ପ୍ରଦେଶ ପ୍ରଭାରୀ ଦାୟିତ୍ୱ ଛାଡ଼ିଲେ ମାକନ୍

ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ
ଜୟପୁର (ଏଜେନ୍ସି): ରାଜସ୍ଥାନ କଂଗ୍ରେସର ଇନ୍ଚାର୍ଜ (ପ୍ରଦେଶ ପ୍ରଭାରୀ) ନିଯୁକ୍ତ ଥିବା ବରିଷ୍ଠ ନେତା ଅଜୟ ମାକନ୍ ବୁଧବାର ଆକସ୍ମିକ ଭାବେ ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି । ପ୍ରଦେଶ ୟୁନିଟ୍ରେ ଥିବା ନେତାମାନଙ୍କ ମଧ୍ୟରୁ କିଛି ନେତା ନିୟମିତ ଭାବେ ଖାମଖିଆଲି ଆଚରଣ ପ୍ରଦର୍ଶନ କରିବା ସହ ଦଳଗତ ନିଷ୍ପତ୍ତି କିମ୍ବା ନିୟମକୁ ମଧ୍ୟ ମାନୁନଥିବାକୁ ନେଇ ଦୀର୍ଘ ଦିନ ଧରି ମାକେନ୍ ଅସନ୍ତୁଷ୍ଟ ଥିଲେ । ବିଶେଷକରି ମୁଖ୍ୟମନ୍ତ୍ରୀ ଅଶୋକ ପାଇଲଟ୍ଙ୍କ ସମର୍ଥକ ନେତାମାନେ ମାକେନ୍ଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିଲେ ।
ପଦ ଓ ଦାୟିତ୍ୱ ଛାଡୁଥିବା ସମ୍ପର୍କରେ ସେ, ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖର୍ଗେଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଏଥିରେ ସେ ଡିସେମ୍ବର ପ୍ରଥମ ସପ୍ତାହରେ କଂଗ୍ରେସର ଭାରତ ଯୋଡୋÿ ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବା ଏବଂ ଏହି ସମୟ ସୁଦ୍ଧା ରାଜସ୍ଥାନରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଦଳ ଏଠାରେ ନୂଆ ପ୍ରଭାରୀ ନିଯୁକ୍ତ କରିବା ଉଚିତ୍ ବୋଲି ଉଲ୍ଲେଖ କରିଛନ୍ତି ।
କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ୯ଠରୁ ଊଦ୍ଧ୍ୱର୍ ସମର୍ଥକ ନେତା (ବିଧାୟକ) ଦଳରେ ଆଂଶିକ ବିଦ୍ରୋହର ମଧ୍ୟ ଆଭାସ ଦେଇଥିଲେ । ଏହି ବିଧାୟକମାନେ ସେମାନଙ୍କ ନେତା ଅଶୋକ ଗେହଲଟ୍ଙ୍କ ସପକ୍ଷରେ ନାରାବାଜି କରିବା ସହ ଶକ୍ତିପ୍ରଦର୍ଶନ କରିଥିଲେ, ଯେଉଁଥିପାଇଁ ଦଳ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ଏସମ୍ପର୍କରେ ଆଲୋଚନା କରିବା ପାଇଁ ମାକେନ୍ ବିଧାୟକ ଦଳ ବୈଠକ ଡାକିଥିଲେ । କିନ୍ତୁ ଗେହଲଟ୍ଙ୍କ ସମର୍ଥକ ବିଧାୟକମାନେ ବୈଠକକୁ ନଆସି ଓଲଟା ବାଚସ୍ପତିଙ୍କ ପାଖକୁ ଯାଇ ସାମୂହିକ ଇସ୍ତଫା ଦେବାର ଧମକ ଦେଇଥିଲେ ।
ଏହି ଘଟଣା ପରେ ମାକେନ ଆଶା କରିଥିଲେ ଯେ କଂଗ୍ରେସ ହାଇକମାଣ୍ଡ ବିଦ୍ରୋହ କରିଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏସମ୍ପର୍କରେ ଦଳୀୟ ହାଇକମାଣ୍ଡ୍ଙ୍କୁ ମଧ୍ୟ ସେ ଅବଗତ କରାଇଥିଲେ । ବିଦ୍ରୋହୀ ନେତାମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସେ ପୂର୍ବରୁ ଏକାଧିକ ଥର ଦଳୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖର୍ଗେଙ୍କ ସମେତ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ କହିଥିଲେ । ତେବେ ଏ ଦିଗରେ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରାନଯିବାକୁ ନେଇ କ୍ଷୁବ୍ଧ ହୋଇପଡିଥିଲେ ମାକନ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *