ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଟୋଲଗେଟ୍ ଧାରଣା ସ୍ଥଗିତ

ଭଣ୍ଡାରିପୋଖରୀ (ଆପ୍ର): ଭଣ୍ଡାରିପୋଖରୀ ବ୍ଲକ୍ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଠାରେ ଗତ ୯ରୁ କାର୍ଯ୍ୟକ୍ଷମ ଟୋଲଗେଟ୍ରେ ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆନେ୍ଦାଳନ ୧୦ ଦିନରେ ସ୍ଥଗିତ ରହିଛି । ଠିକାସଂସ୍ଥା ‘ସ୍କାଇଲାର୍କ ଇଂଫ୍ରା ଇଞ୍ଜିନିଅରିଂ’ ପକ୍ଷରୁ ଟୋଲ୍ଗେଟରେ ଚୁକ୍ତିନାମାକୁ ଏଡାଇ ମନମୁଖି ନିଯୁକ୍ତି ସମ୍ପର୍କରେ ଯାଞ୍ଚ କରାଯିବା, ନିଯୁକ୍ତି ପାଇଁ ଉତ୍କୋଚ ଆଦାୟ କରାଯିବା, ଜାଲ ପ୍ରମାଣପତ୍ରରେ ନିଯୁକ୍ତି ଦିଆଯିବା, ଶତପ୍ରତିଶତ ସ୍ଥାନୀୟ ନିଯୁକ୍ତିକୁ ନିଶ୍ଚିତ କରିବା, ସ୍ଥାନୀୟ ଯାନବାହନକୁ ସ୍ଥାୟୀ ପାସ୍ ଦିଆଯିବା, କୁଶଗଡିଆ ଡିଭାଇଡରକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ଆଦି ଦାବି ନେଇ ଧାରଣା ଜାରି ରହିଥିଲା ।
ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦାରଙ୍କ ଠାରୁ ଆଗାମୀ ୭ ଦିନ ମଧ୍ୟରେ ସମାଧାନର ପ୍ରତିଶ୍ରୁତି ମିଳିବା ପରେ ଧାରଣାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ପୁଲିସ ଉପଖଣ୍ଡ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର ଟୋଲଗେଟରେ ଧାରଣାକାରୀଙ୍କ ନେତା ବଦ୍ରୀନାରାୟଣ ଧଳ, ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ପୂର୍ବତନ ସଭାପତି ପ୍ରଦୀପ ସାହୁ, ପୂର୍ବତନ ସମିତି ସଭ୍ୟ ପ୍ରଣବ ରାଉତ, ଯୁବନେତା ପ୍ରଦୁ୍ୟମ୍ନ ସେନାପତି, ରାଜେଶ ବିଶ୍ୱାଳ, ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସେନାପତି, ଦଳର ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁଙ୍କ ସମେତ ଅନ୍ୟମାନଙ୍କୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦୃଷ୍ଟିରୁ ଧାରଣା ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ । ଏହାକୁ ଗ୍ରହଣ କରି ଧାରଣାକୁ ସ୍ଥଗିତ କରାଯାଇଥିବା ଶ୍ରୀ ଧଳ ଘୋଷଣା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *