିରିକ୍ତ ମହାନିଦେ୍ର୍ଦଶକ ଉପସ୍ଥିତ ଏସ୍ପିମାନଙ୍କ ସହ ଆଲୋଚନା କରିଥିଲେ । ବାରାକ ସ୍ଥାପନ ତଥା ବାରାକଗୁଡିକର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସହ ନୂତନ ଥାନାରେ ପରିଣତ ହେବାକୁ ଥିବା ଫାଣ୍ଡିଗୁଡିକର ସ୍ଥିତି ସଂପର୍କରେ ପଚାରି ବୁଝିଥିଲେ । କେଉଁ ଫାଣ୍ଡି କେଉଁଠାରେ ନିର୍ମାଣ ହେବ, ସେଥିପାଇଁ ନିଜସ୍ୱ ସ୍ଥାନ ଅଛିକି ନାହିଁ ତାହାର ସମୀକ୍ଷା କରିବା ସହ ଥାନାଗୁଡିକ କିପରି ଆଧୁନିକ ଢଙ୍ଗରେ ନିର୍ମାଣ ହେବ ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଅଭିଯୋଗ କରିବାକୁ ଆସୁଥିବା ଲୋକଙ୍କ ଅଭିଯୋଗକୁ ଟିକିନିଖି ବୁଝି ତାର ତ୍ୱରିତ ସମାଧାନ ଦିଗରେ ଥାନାଧିକାରୀଙ୍କୁ ନିଦେ୍ର୍ଦଶ ଦେବାକୁ ଏସ୍ପିମାନଙ୍କୁ କହିଥିଲେ ଅତିରିକ୍ତ ମହାନିଦେ୍ର୍ଦଶକ ସଞ୍ଜୟ କୁମାର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *