ଜାନୁଆରୀ ୨୫ରୁ ମିନି ପଲ୍ଲିଶ୍ରୀ ମେଳା

ପୁରୀ (ବୁ୍ୟରୋ): ପୁରୁଷ ହକି ବିଶ୍ୱକପ୍ ୨୦୨୩ ଜାନୁଆରୀରେ ଆରମ୍ଭ ହେବ । ଏହାକୁ ରାଜ୍ୟ ସରକାର ଆୟୋଜନ କରୁଥିବାରୁ ଆକର୍ଷଣୀୟ ଓ ଭବ୍ୟ ଭାବେ ପରିଚାଳନା କରିବାକୁ ସ୍ଥିର ହୋଇଛି । ହକି ବିଶ୍ୱକପ୍ର ସମୟ ମଧ୍ୟରେ ପୁରୀ ଜିଲ୍ଲା ପ୍ରଶାସନ ଏଥିପାଇଁ ୨୦୨୩ ଜାନୁଆରୀ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀ ଲାଇଟ୍ ହାଉସ୍ ସମ୍ମୁଖରେ ଓରମାସ୍ ପକ୍ଷରୁ ଏକ ମିନି ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯିବ । ମେଳାକୁ ଶୃଙ୍ଖଳିତ ଓ ସୁଚାରୁରୂପେ ଶେଷ କରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୁରୁବାର ଅପରାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାପାଳ ଶ୍ରୀ ବର୍ମା ବିଭିନ୍ନ କାର୍ଯ୍ୟର ପରିଚାଳନା ଯେଉଁ ଯେଉଁ ବିଭାଗକୁ ଦାୟିତ୍ୱ ଦିଆଯାଉଛି ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ପାରସ୍ପରିକ ସମନ୍ୱୟ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ପରାମର୍ଶ ଦେଇଥିଲେ । ଗ୍ରାଉଣ୍ଡର ବିକାଶ, ବିଦୁ୍ୟତ ଯୋଗାଣ, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ମେଳାରେ ବ୍ୟାଙ୍କିଂ ଓ ଏଟିଏମ୍ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା ଓ ମେଳାରେ ଷ୍ଟଲ କରୁଥିବା ବ୍ୟକ୍ତିମାନଙ୍କ ସୁବିଧାରେ ରହିବା ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟ ପରିଚାଳନା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଓରମାସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଶାନ୍ତ କୁମାର ଦାସ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *