ଗହଳିମୁକ୍ତ ହେବ କଟକ ସହର

କଟକ (ବୁ୍ୟରୋ): ଏକ ସଂଗଠିତ ଢଙ୍ଗରେ କଟକ ସହରକୁ ଜନଗହଳିମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଥିବା ଅଣଓସାରିଆ ରାସ୍ତାର ଜନଗହଳି ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଉଛି । ଏହାର ସ୍ଥାୟୀ ସମାଧାନ କରିବା ନିମନ୍ତେ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଏକ ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନା କାର୍ଯ୍ୟକାରୀ କରିବା ନେଇ ଆଜି ବିଜୁ ଭବନରେ ଏକ ଦୁଇ ଦିନିଆ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି । ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ପୂର୍ତ୍ତ ବିଭାଗ ଅଧିକାରୀ, ଟ୍ରାଫିକ ଅଧିକାରୀ ଓ ସଂପୃକ୍ତ ଉଚ୍ଚ ଅଧିକାରୀମାନେ ଯୋଗଦେଇଥିଲେ । ବିଶେଷକରି ହଜାରେ ବର୍ଷର ପୁରୁଣା ସହରର ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଅଣଓସାରିଆ ରାସ୍ତା ଓ ଗଳିକନ୍ଦି ଏଠାର ଭିଡକୁ ଅଧିକ ବଢାଇ ଦେଉଥିବାରୁ ଏହାକୁ ସଂଗଠିତ ଉପାୟରେ ନିୟନ୍ତ୍ରଣ କରିବା ସକାଶେ ଆଲୋଚନାରେ ମତ ପ୍ରକାଶ ପାଇଛି । ସେଥିପାଇଁ ବିଶେଷଜ୍ଞମାନଙ୍କ ଦ୍ୱାରା ସର୍ଭେ କରାଯିବା ସହ ୭ମାସ ମଧ୍ୟରେ ଡିପିଆର ପ୍ରସ୍ତୁତ କରାଯିବା ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ।
ପ୍ରାଥମିକ ପର୍ଯ୍ୟାୟରେ ସହରର ୧୦ଟି ସ୍ଥାନ ଯଥା, ହାଇକୋର୍ଟ ନିକଟ, ବକ୍ସିବଜାର, ରେଭେନ୍ସା କଲେଜ ନିକଟକୁ ଭିଡମୁକ୍ତ କରାଯାଇ ଉନ୍ନତ ଅଞ୍ଚଳରେ ପରିଣତ କରାଯିବ । ବୋର୍ଡ ସ୍କୁଲଠାରୁ ରାଣୀହାଟ ପ୍ରତିଦିନ ବହୁ ଭିଡ଼ ଦେଖିôବାକୁ ମିଳୁଛି । ସେଥିପାଇଁ ବିଧିବଦ୍ଧ ଭାବେ ଚଲାପଥ ନିର୍ମାଣ, ଭେଣ୍ଡିଂ ଜୋନ, ସ୍ୱତନ୍ତ୍ର ପାର୍କିଂ ସ୍ଥଳ, ରାସ୍ତା ଡିଜାଇନ, ରାସ୍ତା ପାଶ୍ୱର୍ ସୈାନ୍ଦ୍ୟର୍ଯ୍ୟକରଣ ସହ ଟ୍ରାଫିିକ ପରିଚାଳନା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ଏହିସବୁ କାର୍ଯ୍ୟ ଆଗାମୀ ଦୁଇ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସିଡିଏ ପକ୍ଷରୁ କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *