୮ଠଠ କୋଟି ଆଶା, ୮ଠଠ କୋଟି ସ୍ୱପ୍ନ…

ଆମ ଉପଗ୍ରହ ଏବେ ୮ଠଠ କୋଟି ଲୋକଙ୍କ ବାସଭୂମି
ନୁ୍ୟୟର୍କ/ନୂଆଦିଲ୍ଲୀ, ୧୫ା୧୧: ମଙ୍ଗଳବାର ଭୂମିଷ୍ଠ ହୋଇଛି ୮ଠଠ କୋଟିତମ ଶିଶୁ । ଜନସଂଖ୍ୟାର ରିଅଲ୍ ଟାଇମ୍ ଟ୍ରାକ୍ କରୁଥିବା ୱେବସାଇଟ୍ ୱାର୍ଲ୍ଡୋମିଟର୍ସ.ଇନ୍ଫୋ ଅନୁଯାୟୀ ମଙ୍ଗଳବାର ଦ୍ୱପ୍ରହର ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଶିଶୁ ଜନ୍ମ ନେଇଛି । ଏହା ସହିତ ପୃଥିବୀ ଜନସଂଖ୍ୟା ହୋଇଛି ୮ଠଠ କୋଟି ବା ୮ ବିଲିଅନ୍ । ଜନସଂଖ୍ୟା ଉପରେ ଜାତିସଂଘ ରିପୋର୍ଟରେ ପୂର୍ବରୁ ଆକଳନ କରାଯାଇଥିଲା ଯେ ୨ଠ୨୨ ନଭେମ୍ବର ୧୫ ତାରିଖ ଦିନ ପୃଥିବୀ ଜନସଂଖ୍ୟା ୮ଠଠ କୋଟି ହୋଇଯିବ । ମଙ୍ଗଳବାର ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍ଏଫ୍ପିଏ) ପକ୍ଷରୁ ଟ୍ୱିଟ୍ କରାଯାଇଛି- “୮ଠଠ କୋଟି ଆଶା, ୮ଠଠ କୋଟି ସ୍ୱପ୍ନ, ୮ଠଠ କୋଟି ସମ୍ଭାବନା । ଆମ ଉପଗ୍ରହ ଏବେ ୮ଠଠ ମନୁଷ୍ୟଙ୍କ ବାସଭୂମି ।”
ଜନବିସ୍ଫୋରଣ ସମ୍ବନ୍ଧୀୟ ଏହି ସଂଖ୍ୟାର ବିଶେଷତ୍ୱଟି ହେଉଛି ପୃଥିବୀ ଜନସଂଖ୍ୟାରେ ୨ଠଠ କୋଟି ବୃଦ୍ଧି ମାତ୍ର ୨୪ ବର୍ଷ ଭିତରେ ହୋଇଛି । ୧୯୯୮ରେ ଦୁନିଆର ଜନସଂଖ୍ୟା ଥିଲା ୬ଠଠ କୋଟି । ୨ଠ୧ଠରେ ତାହା ୭ଠଠ କୋଟିକୁ ବୃଦ୍ଧି ପାଇଥିଲା । ପରବର୍ତ୍ତୀ ୧୨ ବର୍ଷ ଭିତରେ ଅର୍ଥାତ୍ ୨ଠ୧୧ରୁ ୨ଠ୨୨ ଭିତରେ ଆଉ ୧ଠଠ କୋଟି ବଢ଼ିଲା । ଏହି କ୍ରମବର୍ଦ୍ଧିଷ୍ଣୁ ଧାରାରେ ୨ଠ୨୨ ନଭେମ୍ବର ୧୫ରେ ପୃଥିବୀରେ ୮ଠଠ କୋଟିତମ ଶିଶୁ ଜନ୍ମ ନେଇଛି ।
ପୃଥିବୀ ଜନସଂଖ୍ୟା ସମ୍ବନ୍ଧୀୟ ରେକର୍ଡ ଯୀଶୁଖ୍ରୀଷ୍ଣଙ୍କ ଜନ୍ମ ପରଠାରୁ ଉପଲବ୍ଧ । ଏହାର ଅର୍ଥ ୨ଠଠଠରୁ ଅଧିକ ବର୍ଷର ଜନସଂଖ୍ୟା ବୃଦ୍ଧି ତଥ୍ୟ ମିଳୁଛି । ଯୀଶୁଙ୍କ ଜନ୍ମବେଳକୁ ପୃଥିବୀରେ ଥିଲେ ୨ଠ କୋଟି ଲୋକ । ୨ଠ କୋଟି ୧ଠଠ କୋଟିରେ ପହଞ୍ଚôବାକୁ ଲାଗିଲା ୧୮ଠଠ ବର୍ଷ । ତା’ପରେ ୧ଠଠ କୋଟିରୁ ୨ଠଠ କୋଟି ହେବାକୁ ଆଉ ୧୩ଠ ବର୍ଷ ଲାଗିଲା । ଶିଳ୍ପ ବିପ୍ଳବ ସହ ସ୍ୱାସ୍ଥ୍ୟସେବାରେ ଦ୍ରୁତ ଉନ୍ନତି କାରଣରୁ ନବଜାତ ଶିଶୁ ଓ ପ୍ରସୂତି ମହିଳା ମୃତୁ୍ୟ ସଂଖ୍ୟା କମିବାକୁ ଲାଗିଲା ଏବଂ ତା’ ସହିତ ଜନସଂଖ୍ୟା ବଢ଼ିବାକୁ ଲାଗିଲା । ପରବର୍ତ୍ତୀ ୩ଠ ବର୍ଷରେ ପୃଥିବୀ ଜନସଂଖ୍ୟା ୩ଠଠ କୋଟିରୁ ୪ଠଠ କୋଟିକୁ ଲମ୍ଫ ଦେଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *