ବନ୍ଦର ନୀତିକୁ ଅନୁମୋଦନ
ରାଜ୍ୟ କ୍ୟାବିନେଟ୍ରେ ୧୭ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର, ୧୮ା୧୧ (ବୁ୍ୟରୋ): ରାଜ୍ୟ କ୍ୟାବିନେଟ୍ ବୈଠକରେରେ ଶୁକ୍ରବାର ୧୭ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୂଆ ବନ୍ଦର ନୀତି, ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ନୀତି, ବିବିଧ କୃଷି ଯୋଜନା ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ ସହ ଓୟୁଟିଆର ରୂପାନ୍ତରଣରେ ୧୫ଶହ କୋଟି ଖର୍ଚ୍ଚ ହେବ ବେହାଲି ନିଷ୍ପତ୍ତି ହୋଇଛି । ସେହିପରି କଟକ ଜିଲ୍ଲା ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣକୁ ମଞ୍ଜୁରୀ ସହ ୩୮୭ ମିଟର ଦୀର୍ଘ ଓ ୪୩.୮୨୫ ମିଟର ଉଚ୍ଚର କଂକ୍ରିଟ ବନ୍ଧ ହେବ । ଏଥିପାଇଁ ୨୨୫ କୋଟି ଖର୍ଚ୍ଚ ହେବ । ଫଳରେ ନରସିଂହପୁର, ବଡ଼ମ୍ବା, ତିଗିରିଆ ବ୍ଲକର ଚାଷ ଜମିକୁ ପାଣି ମିଳିବ ।
ସେହିପରି ରାଜ୍ୟ ଶିଶୁ ନୀତି-୨୦୨୨ ପ୍ରାରମ୍ଭକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଶିଶୁଙ୍କର ବଞ୍ଚôବାର ଅଧିକାର ଓ ସୁରକ୍ଷାକୁ ଗୁରୁତ୍ୱ ଦେବ ଏହି ନୂଆ ନୀତି । ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ, ଶିକ୍ଷା ଅଧିକାରକୁ ଗୁରୁତ୍ୱ ମିଳିଛି । ଶିଶୁଙ୍କର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦେବ ନୂଆ ଶିଶୁ ନୀତି । ବିଜ୍ଞପ୍ତିର ବର୍ଷକ ମଧ୍ୟରେ ରାଜ୍ୟ ଶିଶୁ ନୀତି ପ୍ରାରମ୍ଭ ଲାଗୁ ହେବ । ଅନୁରୂପ ଭାବେ ଓଡ଼ିଶା ବନ୍ଦର ନୀତି ୨୦୨୨କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଅନ୍ତଦେ୍ର୍ଦଶୀୟ ଜଳପଥ ଏବଂ କ୍ଷୁଦ୍ର ବନ୍ଦରର ବିକାଶକୁ ଗୁରୁତ୍ୱ ମିଳିଛି । ବନ୍ଦର କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ଏହି ନୂଆ ନୀତି ପ୍ରୋତ୍ସାହନ ଦେବ ।
ବନ୍ଦର ଏବଂ ବନ୍ଦର ସମ୍ପର୍କୀତ ଶିଳ୍ପ ସମୂହର ମଧ୍ୟ ବିକାଶ କରିବ ବୋଲି ଏହି ଅବସରରେ ପ୍ରକାଶ ପାଇଛି ।
ଏଥିସହ ଟେକ୍ ହୋମ ରାସନ ନୀତିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଓଡ଼ିଶା ମୁ୍ୟନିସିପାଲ ଆଇନ୍ ୧୯୫୦ର ସଂଶୋଧନ ପ୍ରସ୍ତାବ ଓ ଓଡ଼ିଶା ମୁ୍ୟନିସିପାଲ କର୍ପୋରେସନ ଆଇନ୍ ୨୦୦୩ର ସଂଶୋଧନ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍ । ଏଥିସହ ଓୟୁଟିଆର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା । ଖଣ୍ଡଗିରି ସ୍ଥିତ ଜେଡି ସେଣ୍ଟର ଅଫ ଆର୍ଟ୍ସକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବା ନେଇ ପ୍ରସ୍ତାବକୁ ମୋହର ମରାଯାଇଛି । ଏଥିସହ ଗ୍ରୁପ ବି ଓ ଗ୍ରୁପ ସି ସ୍ପେଶାଲିଷ୍ଟ ପଦବୀ ଓ ସେବା ନିୟମାବଳୀ ୨୦୨୨ ସମନ୍ୱିତ ପରୀକ୍ଷା ଅନୁଷ୍ଠିତ ହେବାକୁ ନେଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ଅଧିନିୟମରେ ସଂଶୋଧନ ହେବ । ଇଚ୍ଛାଧୀନ କୋଟାରେ ସିଙ୍ଗଲ ଆଲଟମେଣ୍ଟକୁ ଟାସ୍କଫୋର୍ସରୁ ବାଦ ପଡ଼ିବ । ଏଣିକି ବିଡିଏ, ସିଡିଏ ଓ ଓଏସ୍ଏଚ୍ବିର ସିଙ୍ଗଲ ଆଲଟମେଣ୍ଟ ଜମି ବେଧ ହେବ ବୋଲି ଜଣାପଡ଼ିଛି ।
ସେପଟେ ସମ୍ପୂର୍ଣ୍ଣ ହେବ ରେଙ୍ଗାଲିର ବାମପାଖ କେନାଲ । ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୧୯ ହଜାର ୮୩୫ ଏକର ଜମି ଜଳ ସେଚିତ ହେବ । ୩୬ ମାସ ମଧ୍ୟରେ ପ୍ରକଳ୍ପ କାମ ସରିବ । ଖର୍ଚ୍ଚ ହେବ ୨୯୭.୧୩ କୋଟି ଟଙ୍କା । ଏ ସମ୍ପର୍କିତ ପ୍ରସ୍ତାବରେ ବାଜିଛି କ୍ୟାବିନେଟ୍ ମୋହର । ସେପଟେ ବହୁଚର୍ଚ୍ଚିତ ଇଚ୍ଛାଧୀନ କୋଟାରେ ଆବଣ୍ଟିତ ଘର ଓ ପ୍ଲଟକୁ ରଦ୍ଦ କରିବା ନିମନ୍ତେ ତାରା ଦ କମିଟିର ସୁପାରିଶକୁ ଗ୍ରହଣ କରିଥିବା ରାଜ୍ୟ କ୍ୟାବିନେଟ ପ୍ରାୟ ୮ବର୍ଷ ପରେ ନିଜର ନିଷ୍ପତ୍ତିରୁ ଓହରି ଯାଇଛନ୍ତି । ଆଉ ଇଚ୍ଛାଧୀନ କୋଟାରେ ସମସ୍ତ ପ୍ଲଟ୍ ଓ ଘରର ସିଙ୍ଗଲ ଆବଣ୍ଟନ ବୈଧ ରହିବ ତଥା ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି ।