ଆର୍ଏମ୍ସି ପରିବା ମାର୍କେଟ୍ ଉଚ୍ଛେଦ ନେଇ ଉତ୍ତେଜନା
ଯାଜପୁର (ଆପ୍ର): ଯାଜପୁର କିଆନାଳି ଛକ ଆର୍ଏମ୍ସି ପରିବା ମାର୍କେଟ୍ ଉଚ୍ଛେଦକୁ ନେଇ ଉତ୍ତେଜନା ଲାଗିରହିଛି । ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଆସିଥିବା ବେଳେ ଏହାକୁ ପରିବା ବ୍ୟବସାୟୀ ବିରୋଧ କରିବା ସହ ସେ ଜାଗାରୁ ନ ହଟିବା ପାଇଁ ଜିଦ୍ ଧରିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା । ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରିବାକୁ ଦାବି କରିଥିଲେ ବ୍ୟବସାୟୀ ।
ଏ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ଖବରଦାତାମାନଙ୍କୁ ଆର୍ଏମ୍ସି ସମ୍ପାଦକ ରମେଶ ସ୍ୱାଇଁ ଦୁର୍ବ୍ୟବହାର କରିଥିବା ବେଳେ କିଛି ସମୟ ପାଇଁ ଖବରଦାତା ଓ ଆର୍ଏ୍ମସି କର୍ମଚାରୀମାନଙ୍କ ମଧ୍ୟରେ ଉତ୍ତେଜନ ବୃଦ୍ଧି ପାଇଥିଲା । ଏହାକୁ ପ୍ରସମିତ କରିବା ପାଇଁ ଉପଜିଲ୍ଲାପାଳ ଗୋପିନାଥ କୁଅଁର ଖବରଦାତାମାନଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ସ୍ୱଭାବିତ ହୋଇଥିଲା । ଆର୍ଏମ୍ସି ପରିବା ମାର୍କେଟକୁ ଉଚ୍ଚେଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପୂର୍ବରୁ ଉଚ୍ଛେଦ ନୋଟିସ୍ ଦିଆଯାଇଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ସମେୟରେ ବ୍ୟବସାୟୀମାନେ ଉତ୍ୟକ୍ତ ହୋଇ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଥିଲେ । ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ କରାଯାଉବୋଲି ବ୍ୟବସାୟୀମାନେ ଜିଦ୍ ଧରି ବସିବାରୁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରହିଥିଲା । ଆଇନ୍ ଶୃଙ୍ଖଳ ପରିସ୍ଥିତିକୁ ନଜରରେ ରଖି ଘଟଣା ସ୍ଥଳରେ ୪ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଅନ୍ୟପକ୍ଷରେ ଦାବି ପୂରଣ ନ ହେଲେ ଉଚ୍ଛେଦ ପ୍ରକି୍ରୟାକୁ କାର୍ଯ୍ୟକାରୀ କରାଇ ଦିଆଯିବନାହିଁ ବୋଲି ବ୍ୟବସାୟୀ ଚେତାବନ ଦେଇଛନ୍ତି ।