ବିକ୍ରମ-ଏସ୍ ଉଡ଼ାଣ ସଫଳ

ଶ୍ରୀହରିକୋଟା, ୧୮ା୧୧: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ (ବିକ୍ରମ-ସବ୍ଅର୍ବିଟାଲ୍ ବା ଭିକେଏସ୍)କୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଶୁକ୍ରବାର ପୂର୍ବହ୍ଣ ସାଢେ ୧୧ଟା ବେଳେ ଲଞ୍ଚ୍ କରିଛି । ଏହି ରକେଟ୍ର ନିର୍ମାତା ସ୍କାଏରୁଟ୍ ଏରୋସ୍ପେସ୍ ନାମକ କମ୍ପାନୀ । ଭାରତର ପ୍ରମୁଖ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ନାମାନୁସାରେ ଏହି ଘରୋଇ ରକେଟ୍ର ନାମକରଣ କରାଯାଇଛି । ଶୁକ୍ରବାର ରକେଟ୍ ଉତ୍କ୍ଷେପଣ ସମୟରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ଉପସ୍ଥିତ ଥିଲେ । ରକେଟ୍ ଲଞ୍ଚିଙ୍ଗ୍ ପାଇଁ ଲାଗିଥିଲା ମାତ୍ର ୩୦୦ ସେକେଣ୍ଡ୍ ।
ହାଇଦରାବାଦ୍ସ୍ଥିତ ଷ୍ଟାଟ୍ଅପ୍ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସ୍ ଲିମିଟେଡ୍ ତା’ର ଏହି ପ୍ରଥମ ମିଶନ୍ର ନାମ ଦେଇଛି ‘ପ୍ରାରମ୍ଭ’ । ସେଥିରେ ୩ଟି ଉପଭୋକ୍ତା ପେଲୋଡ୍ ଅଛି ।
ରକେଟ୍ର ଉଚ୍ଚତା ୬ ମିଟର, ଓଜନ ପ୍ରାୟ ୫୪୫ କେଜି । ଏହା ସର୍ବାଧିକ ୧୦୧ କିମି ଉଚ୍ଚତା ପର୍ଯ୍ୟନ୍ତ ଯିବାକୁ ସକ୍ଷମ । ସ୍କାଏରୁଟ୍ ଏରୋସ୍ପେସ୍ ଉଡାଣ ସଫଳ ହୋଇଥିବା ଟ୍ୱିଟ୍ ମାଧ୍ୟମରେ ଜଣାଇଛି । ରକେଟ୍ ଲଞ୍ଚ ପାଇଁ ସ୍କାଏରୁଟ୍ ଇସ୍ରୋ ସହ ପୂର୍ବରୁ ଚୁକ୍ତିବଦ୍ଧ ହୋଇଥିଲା । ରକେଟ୍ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ସ୍କାଏରୁଟ୍ ଓ ଇସ୍ରୋକୁ ଧନ୍ୟବାଦ୍ ଜଣାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *