କ୍ରସର ମାଲିକଙ୍କ କବ୍ଜାରେ ମୁଙ୍ଗେ ପାହାଡ଼
ଲୋକଙ୍କ ଭାବାବେଗ ସହ ଖେଳ
ଟିଟିଲାଗଡ଼ (ଆପ୍ର): ଗାଁ ଲୋକଙ୍କ ଭାବନା ସହିତ ଖେଳ । କ୍ରସର ମାଲିକଙ୍କ ହାତକୁ ଟେକିଦେଲେ ଐତିହ୍ୟ ବହନ କରୁଥିବା ମୁଙ୍ଗେ ପାହାଡ । ଯାହାକୁ ବିରୋଧ କରି ଶୁକ୍ରବାର ୩ ପଞ୍ଚାୟର ଲୋକେ ଗର୍ଜିଛନ୍ତିି । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଘଣ୍ଟାଏରୁ ଅଧିକ ସମୟ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ଦେଇଛନ୍ତି । ଲିଜ୍ ବାତିଲ ନ କରାଗଲେ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନି ଦେଇଛନ୍ତି । ବଲାଙ୍ଗିର ଜଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅଲଣ୍ଡା ଗାଁ ପାଖରେ ରହିଛି ଐତିହ୍ୟ ବହନ କରୁଥିବା ମୁଙ୍ଗେ ପାହାଡ଼ । ଏଠାରେ ଆତ୍ମଗୋପନ କରୁଥିଲେ ସ୍ୱାଧୀନତା ସଂଗ୍ରାମୀ ଅଲାଣ୍ଡ ଗାଁର ମୋହନ ମାଝୀ । ସେ ପାହାଡ଼ ଗୁମ୍ଫାରେ ଅସ୍ତ୍ରଶସ୍ତ୍ର ଲୁଚାଇଥିଲେ । ଯେଉଁଥିପାଇଁ ତାଙ୍କୁ ଧରିପାରୁ ନ ଥିଲା ଇଂରେଜ ସରକାର ।
ବହୁ ଛକାପଞ୍ଝା ପରେ ଇଂରେଜ ସରକାର ମୋହନଙ୍କୁ ଧରି ତକ୍ରାଳୀନ ଜିଲ୍ଲା ମୁଖ୍ୟାଳୟ ରାୟପୁର ଜେଲର (ବର୍ତ୍ତମାନ ଛତିଶଗଡ଼ ରାଜ୍ୟର) ଫାଶୀ ଦେଇଥିଲା ବ୍ରିଟିଶ୍ ସରକାର । ମୁଙ୍ଗେ ପାହାଡ଼ କେବଳ ଐତିହାସିକ ତଥ୍ୟ ବହନ କରୁନାହିଁ ସ୍ଥାନୀୟ ଲୋକଙ୍କ ପାଇଁ ଧର୍ମୀୟ ଓ ପାରମ୍ପରିକ ଗୁରୁତ୍ୱ ବହନ କରୁଛି । ପାହାଡ଼ର ଅନେକ ସ୍ଥାନରେ ଅନେକ ଗୁମ୍ଫା ରହିଛି ଓ ଅନେକ ଦେବାଦେବୀ ପୂଜା ପାଉଛନ୍ତି । ଏହି ପାହାଡ଼ ପାଖରେ ବହୁ ·ଷ ଜମି ରହିଛି ଏବଂ କ୍ରସର ବସିଲେ ·ଷ ନଷ୍ଟ ହେବ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି ।
ମୁଙ୍ଗେ ପାହାଡ଼ରେ କ୍ରସର ସ୍ଥାପନକୁ ବିରୋଧ କରି ସ୍ଥାନୀୟ ଲୋକେ ଦୀର୍ଘ ଦିନ ହେଲା ଆନେ୍ଦାଳନ ଚଳାଇଛନ୍ତି । କିନ୍ତୁ ପ୍ରଶାସନ କର୍ଣ୍ଣପାତ କରୁନାହିଁ । ଏହା ପ୍ରତିବାଦରେ ୩ ପଞ୍ଚାୟତର ଶହଶହ ଲୋକ ଶୁକ୍ରବାର ଟିଟିଲାଗଡ ଘଣ୍ଟାସନୀ ମନ୍ଦିରରେ ଏକତ୍ର ହୋଇଥିଲେ । ପରେ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଆନେ୍ଦାଳନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ତହସିଲଦାର ଦାବିପତ୍ର ଗ୍ରହଣ କରିଥିଲେ । ଲିଜ ବାତିଲ କରିବାକୁ ଦାବି କରିଥିଲେ ଆନେ୍ଦାଳନକାରୀ । ଯଦି ସରକାର ଏଥିପ୍ରତି ଧ୍ୟାନ ନ ଦିଅନ୍ତି ତାହାହେଲେ ଆନେ୍ଦାଳନ ଆହୁରି ବ୍ୟପକ କରାଯିବ । ବଙ୍ଗୋମୁଣ୍ଡା ଅତିରିକ୍ତ ତହସିଲଦାର କୃଷ୍ଣ କୁମାର ଜେନାଙ୍କୁ ପ·ରିବାରୁ ସେ କହିଥିଲେ, ଉଚ୍ଚ ଅଧିକାରୀଙ୍କ ନିଦେ୍ର୍ଦଶ ଅନୁସାରେ ପଦକ୍ଷେପ ନିଆଯିବ ।