ଗୁରୁତ୍ୱପୂର୍ଣ୍ଣ ସେକ୍ସନରେ ନାହାନ୍ତି ବରିଷ୍ଠ ଲାଇନମ୍ୟାନ୍
କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲା ସମେତ ଅନ୍ୟାନ୍ୟ ଅଞ୍ଚଳରେ ବିଦୁ୍ୟତ ବଣ୍ଟନ କରୁଥିବା ଟାଟା ପାୱାରର ମନମାନିକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକଟ କରିଛନ୍ତି । ଟାଟା ପାୱାରର କେନ୍ଦୁଝର ସର୍କଲ ଅଧୀନରେ ୩ଟି ଡିଭିଜନ ଥିବାବେଳେ ୨୫ଟି ସେକ୍ସନରୁ ପ୍ରତ୍ୟେକ ସେକ୍ସନରେ ଜଣେ ଲେଖାଁଏ ସିନିୟର ଲାଇନ୍ମ୍ୟାନ ରହିବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ଅନେକ ସେକ୍ସନରେ ସିନିୟର ଲାଇନ ମ୍ୟାନ ନିଯୁକ୍ତି ନ କରି ତଳିଆ କମଚାରୀଙ୍କ ଦ୍ୱାରା କାମ ଚଳା ଯାଉଥିବାରୁ ଅନେକ ସମୟରେ ବିଦୁ୍ୟତ ବିଭ୍ରାଟ ସୃଷ୍ଟି ହେଉଥିବା ଦୃଢ଼ ଅଭିଯୋଗ ହେଉଛି ।
କେନ୍ଦୁଝର ସର୍କଲ ଅଧୀନରେ କେନ୍ଦୁଝର, ଯୋଡା ଏବଂ ଆନନ୍ଦପୁର ଡିଭିଜନ ରହିଥିବା ବେଳେ ପ୍ରତ୍ୟେକ ସେକ୍ସନରେ କାର୍ଯ୍ୟ କରୁଥିବା ଲାଇନମ୍ୟାନ୍ (ଏ) କ୍ଷେତ୍ର ପରିଦର୍ଶନ, ରକ୍ଷଣାବେକ୍ଷଣ ଏବଂ ବିଦୁ୍ୟତ୍ ବିଲ କଲେକସନ କାର୍ଯ୍ୟ କରିଥାନ୍ତି । ମାତ୍ର ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବହୁ ଗୁରୁତ୍ୱପୂର୍ଣ୍ଣ ସେକ୍ସନରେ ଲାଇନମ୍ୟାନ(ଏ) ନିଯୁକ୍ତି କରାଯାଉନଥିବା ବେଳେ ଗୋଟିଏ ଗୋଟିଏ ସେକ୍ସନରେ ୨ଜଣ ଲାଇନମ୍ୟାନ(ଏ) ନିଯୁକ୍ତି କରାଯାଇଛି । କେନ୍ଦୁଝର ଡିଭିଜନର ନମ୍ବର(୧) ଏବଂ ନମ୍ବର(୩) ସେକ୍ସନରେ ୨ଜଣ, ଯୋଡା ଡିଭିଜନର ଝୁମ୍ପୁରା ସେକ୍ସନରେ ୩ ଜଣ ଲାଇନମ୍ୟାନ(ଏ) ନିଯୁକ୍ତି କରାଯାଇଥିବା ବେଳେ ଆନନ୍ଦପୁର ଡିଭିଜନର ବିଦ୍ୟାଧରପୁର, ଓରାଳି, ଢେଙ୍କିକୋଟ, ରାମଚନ୍ଦ୍ରପୁର ଏବଂ ଘଷିପୁରାରେ ଲାଇନମ୍ୟାନ (ଏ) ନିଯୁକ୍ତି କରାଯାଇନାହିଁ । ସେହିପରି ଯୋଡା ଡିଭିଜନର ବଡବିଲ(୧), ଭଦ୍ରାସାହି, ରୁଗୁଡି ଏବଂ କେନ୍ଦୁଝର ଡିଭିଜନର ବାଂଶପାଳ ସେକ୍ସନରେ ଲାଇନମ୍ୟାନ (ଏ) ପଦବୀ ଖାଲିପଡ଼ିଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ସେକ୍ସନରେ ଲାଇନମ୍ୟାନ ଫାଙ୍କା ପଡିଛି । ଏତଦ୍ବ୍ୟତୀତ କେନ୍ଦୁଝର ଡିଭିଜନର ନମ୍ବର(୧), ନମ୍ବର(୨), ନମ୍ବର(୩) ରେ ଆବଶ୍ୟକତା ଠାରୁ ଅଧିକ ଲାଇନମ୍ୟାନ (ବି) ନିଯୁକ୍ତି କରାଯାଇଥିବା ବେଳେ ତେଲକୋଇ ସେକ୍ସନରେ ଜଣେ ମଧ୍ୟ ଲାଇନମ୍ୟାନ (ବି) ନିଯୁକ୍ତି କରାଯାଇନଥିବାରୁ ଅନେକ ସମୟରେ ଏହି ସେକ୍ସନରେ ସମସ୍ୟା ଦେଖାଦେଉଛି । କେନ୍ଦୁଝର ଡିଭିଜନର ନମ୍ବର(୩) ସେକ୍ସନରେ ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ବିଦୁ୍ୟତ୍ କର୍ମଚାରୀ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ବିଭାଗୀୟ ତ୍ରୁଟି ଯୋଗୁଁ ୨ଟି ହାତୀର ମୃତୁ୍ୟ ହୋଇଥିଲା ବୋଲି କୁହାଯାଉଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପରେ ହାତୀମୃତୁ୍ୟ ଅଭିଯୋଗ ହେବା ପରେ ଟାଟା ପାୱାର ସିଇଓ ଭାସ୍କର ସରକାର ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।