ନିଘୋଡ଼ ନିଦ୍ରାରେ ପ୍ରଶାସନ

ନିଷିଦ୍ଧାଞ୍ଚଳରେ ବୁଲୁଛି ଟ୍ରଲର୍
ପୁରୀ (ବୁ୍ୟରୋ): ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲଗାଯାଇଛି । ଅଲିଭ୍ ରିଡ୍ଲେଙ୍କ ଆଗମନ ଏବଂ ଅଣ୍ଡାଦାନ ଲାଗି ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ଏହି କଟକଣା ରହିଛି । ଏହି ସମୟରେ ନିଷିଦ୍ଧାଞ୍ଚଳରେ କୌଣସି ଟ୍ରଲର୍ ମାଛ ମାରିପାରିବେ ନାହିଁ ବୋଲି ନିଦେ୍ର୍ଦଶ ଦେଇଥିଲେ ଅଧିକାରୀ । କେବଳ କାଗଜକଲମରେ ନିଦେ୍ର୍ଦଶ ସୀମିତ । ଏହି ନିଦେ୍ର୍ଦଶକୁ ବେଖାତିର କରି ନିଷିଦ୍ଧାଞ୍ଚଳରେ ଖୋଲାଖୋଲି ଚକ୍କର ମାରୁଛି ଟ୍ରଲର୍ । ଯାହା ଦେଖିବାକୁ ମିଳିଥିଲା ଗୁରୁବାର ସମୁଦ୍ରକୂଳ ଠାରୁ ମାତ୍ର ୧ କିମି ମଧ୍ୟରେ । ଟ୍ରଲର୍ ଖୋଲାଖୋଲି ଭାବେ ନିୟମ ଉଲ୍ଲଙ୍ଘନ କରୁଥିବା ବେଳେ ନିଘୋଡ଼ ନିଦ୍ରାରେ ଶୋଇଛି ପ୍ରଶାସନ ।
ଏ ସମ୍ପର୍କରେ ସମାଜସେବୀ ଶ୍ରୀମନ୍ତ କୁମାର ଦାଶ କୁହନ୍ତି, ବର୍ତ୍ତମାନ ଅଲିଭ୍ ରିଡ୍ଲେଙ୍କ ଅଣ୍ଡାଦାନ ପ୍ରକି୍ରୟା ଜାରି ରହିଛି । ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କଟକଣାକୁ କାର୍ଯ୍ୟକାରୀ କରିବାକୁ କେହି ନାହାନ୍ତି । ସମୁଦ୍ରକୂଳର ଅତି ନିକଟରେ ମାଳ ମାଳ ଡଙ୍ଗା ଠାରୁ ଆରମ୍ଭ କରି ଟ୍ରଲର୍ ଯିବାଆସିବା କରୁଛି । ଫଳରେ ଅଲିଭ୍ ରିଡ୍ଲେଙ୍କ ଅଣ୍ଡାଦାନ ପ୍ରକି୍ରୟାରେ ବାଧକ ସୃଷ୍ଟି ହେବ । ଏହା ଉପରେ ବିଭାଗୀୟ ଅଧିକାରୀମାନେ ଦୃଷ୍ଟିଦେବାକୁ ଶ୍ରୀ ଦାଶ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *