ସାମ୍ବାଦିକଙ୍କ ପେନ୍ସନ୍ ବ୍ୟବସ୍ଥା ଲାଗୁ ହେଉ

ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ
ଅନୁଗୁଳ (ଆପ୍ର): ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷଠାରେ ବୁଧୁବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ସଂଘ ସଭାପତି ଦ୍ାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସନ୍ତୋଷ ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଶାନ୍ତନୁ କୁମାର ସର, ସରକାରୀ ଓକିଲ ପରମାନନ୍ଦ ମିଶ୍ର ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥିନଗରପାଳ ଅକ୍ଷୟ ସାମନ୍ତ ଓ ବର୍ଷୀୟାନ ସାମ୍ବାଦିକ ଗୋପୀନାଥ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଜାତୀୟ ପ୍ରେସ ଦିବସ ଅବସରରେ ଚଳିତ ବର୍ଷର ସନ୍ଧର୍ଭ ‘ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ବିଷୟ ବସ୍ତୁ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଯେଉଁ ରାଷ୍ଟ୍ରରେ ସାମ୍ବାଦିକମାନଙ୍କର ଯେତେ ସ୍ୱାଧୀନତା ରହିଛି ସେ ଦେଶର ଗଣତନ୍ତ୍ର ସେଭଳି ମଜÿଭୁତ ବୋଲି ବିବେଚନା କରାଯାଇଥାଏ । ସରକାରଙ୍କ ବ୍ୟବସ୍ଥାରେ ସମାଜ କଲ୍ୟାଣକାରୀ ତଥ୍ୟକୁ ଜନସାଧାରଣଙ୍କୁ ଅବଗତ କରି ସୁଶାନ ପାଇଁ ପଥ ପରିଷ୍କାର କରୁଥିବାବେଳେ ସରକାରଙ୍କ ତ୍ରୁଟି ବିଚୁ୍ୟତକୁ ଲୋକ ଲୋଚନକୁ ଆଣି ସମାଜକୁ ଜାଗ୍ରତ କରିଥାଏ । ଗଣ ମାଧ୍ୟମ ସମାଜର ପ୍ରକୃତ ଶିକ୍ଷକ । ତେଣୁ ସାମ୍ବାଦିକଙ୍କ ସ୍ୱାଧୀନତାରୁ ହଁ ଜଣ ପଡେ ସେ ଦେଶର ଗଣତନ୍ତ୍ର କେତେ ସୃଦୃଢ଼ ବୋଲି ମୁଖ୍ୟ ଅତିଥି ଅତିରିକ୍ତ ଜିଲାପାଳ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଜଣେ ସାମ୍ବାଦିକ ତାର ଜୀବନକୁ ବାଜି ଲଗାଇ ଖବର ପ୍ରସାରଣ କରୁଥିବା ବେଳେ କର୍ମମୟ ଜୀବନ ପରେ ସରକାର ପେନସନ ଯୋଜନା ଲାଗୁ କରିବା ପାଇଁ ବକ୍ତାମାନଙ୍କ ମଧ୍ୟରେ ଦାବି ଉପସ୍ଥାପନା ହୋଇଥିଲା । ଏହି ଅବସରରେ ଗୋପୀନାଥ ନନ୍ଦ, ପ୍ରତାପ ବିଶ୍ୱାଳ, ସୁଶାନ୍ତ ମହାପାତ୍ର, ମାନସ ମିଶ୍ର, ସୁବ୍ରତ ତ୍ରିପାଠୀ, ରାକେଶ ସାମଲଙ୍କୁ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସମ୍ବର୍ଦ୍ଧିତ ହୋଇଥିବାବେଳେ ବ୍ୟବସାୟୀ ସଂଘ ସଭାପତି ରମେଶ ସାହା, ଯୋଗାଚାର୍ଯ୍ୟ ଅଭୟ ରାୟଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କାରାଯାଇଥିଲା । ସଂଘ ସାଧାରଣ ସଂପାଦକ ମନୋରଞ୍ଜନ ପାଣି ଅତିଥି ପରିଚୟ ପ୍ରଦାନ କରିବା ସହ ସଙ୍ଘର ଆଭିମୁଖ୍ୟ ଓ ଆଲୋଚନା ଚକ୍ରର ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ଜିଲାର ତାଳଚେର, ବଅଁରପାଳ, ଆଠମାଲିକ, ଅନୁଗୋଳ ସହର, ନାଲକୋ ନଗର ପ୍ରଭୃତି ବିଭିନ୍ନ ଅଞ୍ଚଳ ସାମ୍ବାଦିକମାନଙ୍କ ମଧ୍ୟରେ ପ୍ରତାପ ବିଶ୍ୱାଳ, ଅଶୋକ ଜେନା, ସୁବାଷ ଚନ୍ଦ୍ର ସାହୁ (ଖ), ବନମାଳୀ ନାଏକ, ଗୋପାଳ ଚନ୍ଦ୍ର ନାଥ, ଶ୍ରୀକାନ୍ତ ମିଶ୍ର, ବିନୋଦ ପଟ୍ଟନାୟକ, ପ୍ରଦୀପ୍ତ ପୁରୋହିତ, ବିଶ୍ୱମ୍ବର ବେହେରା, ସୁଶାନ୍ତ ମହାପାତ୍ର, ସୁବ୍ରତ ତ୍ରିପାଠୀ, ସୁଜିତ ବେହେରା, ରାକେଶ ସାମଲ, ପ୍ରତାପ ସାମଲ, ମାନସ ମିଶ୍ର, ଦୀପ୍ତି ପ୍ରଧାନ ପ୍ରମୁଖଙ୍କ ସମେତ ୫୦ରୁ ଅଧିକ ସାମ୍ବାଦିକ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *