ଏକାମ୍ର ବାଟିକା ଉଦ୍ଘାଟିତ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଶନିବାର ସ୍ଥାନୀୟ ଖାରବେଳନଗରରେ ଆର୍ନ୍ତଜାତିକ ସ୍ତରର ଶିକ୍ଷାନୁଷ୍ଠାନ “ଏକାମ୍ର ବାଟିକା’ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପ୍ଲେ ଗ୍ରୁପ୍ ଏବଂ ନର୍ସରୀ ଶ୍ରେଣୀ ପାଇଁ ନାମଲେଖା ସକାଶେ ଘୋଷଣା କରାଯାଇଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅଭିଭାବକଙ୍କ ଉପସ୍ଥିତିରେ ଶିକ୍ଷାନୁଷ୍ଠାନର ଶୁଭ ଉଦଘାଟନ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ବିଦ୍ୟାଳୟ ଉଦ୍ଘାଟନ ଉତ୍ସବରେ ଉପସ୍ଥିତ ରହି ହାର୍ଦ୍ଧିକ ଶୁଭେଚ୍ଛା ଜଣାଇବା ସହ ଆର୍ଶୀବାଦ ପ୍ରଦାନ କରିଥିଲେ ।
ଭୁବନେଶ୍ୱରରେ ପିଲାଙ୍କର ଗୁଣାତ୍ମକ ପ୍ରାଥମିକ ଶିକ୍ଷାଦାନକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ ସ୍ତରର ଅଭ୍ୟାସ, ଗବେଷଣା ଏବଂ ପିଲାଙ୍କ ପାଇଁ କିପରି ଏକ ଉତ୍ତମ ଶିକ୍ଷଣ ପରିବେଶ ସୃଷ୍ଟି କରାଯାଇ ପାରିବ ସେହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଏକାମ୍ର ବାଟିକା ପ୍ରତିଷ୍ଠା କରାଯାଇଛି । ଏହାର ପ୍ରଗତିଶୀଳ ପାଠ୍ୟକ୍ରମ, ଛାତ୍ର-କୈନ୍ଦ୍ରିକ ଭିତ୍ତିଭୂମି ଏବଂ ଉନ୍ନତ ଶିକ୍ଷାଦାନ-ଶିକ୍ଷଣ ପଦ୍ଧତି ମାଧ୍ୟମରେ ବିଦ୍ୟାଳୟ ଛୋଟ ପିଲାଙ୍କୁ ଅଭିଜ୍ଞତା ସମ୍ପନ୍ନ ଏବଂ ଜୀବନ ପରିବର୍ତ୍ତନକାରୀ ଶିକ୍ଷାପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।