ଦୁଇମାସ ମଧ୍ୟରେ କାମ ଆରମ୍ଭ ହେବ
ସିଦ୍ଧମହାବୀର ମନ୍ଦିର ଚତୁର୍ପାଶ୍ୱର୍ ପୁନରୁଦ୍ଧାର
ପୁରୀ (ବୁ୍ୟରୋ): ରାଜ୍ୟର ବିଭିନ୍ନ ଦେବାଳୟ ଉନ୍ନତୀକରଣ କରାଯାଉଛି । ଏହାରି ମଧ୍ୟରେ ପୁରୀର ବହୁ ପୁରାତନ ସିଦ୍ଧବହାବୀର ମନ୍ଦିରର ଚତୁର୍ପାଶ୍ୱର୍ ହେବ ପୁନରୁଦ୍ଧାର । ସେ ନେଇ ବ୍ଲୁ-ପ୍ରିଣ୍ଟ୍ ସରିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ମଙ୍ଗଳବାର ଭୋର ସମୟରେ ଜିଲ୍ଲାପାଳ ଶ୍ରୀ ବର୍ମା ସିଦ୍ଧମହାବୀର ମନ୍ଦିରକୁ ଆସି ମନ୍ଦିର ସମେତ ଚତୁର୍ପାଶ୍ୱର୍ ଅଞ୍ଚଳକୁ ବୁଲି ଦେଖିଛନ୍ତି । ତତ୍ସହିତ ସ୍ଥାନୀୟ ଅଞ୍ଚଳର ସମସ୍ୟା ନେଇ ଅଧିବାସୀଙ୍କ ସହ ଆଲୋଚନା କରିଛନ୍ତି ।
ଏନେଇ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୨ ମାସ ମଧ୍ୟରେ ସିଦ୍ଧମହାବୀର ଅଞ୍ଚଳ ଓ ମନ୍ଦିର ଚତୁର୍ପାଶ୍ୱର୍ର ଉନ୍ନତୀକରଣ କରାଯିବ । ଏଥିଲାଗି ୭୧ ଲକ୍ଷ ଟଙ୍କାର ଡକା ଯାଇଛି । ଟେଣ୍ଡର ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ । ବିଶେଷ ଭାବେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଉନ୍ନତମାନର ଶୌଚାଳୟ, ବିଶୁଦ୍ଧ ପାନୀୟ, ପୋଖରୀର ପୁନରୁଦ୍ଧାର, ପାର୍କ, ଡ୍ରେନେଜ୍ ଓ ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଉନ୍ନତୀକରଣ କରାଯିବ ।
ଅନ୍ୟପକ୍ଷରେ ଉକ୍ତ ଅଞ୍ଚଳ ବର୍ଷାଦିନେ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଘରେ ପାଣି ଲହଡ଼ି ମାରୁଛି । ଏନେଇ ସ୍ଥାନୀୟ ଅଧିବାସୀ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ଖୁବ୍ଶୀଘ୍ର ଡ୍ରେନେଜ୍ କାର୍ଯ୍ୟ କରାଯାଇ ଲୋକଙ୍କ ଅସୁବିଧାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।