କୋଇଲା ଡିପୋ ପାଇଁ ଜମି ଅଧିଗ୍ରହଣକୁ ବିରୋଧ

ଛେଣ୍ଡିପଦା (ଆପ୍ର): ଛେଣ୍ଡିପଦା ତହସିଲ ଦୁର୍ଗାପୁର ପାଣ ସାହି ମୌଜା ଏବଂ ଜେରେଙ୍ଗ ଦେହୁରୀ ସାହି ପଞ୍ଚାୟତର ଭାଗିରଥିପୁର ମୌଜାରେ ହେବାକୁ ଥିବା କୋଇଲା ଡିପୋ ଏବଂ କୋଲ ୱେସରୀକୁ ବିରୋଧ କରି ଭାଗିରଥିପୁର ଗ୍ରାମର ଶତାଧିକ ଲୋକ ଛେଣ୍ଡିପଦା ତହସିଲଦାର ଏବଂ ଅନୁଗୋଳ ଅତିରିକ୍ତଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର କୈାଣସି ଜନମତ ନ ନେଇ ଅଗଣତାନ୍ତ୍ରିକ ଭାବେ ଦୁର୍ଗାପୁର ପଞ୍ଚାୟତର ପାଣସାହି ମୈାଜା, ଜେରେଙ୍ଗ ଦେହୁରୀ ସାହି ପଞ୍ଚାୟତର ଭାଗିରଥିପୁର ମୌଜା, ଜରପଡା ପଞ୍ଚାୟତର କୁମୁରସିଙ୍ଗ ମୈାଜାର ଜନବସତି ଅଞ୍ଚଳରେ ଥିବା ଜମିକୁ କୋଇଲା ଡିପୋ, କୋଲ ୱଆସେରୀ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେବାକୁ ନୋଟିସ ଜାରି କରିଛନ୍ତି । ସରକାର ସରପଞ୍ଚଙ୍କ ଜରିଆରେ ଚଞ୍ଚକତା କରି ଅଗଣତାନ୍ତ୍ରିକ ଭାବେ ଜମି ଅଧିଗ୍ରହଣ ପାଇଁ ଚେଷ୍ଟା କରୁଛନ୍ତି ।
ଏହି ଅଞ୍ଚଳରେ ହରିଜନ, ଆଦିବାସୀ ଓ ଭୂମିହୀନ ପ୍ରଜାମାନେ ଶହେ ବର୍ଷରୁ ଊର୍ଦ୍ଧ୍ୱ ହେବ ବସବାସ କରିଆସୁଛନ୍ତି । ଏପର୍ଯ୍ୟନ୍ତ ସେମାନଙ୍କୁ ଘରଡିହ ପଟ୍ଟା ଦିଆଯାଇନାହିଁ । ଏହି ଅଞ୍ଚଳ ଏକ କୃଷି ବହୁଳ ଅଞ୍ଚଳ । ଜନସାଧାରଣ ଚାଷବାସ ଗୃହପାଳିତ ପଶୁ ପାଳନ ଭଳି ଜିବୀକାଉପରେ ନିର୍ଭର କରି ପରିବାର ପୋଷଣ କରିଥାନ୍ତି । ଏଥିପାଇଁ ସରକାରୀ ଜମି, ଗୋଚର ଉପରେ ଏଠିକାର ଅଧିବାସୀ ମାନେ ନିର୍ଭର କରିଥାନ୍ତି । ଏହି ଅଞ୍ଚଳ ସଂଲଗ୍ନରେ ଭରପୁର କୋଇଲା ଥିବାରୁ ଆଗାମୀ ଦିନରେ ଅନେକ ଲୋକ ନିଜର ଭିଟାମାଟି ହରାଇବେ । ରେଳ କରିଡ଼ର ଓ ରାସ୍ତା ପ୍ରଶସ୍ତିକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଥିବା ବେଳେ ଜମି ଅଧିଗ୍ରହଣ ନୋଟିସ ଜାରି ହେବା ଫଳରେ କୃଷି ଭିତ୍ତିକ ଜିବୀକାକୁ ଧ୍ୱଂସ କରିବାପାଇଁ ସରକାର ଚେଷ୍ଟା କରୁଛନ୍ତି । ଶିଳ୍ପ ଓ ଖଣି ପ୍ରତିଷ୍ଠା ଯୋଗୁଁ ବାୟୁ ପ୍ରଦୂଷଣ ବୃଦ୍ଧି ସହ ନାନା ରୋଗରେ ଲୋକେ ଶିକାର ହେବେ । ଏହି ଜମିରେ ନିର୍ଭର କରି ପରିବାର ପୋଷଣ କରୁଥିବା ଲୋକମାନେ ନିଜର ଜୀବିକା ହରାଇବା ଆଶଙ୍କା କରି ଏସ୍ୟୁସିଆଇ କମୁ୍ୟନିଷ୍ଟର ନବକିଶୋର ପ୍ରଧାନ, ଚାଷୀ ନେତା ରଣଜିତ ପ୍ରଧାନଙ୍କ ନେତୃତ୍ୱରେ ଭାଗୀରଥିପୁର କୋଡା ସାହିର ଶତାଧିକ ଲୋକ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *