ବିଦୁ୍ୟତ୍ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ଧାରଣା

ରାଜନଗର (ଆପ୍ର): ରାଜନଗର ବିଦୁ୍ୟତ୍ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୁକ ପକାଇ ଦୁଇ ଦୁଇଟି ହିଟରରେ ରୋଷେଇ କରିବା ଘଟଣାର ପର୍ଦ୍ଦାଫାଶ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ସହକାରୀ ଯନ୍ତ୍ରୀଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ସାମ୍ବାଦିକମାନେ ସହକାରୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । । ବିଦୁ୍ୟତ୍ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ.ପ୍ରଦୀପ୍ତ କୁମାର ଦାଶ ପହଁଚି ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ । ଏପରିକି ହିଟର ଲାଗିଥିବା ସ୍ଥାନ ବୁଲି ଦେଖିଥିଲେ । ନିର୍ବାହୀଯନ୍ତ୍ରୀଙ୍କ ଆଲୋଚନା ପରେ ସହକାରୀ ଯନ୍ତ୍ରୀ କୁଳମଣି ସେଠୀ ସେଦିନର ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ବେଆଇନ ଭାବେ ହିଟର ଜାଳି ଶକ୍ତି ଅପଚୟ କରିବା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାହୀଯନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ବିଦୁ୍ୟତ୍ ବିଭାଗର ସହକାରୀ ଯନ୍ତ୍ରୀ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ବିଭିନ୍ନ ନାରାବାଜି କରି ସାନବଡଗୋପାଳପୁର ଠାରେ ଥିବା ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସାମ୍ବାଦିକ ଜଗନ୍ନାଥ ଦାସ, ଭାସ୍କର ରାଉତରାୟ, ବସନ୍ତ କୁମାର ହାତି, ଦୋଳଗୋବିନ୍ଦ ଜେନା, ପ୍ରବୀର କୁମାର ନାୟକ, ତାପସ କୁମାର ପରିଡା ପ୍ରମୁଖ ଧାରଣାରେ ବସିଥିଲେ । ସମାଧାନର ବାଟ ନ ବାହାରିବାରୁ ନିର୍ବାହୀଯନ୍ତ୍ରୀ କେନ୍ଦ୍ରାପଡାରୁ ଆସି ପହଁଚିବା ପରେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆଲୋଚନା କରିଥିଲେ । ସେଦିନର ଘଟଣା ପାଇଁ ସହକାରୀ ଯନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ । ବିଦୁ୍ୟତ୍ ବିଭାଗ କାର୍ଯ୍ୟାଳୟର ଯେଉଁ କୋଠରୀରେ ହିଟର ମାଧ୍ୟମରେ ରୋଷେଇ ହେବାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା ଏବଂ ସହକାରୀ ଯନ୍ତ୍ରୀ ମିଟର ବସାଇ ହିଟର ଜାଳୁଛୁ ବୋଲି ସ୍ୱୀକାର କରିଥିଲେ ମଧ୍ୟ ସେ କୋଠରୀରେ ହିଟରର ଚିହ୍ନ ବର୍ଣ୍ଣ ନ ଥିଲା । ଏହି ଘଟଣାରେ ନିଶ୍ଚିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ, ଏପରିକି ସହକାରୀଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ଜାରି କରାଯିବ ବୋଲି ନିର୍ବାହୀଯନ୍ତ୍ରୀ ଶ୍ରୀ ଦାଶ ପ୍ରତିଶ୍ରୁତି ଦେଇଛନ୍ତି । ସାଧାରଣ ଲୋକଟିଏ କେଉଁଠି ହୁକ ପକାଇଲେ କିମ୍ବା ସାମାନ୍ୟ କେଉଁଠି ବ୍ୟତିକ୍ରମ ଦେଖିଲେ, ବିଦୁ୍ୟତ୍ ବିଭାଗ ପକ୍ଷରୁ କଡାକଡି ଯାଞ୍ଚ କରାଯିବା ସହ ମୋଟା ଅଙ୍କର ଯୋରିମାନା ଆଦାୟ କରାଯାଉଛି । ମାତ୍ର କର୍ମଚାରୀ ଯଦି ବିଦୁ୍ୟତ୍ ଚୋରି କରିବେ, ତାଙ୍କ ବିରୁଦ୍ଧରେ କିଏ ନେବ କାର୍ଯ୍ୟାନୁଷ୍ଠାନ? ସେ ନେଇ ଏବେ ସବୁ ମହଲରେ ପ୍ରଶ୍ନ । ଅନ୍ୟପକ୍ଷରେ ସମଗ୍ର ରାଜନଗର ବ୍ଲକ୍ରେ ଏହି ଘଟଣାକୁ ନେଇ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ସାଧାରଣ ଉପଭୋକ୍ତାଙ୍କ କହିବା କଥା ହେଲା ଯଦି ବିଦୁ୍ୟତ୍ ଚୋରି କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଆଉ ବିଦୁ୍ୟତ୍ କର୍ମଚାରୀଙ୍କୁ ଗାଁକୁ ପୁରାଇ ଦେବେନାହିଁ ବୋଲି ଚେତାବନି ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *