ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ

ପୁରୀ (ବୁ୍ୟରୋ): ଜଣେ ଆଦର୍ଶ ନିଯୁକ୍ତିଦାତା ଭାବେ ରାଜ୍ୟ ସରକାର ତାଙ୍କ କର୍ମଚାରୀଙ୍କୁ ସାମାଜିକ ଓ ଆର୍ଥିକ ନିରାପତ୍ତା ଯୋଗାଇବା ସାମ୍ବିଧାନିକ କର୍ତ୍ତବ୍ୟ । କିନ୍ତୁ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ଯୁବ ଅବସ୍ଥାରେ ଆଉଟ୍ ସୋର୍ସିଙ୍ଗ ସଂସ୍ଥା ଦ୍ୱାରା କମ୍ ଦରମାରେ କାମରେ ଲଗାଇ ଶ୍ରମକୁ ଶୋଷଣ କରୁଛନ୍ତି ସରକାର । ଏହା ବିରୋଧରେ ଶୁକ୍ରବାର ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପୁରୀ ଜିଲ୍ଲା ପକ୍ଷରୁ ଜିଲ୍ଲାର କୋଣ ଅନୁକୋଣରୁ କର୍ମଚାରୀଙ୍କର ଏକ ବିଶାଳ ପଟୁଆର ପିକେଡିଏ ଛକରୁ ବାହାରି ଜିଲ୍ଲାପାଳ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
କର୍ମଚାରୀ ମହାସଙ୍ଘର ଉପଦେଷ୍ଟା ତଥା ଆବାହକ ଶ୍ରମିକ ନେତା ଶରତ କୁମାର ରାୟଗୁରୁଙ୍କ ନେତୃତ୍ୱରେ ଠିକା ଆଉଟ୍ ସୋର୍ସିଙ୍ଗ ପ୍ରଥା ଉଚ୍ଛେଦ, ସମାନ କାମକୁ ସମାନ ଦରମା, ସମସ୍ତ କର୍ମଚାରୀଙ୍କୁ ନିୟମିତ କର୍ମଚାରୀର ମାନ୍ୟତା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଏହି ମୁଖ୍ୟ ଦାବିପୂରଣ ହେବା ପର୍ଯ୍ୟନ୍ତ ସରକାର ପୁରୀ ଜିଲ୍ଲାରେ ସମସ୍ତ ଆଉଟ୍ ସୋର୍ସିଙ୍ଗ ଏଜେନ୍ସିମାନଙ୍କ ପାଇଁ ଏକ ନୋଡାଲ୍ ଅଫିସର ନିଯୁକ୍ତି କରି ଆପତ୍ତି ଅଭିଯୋଗ ଶୁଣିବା, ଟେଣ୍ଡର ବେଳେ ଜିଲ୍ଲାପାଳ, ଶ୍ରମ ଅଧିକାରୀ ଓ ଶ୍ରମ ନିୟୋଜନ ଅଧିକାରୀ ଉପସ୍ଥିତ ରହିବା, ପ୍ରତ୍ୟେକ ମାସର ଦରମା ଇପିଏଫ୍, ଇଏସ୍ଆଇ ପ୍ରଥମ ସପ୍ତାହରେ ଦେବା ସହ ଦରମା ତାଲିକା ଦେବା, କଳା ତାଲିକାଭୁକ୍ତ ଏଜେନ୍ସିଙ୍କୁ ବିଦା କରିବା, ମନଇଚ୍ଛା କର୍ମଚାରୀଙ୍କୁ କାମରୁ ଛଟେଇ କରିବାଠୁ ନିବୃତ୍ତ ରହିବା ଆଦି ଦାବି କରାଯାଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ସଙ୍ଘର କର୍ମକର୍ତ୍ତା । ଯଦି ଏକ ମାସ ଭିତରେ ସମସ୍ୟା ସମାଧାନ ନ ହୁଏ ସମ୍ପୃକ୍ତ ବିଭାଗ ଗୁଡ଼ିକରେ କର୍ମଚାରୀମାନେ ଅସହଯୋଗ ଆନେ୍ଦାଳନ କରିବେ । ବିକ୍ଷୋଭରେ ଗୁରୁ ପ୍ରସାଦ ଶତପଥି, ଅନିଲ କୁମାର ସୁବୁଦ୍ଧି, ତ୍ରିନାଥ ଭୋଇ, ଶ୍ରୀବତ୍ସ ଜାଲି, କିରଣ ନାୟକ, ଅମରେନ୍ଦ୍ର ନନ୍ଦ, ମନୋରଞ୍ଜନ ମହାରଣା, ସୁଜିତ ନାୟକ, ଜହର ଖାନ, ଦୀପକ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *