୧୫୬ ଶିକ୍ଷାନୁଷ୍ଠାନରେ ମିଡ୍‌-ଟର୍ମ ପରୀକ୍ଷା

ମପାଯିବ ଛାତ୍ରଛାତ୍ରୀଙ୍କ ଦକ୍ଷତା
ଆସିକା (ଆପ୍ର): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦେ୍ର୍ଦଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ୧୩ କ୍ଲଷ୍ଟରର ୧୫୬ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଠାରୁ ମିଡ୍‌-ଟର୍ମ ପରୀକ୍ଷା ଆରମ୍ଭ ହୋଇଛି । ଆସିକାର ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କବିବର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ମିଡ୍‌-ଟର୍ମ ପରୀକ୍ଷାକୁ ସ୍ୱଚ୍ଛତାର ସହ ସଂପାଦନ କରିବା ଲାଗି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର ଓ ଭଞ୍ଜ ବେହେରାଙ୍କ ନେତୃତ୍ୱରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସତ୍ୟନାରାୟଣ ସେଠୀ, ଶିବଶଙ୍କର ଜେନା, ସିମାଞ୍ଚଳ ସେଠୀ, ନିରଞ୍ଜନ ପରିଡ଼ା, ବଂଶୀଧର ପରିଡ଼ା, ଧୋବା ବେହେରା ପ୍ରମୁଖଙ୍କ ନେତୃତ୍ୱରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ମାଧ୍ୟମରେ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଦକ୍ଷତା ମପାଯିବ । କରୋନା ପରବର୍ତ୍ତୀ ସମୟରେ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ଗୁଡିକରେ ଆରମ୍ଭ ହୋଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ (ଏଲ୍‌ଆର୍‌ପି) ମାଧ୍ୟମରେ ପିଲାମାନେ ପୁଣି ଥରେ ପୂର୍ବର ପାଠପଢା ସ୍ଥିତିକୁ ଫେରିଛନ୍ତି କି ନାହିଁ ସେ ନେଇ ତଦାରଖ କରାଯିବ । ଗୁରୁବାରଠାରୁ ଆରମ୍ଭ ହୋଇଥିବା ଆସେସ୍‌ମେଣ୍ଟ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଓପେପା ପକ୍ଷରୁ ଯୋଗାଇ ଦିଆଯାଇଥିବା ପ୍ରଶ୍ନପତ୍ର ଯେପରି ଲିକ୍‌ ନ ହୁଏ ତାହାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ୠୁରୁବାର ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଓଡିଆ ଏବଂ ଚତୁର୍ଥ ଶ୍ରେଣୀ ଠାରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଇଂରାଜୀ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୧୪ ହଜାରରୁ ଊଦ୍ଧ୍ୱର୍ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । କରୋନା ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢା ଗତ ଦୁଇ ବର୍ଷ ହେଲା ପ୍ରଭାବିତ ହୋଇଥିଲା । ୨୦୨୨-୨୩ ଶିକ୍ଷାବର୍ଷରେ କ୍ଲାସ୍‌ ଆରମ୍ଭ ହେବା କ୍ଷଣି ପିଲାଙ୍କ ପାଠପଢାର ଦକ୍ଷତା ମପାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ (ଏଲ୍‌ଆର୍‌ପି) ଆରମ୍ଭ ହୋଇଥିଲା ବେଳେ ଧାର୍ଯ୍ୟ ସମୟ ଅନୁଯାୟୀ ଗୁରୁବାରଠାରୁ ମିଡ୍‌-ଟର୍ମ ପରୀକ୍ଷା ଆରମ୍ଭ ହୋଇଛି । ଆସନ୍ତା ୧୯ ତାରିଖରୁ ୨୧ ତାରିଖ ଯାଏ ଟର୍ମିନାଲ୍‌ ଆସେସମେଣ୍ଟ ଅନୁଷ୍ଠିତ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *