ରାଜ୍ୟରେ ଶୀତ ଲହରି

ଜି ଉଦୟଗିରି ସବୁଠୁ ଥଣ୍ଡା ସହର
୨୦ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ
ଭୁବନେଶ୍ୱର, ୧୫ା୧୧(ବୁ୍ୟରୋ): ରାଜ୍ୟରେ ଶୀତ ପ୍ରକୋପ ବଢ଼ିଲା । ଅଧିକାଂଶ ସ୍ଥାନରେ ଶୀତ ପଡ଼ିଛି ଓ ୨୦ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲା ଜି ଉଦୟଗିରି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍ କରାଯାଇଛି । ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲସିଅସ୍ ରହିଛି । ଆଗାମୀ ୩/୪ ଦିନ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ଏବଂ ଥଣ୍ଡା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଦ୍ୱିତୀୟ ସ୍ଥାନରେ ରହିଛି କୋରାପୁଟର ଶିମିଳିଗୁଡ଼ା ।
ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଛି । ଏହା ତଳକୁ ରହିଛି ଫୁଲବାଣୀ-୧୦.୫ ଡିଗ୍ରୀ । କୋରାପୁଟରେ ୧୧, ଦାରିଙ୍ଗିବାଡ଼ିରେ ୧୧, ଦେବଗଡ଼-୧୩, ହୀରାକୁଦ-୧୩.୩, ବୌଦ୍ଧ ଓ ରାଣିତାଲ (ଭଦ୍ରକ)-୧୩.୫, ଢେଙ୍କାନାଳ ଓ ନୟାଗଡ଼-୧୩.୫, ସୋନପୁର-୧୪.୬ ଓ ସମ୍ବଲପୁର ତାପମାତ୍ରା ୪.୯ ଡିଗ୍ରୀ ରହିଛି । କଟକରେ ରାତିର ସର୍ବନିମ୍ନ ତାପମାତ୍ରା ୧୬.୪ ଥିବା ବେଳେ ଭୁବନେଶ୍ୱରରେ ୧୬ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *