ବଳପୂର୍ବକ ଧର୍ମାନ୍ତରୀକରଣ ଦେଶ ପ୍ରତି ବିପଦ

ନୂଆଦିଲ୍ଲୀ (ଏଜେନ୍ସି): ଜବଦସ୍ତ ଧର୍ମାନ୍ତୀକରଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହା ଏକ ଗମ୍ଭୀର ବିଷୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାକୁ ରୋକିବା କି ଯାଞ୍ଚ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରକୁ ତାଗିଦ କରିଛନ୍ତି ଅଦାଲତ । ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ଧର୍ମାନ୍ତୀକରଣ ଏକ ଗୁରୁତର ପ୍ରସଙ୍ଗ । ଯଦି ରୋକା ନ ଯାଏ ତେବେ ପରିସ୍ଥତି ଭୟାବହ ହେବ । ଜଷ୍ଟିସ ଏମ୍ଆ୍ର ଶାହା ଏବଂ ହିମା କୋହଲିଙ୍କ ନ୍ୟାୟପୀଠ ମାମଲାର ଶୁଣାଣି କରି ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଧର୍ମାନ୍ତରୀକରଣ ପ୍ରତିରୋଧ ନିମିତ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ନ୍ୟାୟପୀଠ କହିଛନ୍ତି, ଏହା ଏକ ଗମ୍ଭୀର ବିଷୟ, ଜୋର ଜବରଦସ୍ତ ଧର୍ମାନ୍ତୀକରଣ ବନ୍ଦ କରିବାକୁ କେନ୍ଦ୍ର ପଦକ୍ଷେପ ନେବା ଉଚିତ । ଅନ୍ୟଥା ଜଟିଳ ସ୍ଥିତି ଉତ୍ପନ୍ନ ହେବ ଯାହାକି ସୁରକ୍ଷା ଓ ଧାର୍ମିକ ସ୍ୱାଧୀନତା ପ୍ରତି ବିପଦ ସାଜିପାରେ ବୋଲି ନ୍ୟାୟପୀଠ ଚେତାବନୀ ଦେଇଛନ୍ତି । କେନ୍ଦ୍ର ଏକ ସତ୍ୟପାଠ ଦାଖଲ କରି କି ପଦକ୍ଷେପ ନିଆଯାଇଛି ତାହା ସ୍ପଷ୍ଟ କରିବା ଉଚିତ ।
ଆଡ୍ଭୋକେଟ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ କୋର୍ଟ କେନ୍ଦ୍ରକୁ ନୋଟିସ କରିଛନ୍ତି । ଉପାଧ୍ୟାୟ ତାଙ୍କ ଆବେଦନରେ କେନ୍ଦ୍ର ଓ ରାଜ୍ୟ ସରକାର ବଳପୂର୍ବକ ଧର୍ମାନ୍ତୀକରଣକୁ ରୋକିବା ପାଇଁ ପଦକ୍ଷେ ନେବା ନିମିତ୍ତ ନିଦେ୍ର୍ଦଶ ଦେବାକୁ ଅପିଲ କରିଛନ୍ତି । ସେ ଦର୍ଶାଇଛନ୍ତି, ପ୍ରଲୋଭନ, ଧମକ ଏବଂ ମୋଟା ଅଙ୍କର ଅର୍ଥ ଦେଇ ଧର୍ମାନ୍ତୀକରଣ କରାଯାଉଛି । ଏହା ଜାତୀୟ ସମସ୍ୟାରେ ପରିଣତ ହୋଇଛି । ଅନେକ ରାଜ୍ୟରେ ଏହି ସମସ୍ୟା ଉକ୍ରଟ ହେଲାଣି ଓ ମୁକାବିଲା ପାଇଁ ସରକାର ତତ୍ପର ହେବା ଉଚିତ । ପ୍ରତି ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରୁ ଧର୍ମାନ୍ତୀରକରଣ ମାମଲା ସାମ୍ନାକୁ ଆସୁଛି । ଏପରିକି ଧର୍ମାନ୍ତୀକରଣ ପାଇଁ ଅନ୍ଧବିଶ୍ୱାସର ସାହାରା ନିଆଯାଉଛି । କିନ୍ତୁ ଏ ସଂପର୍କରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ସଚେତନ ନ ଥିବା ଉପାଧ୍ୟାୟ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *