ହେତୁବାଦୀଙ୍କୁ ଶ୍ରୀମନ୍ଦିର ମନା

ମହାପ୍ରଭୁଙ୍କୁ ନେଇ ହେତୁବାଦୀଙ୍କ ଅଶାଳୀନ ମନ୍ତବ୍ୟ
ପୁରୀ (ବୁ୍ୟରୋ): ମହାପ୍ରଭୁଙ୍କ ପ୍ରତି ହେତୁବାଦୀଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏନେଇ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ଓ ଶ୍ରୀମନ୍ଦିର ସେବାୟତ ପକ୍ଷରୁ ସୋମବାର ପୂର୍ବାହ୍ନରେ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସେମାନେ ଦାବି କରିଛନ୍ତି ଯେ, ରାଜ୍ୟ ସରକାର ହେତୁବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ତତ୍ସହିତ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସଂସାରର ଧର୍ମ ରକ୍ଷକ ହେଉଛନ୍ତି ସେବାୟତ । ସେଥିପାଇଁ ଭଗବାନ ଆମ୍ଭମାନଙ୍କୁ ସେବାୟତ କୂଳରେ ଜନ୍ମ ଦେଇଛନ୍ତି । ହେତୁବାଦୀଙ୍କ ଏଭଳି ମନ୍ତବ୍ୟକୁ ନେଇ ସେବାୟତମାନେ ଆଉ ଚୁପ୍ ରହିବେ ନାହିଁ । ଅନ୍ୟପକ୍ଷରେ ଆଗାମୀ ଦିନରେ ସମସ୍ତ ସେବାୟତ ଏକତି୍ରତ ହୋଇ ଧର୍ମଦ୍ରୋହୀଙ୍କ ବିରୋଧରେ ଆନେ୍ଦାଳନ ଡାକରା ଦେଇ ସାରା ରାଜ୍ୟରେ ହେତୁବାଦୀଙ୍କୁ ବିରୋଧ କରାଯିବ । ଏ ସମ୍ପର୍କରେ ବରିଷ୍ଠ ସେବାୟତ କାଶୀନାଥ ଖୁଣ୍ଟିଆ କହିଛନ୍ତି, ହେତୁବାଦୀମାନେ ଭୁବନେଶ୍ୱରରୁ ଆଣ୍ଠେଇ ଆସି ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ଯଦି ସେମାନେ କ୍ଷମା ନ ମାଗନ୍ତି ତା’ ହେଲେ ଆମେ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବୁ । ଏଥିସହ ଆଗାମୀ ଦିନରେ କୌଣସି ହେତୁବାଦୀଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦେବୁ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏନେଇ ମଧ୍ୟ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *