ଅଲିମ୍ପିକ୍ରେ ସ୍ଥାନ ପାଇବ କ୍ରିକେଟ୍!

୬ ଦେଶ ଭିତରେ ହେବ ଟୁର୍ଣ୍ଣାମେଣ୍ଟ
ନୂଆଦିଲ୍ଲୀ, ୧୯ା୧୧: କ୍ରିକେଟ୍ ପ୍ରେମୀଙ୍କ ପାଇଁ ସୁସମ୍ବାଦ । କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ରେ ବହୁ ବର୍ଷ ପରେ କ୍ରିକେଟ୍ ପୁନର୍ବାର ସ୍ଥାନ ପାଇପାରେ । ଏ ଦିଗରେ ଇଣ୍ଟରନାସନାଲ କ୍ରିକେଟ୍ କାଉନ୍ସିଲ (ଆଇସିସି) ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି । ବ୍ରିଟେନ୍ରୁ ପ୍ରକାଶିତ ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ, ୨୦୨୮ ଅଲିମ୍ପିକ୍ରେ ପୁରୁଷ ଓ ମହିଳା ବର୍ଗରେ ୬ ଦେଶର ୬ ଟିମ୍ ଭିତରେ ଟୁର୍ଣ୍ଣାମେଣ୍ଟକୁ ଅଲିମ୍ପିକ୍ରେ ସାମିଲ କରିବା ଲାଗି ଆଇସିସି ସୁପାରିଶ କରିଛି ।
ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟ୍ରେ ହେବ । ଯେଉଁ ୬ ଟିମ୍ ର୍ୟାଙ୍କିଂ ଆଧାରରେ ଶୀର୍ଷରେ ରହିବେ, ସେମାନଙ୍କୁ ଅଲିମ୍ପିକରେ ଭାଗ ନେବାକୁ ସୁଯୋଗ ଦିଆଯିବ । ପ୍ରତି ଟିମ୍ରେ ସର୍ବାଧିକ ୧୪ ଖେଳାଳିଙ୍କୁ ଅନୁମତି ମିଳିବ । ୩-୩ ର ଦୁଇଟି ଗ୍ରୁପ୍ରେ ରଖାଯିବ । କ୍ରିକେଟ୍ ଏକଦା ଅଲିମ୍ପିକ୍ରେ ଥିଲା । ୧୯୦୦ ମସିହାର ପ୍ୟାରିସ୍ ଅଲିମ୍ପିକ୍ରେ ଏହାକୁ ପ୍ରଥମ ଓ ଶେଷଥର ପାଇଁ ସାମିଲ କରାଯାଇଥିଲ । ସେଥିରେ କେବଳ ୨ଟି ଟିମ୍ ଗ୍ରେଟ୍ ବ୍ରିଟେନ୍ ଓ ଫ୍ରାନ୍ସ ଭାଗ ନେଇଥିଲେ । ଗ୍ରେଟ୍ ବି୍ରିଟେନଙ୍କୁ ମିଳିଥିଲା ସ୍ୱର୍ଣ୍ଣପଦକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *