୨ଠ୨୪ରୁ ୪ ଭାଷାରେ ପାଠ୍ୟକ୍ରମ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ସେବାୟତ ପରିବାର ପିଲାମାନଙ୍କ ଲାଗି ନିର୍ମାଣ ହେବ ଆଦର୍ଶ ଗୁରୁକୁଳ । ଏନେଇ ବୁଧବାର ସ୍ଥାନୀୟ ନୀଳାଦ୍ରି ଭକ୍ତନିବାସଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଦର୍ଶ ଗୁରୁକୁଳ ନିର୍ମାଣ ଲାଗି ମୋହର ଲାଗିଛି । ଏପରିକି ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିର୍ଲା ଫାଉଣ୍ଡେସନ ମଧ୍ୟରେ ଏନେଇ ଏମ୍ଓୟୁ ସ୍ୱାକ୍ଷର ହୋଇଛି । ଗଜପତି ମହାରାଜାଙ୍କ ଉପସ୍ଥିତିରେ ଏମ୍ଓୟୁ ସ୍ୱାକ୍ଷର ହୋଇଛି । ୧୯.୩୮ ଏକର ଜମିରେ ହେବ ଆଦର୍ଶ ଗୁରୁକୁଳ । ଗୁରୁକୁଳ ପ୍ରତିଷ୍ଠା ଲାଗି ସୁପ୍ରିମକୋର୍ଟ ପ୍ରଦାନ କରିଥିବା ୬ କୋଟି ଏବଂ ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ଅବଶିଷ୍ଟ ଟଙ୍କା ବ୍ୟୟରେ ଗୁରୁକୁଳ ନିର୍ମାଣ ହେବ ।
ବାସେଳୀସାହି ମୌଜାର ମାଟିତୋଟା ଅଞ୍ଚଳରେ ୧୯ ଏକର ପରିମିତି ଯାଗାରେ ଆଦର୍ଶ ଗୁରୁକୁଳ ନିର୍ମାଣ ହେବ । ପ୍ରାଥମିକ ପର୍ଯ୍ୟାୟରେ ସେବାୟତ ପିଲାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିବ । ୨୦୨୪ ଆରମ୍ଭରୁ ୪ଟି ଭାଷାରେ ପାଠ୍ୟକ୍ରମ ଆରମ୍ଭ ହେବ । ଏଥିରେ ପିଲାମାନଙ୍କୁ କେବଳ ଲିଟ୍ରେଟ ନୁହେଁ ଜଗନ୍ନାଥ ସଂସ୍କୃତି ପରମ୍ପରା, ଗ୍ଲୋବାଲ୍ ଶିଶୁ, ହୋଲିଷ୍ଟିକ୍ ଏଜୁକେଶନ ଆଦି ଶିକ୍ଷା ଦିଆଯିବ । ଆସନ୍ତା ଅକ୍ଷୟ ତୃତୀୟାଦିନ ଗୁରୁକୁଳର ଭୂମିପୂଜନ କରାଯିବ ବୋଲି ବିର୍ଲା ଫାଉଣ୍ଡେସନ ଅଧିକାରୀ ଓ ପରିଚାଳନା ସଦସ୍ୟମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।