ଗ୍ରାମାଞ୍ଚଳର ବିକାଶ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ

ଦଶରଥପୁରରେ ଜନସମ୍ପର୍କ ପଦଯାତ୍ରା
ଦଶରଥପୁର (ଆପ୍ର): ଗ୍ରାମାଞ୍ଚଳର ବିକାଶ ପାଇଁ ବିଜେଡ଼ି ପ୍ରତିଶ୍ରୁତିବଦ୍ଧ ବୋଲି ବରିଷ୍ଠ ବିଜେଡ଼ି ନେତା ତଥା ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ କହିଛନ୍ତି । ମଙ୍ଗଳବାର ଦଶରଥପୁର ବ୍ଳକ ବିଜେଡ଼ି ପକ୍ଷରୁ ଦଶରଥପୁର ବ୍ଲକ ଅନ୍ତର୍ଗତ ୨୦ଟି ପଞ୍ଚାୟତକୁ ନେଇ ବ୍ଲକସ୍ତରୀୟ ଜନସର୍ମ୍ପକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଜନସମ୍ପର୍କ ପଦଯାତ୍ରା ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ରଙ୍କ ଆବାହକତ୍ୱରେ ଅନୁ୍ଷ୍ଠିତ ହୋଇଥିବାବେଳେ ଯାଜପୁର ବିଧାୟକଙ୍କ ପ୍ରତିନିଧି ତଥା ପୂର୍ବତନ ପୌରପାଳ ଭବ ପ୍ରସାଦ ଦାସ, ବରିଷ୍ଠ ବିଜେଡ଼ି ନେତା କର୍ଣ୍ଣାଟକେଶରୀ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ଶତାଧିକ ବିଜେଡ଼ି କର୍ମୀ ବ୍ଲକ୍ସ୍ଥ ସିନ୍ଦୁରାଇ ମୁହଁ ଛକଠାରୁ ଏକ ବିରାଟ ପଟୁଆରେ ବାହାରି ଦଶରଥପୁର ବ୍ଲକ କାର୍ଯ୍ୟାଳୟ ନିକଟ ପଡ଼ିଆରେ ପହଞ୍ଚôଥିଲେ । ଏହି ପରିପ୍ରେକ୍ଷୀରେ ସେଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ର ସଭାପତିତ୍ୱ କରିଥିବାବେଳେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବରିଷ୍ଠ ବିଜେଡ଼ି ନେତା କର୍ଣ୍ଣାଟକେଶରୀ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ନବୀନ ବାବୁଙ୍କ ୨୨ ବର୍ଷର ସରକାରରେ ଗରିବ ଲୋକଙ୍କ ପାଇଁ ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି ବୋଲି କହିଥିଲେ ।
ଅନ୍ୟତମ ଅତିଥିଭାବେ ଯାଜପୁର ପୌରାଞ୍ଚଳର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଯୋଗଦେଇ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦୃଢ଼ ନେତୃତ୍ୱରେ ଯାଜପୁର ଜିଲ୍ଲା ଆଜି ବିକାଶର ଶୀଖର ଛୁଇଛି । ଆଗାମୀ ଦିନରେ ଜିଲ୍ଲାର ବିକାଶକୁ ଆହୁରି ଆଗକୁ ବଢ଼ାଇବାକୁ ଆମ୍ଭେମାନେ ସମସ୍ତେ ମିଳିମିଶି ବିଧାୟକଙ୍କ ହାତମୁଠାକୁ ଟାଣ କରିବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ ଏହି ସଭାରେ ଦଶରଥପୁର ବ୍ଲକ ଅଧ୍ୟକ୍ଷ ଦିଗମ୍ବର ମଲ୍ଲିକ, ବିଜେଡ଼ି ଉପ-ସଭାନେତ୍ରୀ ସଂଯୁକ୍ତା ମହାନ୍ତି, ବ୍ଳକ ବିଜେଡ଼ି ସଭାପତି ଅଜୟ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ପାର୍ଥସାରଥି ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକ, ଯାଜପୁର ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡ଼ା, ଯାଜପୁର ପୌରାଧ୍ୟକ୍ଷା ରଂଜୁଲତା ହୋତା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ଯାଜପୁର ବ୍ଳକ ବିଜେଡ଼ି ସଭାପତି ପରେଶ ବିଶ୍ୱାଳ, ଜିଲ୍ଳା ବିଜେଡ଼ି ଉପ-ସଭାପତି ଗଣେଶ ମହାକୁଡ଼ ପ୍ରମୁଖ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛଚିଣା ସରପଞ୍ଚ ହିମାଂଶୁ ମହାନ୍ତି, ଚମ୍ପେଇପାଳ ସରପଞ୍ଚ ହିମାଂଶୁ ନାୟକ, ବ୍ଲକ୍ ଯୁବ ବିଜେଡ଼ି ସଭାପତି ସଞ୍ଜିତ ମହାନ୍ତିଙ୍କ ସମେତ ବରିଷ୍ଠ ବିଜେଡ଼ି ନେତା ମୁକ୍ତିକାନ୍ତ ପଣ୍ଡା, ଲକ୍ଷ୍ମୀନାରାୟଣ ସୁନ୍ଦରରାୟ, ନିରାକାର ସାହୁ, ଲକ୍ଷ୍ମୀଧର ସାହୁ, ହିମାଂଶୁ ମହାନ୍ତି, ଅମୀୟ ଜେନା, ପ୍ରକାଶ ସାମଲ, ଜ୍ୟୋତିରଂଜନ ପରିଡ଼ା, ଦିଲ୍ଲୀପ ମହାନ୍ତି, କୁଞ୍ଜବିହାରୀ ଦାସ, ପ୍ରଶାନ୍ତ ମଲ୍ଲିକ, ଧର୍ମରାଜ ଧିର, ବିଜୟ ନାୟକ, ସୀତାକାନ୍ତ ଶତପଥୀ, ମନୋଜ ରାଉତ, ଶିଶିର ଧଳ, ବିଜେଡ଼ି ସାଧାରଣ ସମ୍ପାଦକ ପ୍ରମୋଦ ସାହୁ, ବିଷ୍ଣୁଚରଣ ବେହେରା, ଅଜିତ ସାମଲସମେତ ବ୍ଳକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସରପ, ସମିତିସଭ୍ୟ/ସଭ୍ୟା, ବହୁ ବରିଷ୍ଠ ବିଜେଡ଼ି ନେତୃବୃନ୍ଦ, ମହିଳା, ଯୁବଛାତ୍ରଙ୍କ ସହିତ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏହି ପଦଯାତ୍ରାରେ ଯୋଗଦାନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *