ସନ୍ଧ୍ୟା ଦେବନାଥନ୍ ମେଟା ଇଣ୍ଡିଆର ନୂଆ ମୁଖ୍ୟ

ନୂଆଦିଲ୍ଲୀ (ଏଜେନ୍ସି): ଫେସବୁକ, ହ୍ୱାଟ୍ସଆପ୍ ଭଳି ଲୋକପ୍ରିୟ ସୋସିଆଲ ମିଡିଆର ମୂଳ କମ୍ପାନୀ ମେଟା’ର ଭାରତ ମୁଖ୍ୟ ଭାବେ ସନ୍ଧ୍ୟା ଦେବନାଥନ୍ଙ୍କୁ ନିଯୁକ୍ତି ମିଳିଛି । ଆସନ୍ତା ବର୍ଷ ୨ଠ୨୩ ଜାନୁଆରୀ ୧ରେ ସେ ନିଜ ଦାୟିତ୍ୱ ଗ୍ରହଣ କରିବେ । ପ୍ରକାଶ, ନିକଟରେ ଅଜିତ୍ ମୋହନ୍ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ପଦ ଖାଲିପଡିଥିଲା । ତେବେ ମେଟା ମୁଖ୍ୟ ମାର୍କ ଜୁକରବର୍ଗ ଏହି ପଦରେ ପୁଣି ଜଣେ ଭାରତୀୟଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରକାଶ, ମେଟା କମ୍ପାନୀ ଗତ କିଛି ଦିନ ଧରି ବ୍ୟାପକ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିଛି । ଏହି ପ୍ରକ୍ରିୟା ମଧ୍ୟରେ ଅଜିତ୍ ମୋହନ୍, ମେଟାର ଭାରତ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ସନ୍ଧ୍ୟା ଦେବନାଥନ୍ଙ୍କ ପାଖରେ ବ୍ୟାଙ୍କିଂ, ଡିଜିଟାଲ୍ ପେମେଣ୍ଟସ୍ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଦୀର୍ଘ ୨୨ ବର୍ଷର ଆନ୍ତର୍ଜାତିକ ବ୍ୟବସାୟ ସମ୍ପର୍କରେ ଅଭିଜ୍ଞତା ରହିଛି । ୨ଠ୧୬ରୁ ସେ ମେଟା ସହ ଯୋଡି ହୋଇ ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *