ଗୁରୁତ୍ୱପୂର୍ଣ୍ଣ ପଦବୀରେ ଡିଏଲ୍ଆର୍

ପାରାଦୀପ ବନ୍ଦର ବିକାଶରେ ବାଧକ
ପାରାଦୀପ (ଆପ୍ର): ପାରାଦୀପ ବନ୍ଦର ଦେଶର ଏକ ଅଗ୍ରଣୀ ବନ୍ଦର ସହ ଏହା ଦ୍ୱିତୀୟ ସ୍ଥାନର ମାନ୍ୟତା ପାଇଛି । ଖୁବ୍ ଶୀଘ୍ର ଏହା ଏକ ମେଗା ପୋର୍ଟ ଓ ଯାନ୍ତ୍ରିକ ପଦ୍ଧତି ଦ୍ୱାରା ପଣ୍ୟ କାରବାର ଚାଲିବ । ଏହି ସବୁ ଦୃଷ୍ଟିକୋଣରୁ ପାରାଦୀପ ବନ୍ଦରର ଲୋକସମ୍ପର୍କ ଅଧିକାରୀଙ୍କ ପଦବୀ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ । ଏହା ଏକ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ପଦବୀ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକିଜେ ଏହି ପଦବୀ ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଖାଲି ପଡ଼ିଛି । ସେହି ସ୍ଥାନରେ ଏକ ଡିଏଲଆର ନିଯୁକ୍ତି ପାଇ ତାହାର ଦୁରୂପ ଯୋଗ କରିବାରେ ଅଧିକାରୀ ଜଣକ ବ୍ୟସ୍ତ ରହୁଥିବା ବେଳେ ବନ୍ଦରର ବିକାଶ କ୍ଷେତ୍ରରେ କାର୍ଯ୍ୟ ବ୍ୟାହତ ହେବାରେ ଲାଗିଛି ।
ଏହି ଅଧିକାରୀ ଜଣଙ୍କ କାହାର ପ୍ରୋତ୍ସାହନରେ କିମ୍ବା କାହାର ସୁପାରିସୀରେ ଅଦ୍ୟାବିଧି ପର୍ଯ୍ୟନ୍ତ ଏହି ସ୍ଥାନରେ କ୍ରମାଗତ ରହୁଛନ୍ତି ଏହାକୁ ନେଇ ପ୍ରଶ୍ନ ଉଠିଛି । ଦେଶର ଏକ ନାମଜାଦା ଅଗ୍ରଣୀ ପ୍ରାଧିକରଣ ସଂସ୍ଥାରେ ତାହାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠୁଛି । ଦେଶ ଯେତେବେଳ ବିକାଶ ଗତିରେ ଧାଇଁବାରେ ଲାଗିଛି ସ୍ୱୟ ପାରାଦୀପ ବନ୍ଦର ପ୍ରାଧିକରଣ ତାହାର ଏକ ଅଂଶୀଦାର । ସେ କିପରି ଅବହେଳିତ ଅବସ୍ଥାରେ ଏହି ପଦବୀକୁ ସ୍ଥାଣୁ ଅବସ୍ଥାରେ ରଖିଛନ୍ତି । ପାରାଦୀପ ଅନ୍ତଃ ବନ୍ଦରରେ ଯାନ୍ତ୍ରିକ ପଦ୍ଧତି ଓ ଅନ୍ୟାନ୍ୟ ଆନୁସଙ୍ଗିକ ନିର୍ମାଣଧୀନ କାର୍ଯ୍ୟରେ ନିୟୋଜିତ କମ୍ପାନି ଓ ତାଙ୍କ ଠିକାଦାରଙ୍କ କାର୍ଯ୍ୟରେ ବନ୍ଦରର ସମ୍ପୃକ୍ତ ବିଭାଗୀୟ ଫାଇଲ ଗୁଡିକ ଅନୁମୋଦନ ଲାଭ କରାଇବା ସହିତ ନିଜର କ୍ୟାଟରିଂ, ଡୁ୍ୟଟି ଫ୍ରି ରୁ ମଦ ଆଣି ମଦ ବେପାର, ଡିଏଲଆର ନିଯୁକ୍ତି ବାବଦରେ ସଦା ସର୍ବଦା ନିୟୋଜିତ ରହୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେବା ସହିତ କିଛି ବନ୍ଦରର କର୍ମଚାରୀ ନିଜ ନାମ ଗୋପନ ରଖି ଏ ସବୁ ବାବଦରେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *