ଜନସେବାରେ ଉତ୍ସର୍ଗୀକୃତ ହେବାକୁ ଆହ୍ୱାନ
ବିଜେଡିର ଜନସମ୍ପର୍କ ପଦଯାତ୍ରା
ବ୍ରହ୍ମପୁର (ବୁ୍ୟରୋ): ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ମଙ୍ଗଳବାର ଗୋପାଳପୁର ନିର୍ବାଚନମଣ୍ଡଳୀ ତଥା ବ୍ରହ୍ମପୁର ମହାନଗର ନିଗମର ୪୧ ଓ ୪୨ନମ୍ବର ୱାର୍ଡରେ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୪୧ନମ୍ବର ୱାର୍ଡର ଜୟପ୍ରକାଶ ନଗରରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଇଞ୍ଜିିନିୟର ସ୍କୁଲ ଛକ, ଖୋଡାସିଂ ଛକ ହୋଇ ୪୨ନମ୍ବର ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ଛକ ଠାରେ ପହଞ୍ଚôଥିଲା । ସେଠାରୁ ସ୍ଥାନୀୟ କର୍ପୋରେଟର ତଥା ନିଗମର ଡେପୁଟି ମେୟର ଇ.ବିବେକ ରେଡ୍ଡିଙ୍କ ନେତୃତ୍ୱରେ ଆମ୍ବପୁଆ ନୂଆସାହି, ଖଣ୍ଡିଆ ସାହି, ହରିଜନ ସାହି, ବଡସାହି ପରିକ୍ରମା କରିବା ପରେ ସେଠାରେ ସଭା ହୋଇଥିଲା । ୪୨ନମ୍ବର ୱାର୍ଡ କର୍ପୋରେଟର ତଥା ନିଗମର ଡେପୁଟି ମେୟର ଇ.ବିବେକ ରେଡ୍ଡିଙ୍କ ଦ୍ୱାରା ଆୟୋଜିତ ସାଧାରଣ ସଭାରେ ଅତିଥିମାନେ ଯୋଗ ଦେଇଥିଲେ । ସ୍ଥାନୀୟ ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଜନସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ଦଳର କର୍ମୀ ଓ ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଡ.ଗୋପବନ୍ଧୁ ଦାସ ଯୋଗଦେଇ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ । ବିଜେଡି ଦଳ ସର୍ବଦା ଓଡ଼ିଶାବାସୀଙ୍କ ସେବା କରି ଆସୁଛି ଓ ଆଗକୁ ଏହି ସେବା ଜାରି ରହିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ମେୟର ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଏସ୍.ରାଜେଶ୍ୱରୀ ଦୋରା, ୪୧ନମ୍ବର ୱାର୍ଡ କର୍ପୋରେଟର ମଳୟ ବିଷୋୟୀ, ଗୋପାଳପୁର ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ମହାନଗର ସଭାପତି ବିଜୟ ସାମଲ, ଯୁବ ସଭାପତି ଅଜିତ୍ ପଣ୍ଡା, ଛାତ୍ର ସଭାପତି ଶୋଭନ ନାୟକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡା, ଯୁବନେତା ଏ.ସନ୍ତୋଷ ପାତ୍ର, ରଙ୍ଗେଇଲୁଣ୍ଡା ବ୍ଲକ୍ ବିଜେଡି ସଭାପତି ଅଜିତ ଦାଶ, ଯୁବ ସଭାପତି ବିନୋଦ ମହାଙ୍କୁଡ, ମିଲୁ ମହାନ୍ତି, କର୍ପୋରେଟର ଆପ୍ପା ରାଓ, ଦୁର୍ଗା ଲାୟକ, ଗୀତାରାଣୀ ପଣ୍ଡା, ସୋନାଲି ଗନ୍ତାୟତ, ଜାମୁଲା ଶ୍ରୀନୁ, ଅଶ୍ୱିନୀ ପଟ୍ଟନାୟକ, ତ୍ରିପତୀ ପାତ୍ର, ସୁରେନ୍ଦ୍ର ମହାରଣା, ମଳୟ ବିଷୋୟୀ, ମମତା ବିଷୋୟୀ, ଯୁବ ବିଜେଡଇ ସଭାପତି ଭବାନୀକାନ୍ତ ସାହୁ, ଅଜିତ ରାଉଳ, ଗୀତାରାଣୀ ପଣ୍ଡା, ଜ୍ୟୋସ୍ନା ନାୟକ, ଦୁର୍ଗାପ୍ରସାଦ ପଣ୍ଡା, ଉମା ନାୟକ, ଲାଠି ସରପଞ୍ଚ ରାଧାମୋହନ ସେଠୀଙ୍କ ସମେତ ଆମ୍ବପୁଆ ଗ୍ରାମର ଜି.ଗୋପାଳକୃଷ୍ଣ ରେଡ୍ଡି, ନାଗଭୂଷଣ ରେଡ୍ଡି, ଇ.ଦିଲେଶୁ ରେଡ୍ଡି, ଜଗନ୍ନାଥ ରେଡ୍ଡି, ବାବୁ ରେଡ୍ଡି, ସାଇପ୍ରସାଦ ରେଡ୍ଡି, କମଳ କିରଣ, ପ୍ରକାଶ ସାହୁ, ମଣ୍ଟୁ ରେଡ୍ଡି, ଗୁରୁନନ୍ଦନ ରାଓ, ଦିବାକର ରାଓ, ଶିବ ମହାରଣା, ଦେବେନ୍ଦ୍ର ଦାସଙ୍କ ସମେତ ବ୍ରହ୍ମପୁର ମହାନଗରର ସମସ୍ତ କର୍ମୀ ଓ କର୍ପୋରେଟରଙ୍କ ସହ ଆମ୍ବପୁଆ ଗ୍ରାମର ହଜାର ହଜାର ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।