ପାଣ୍ଡ୍ୟାଙ୍କୁ ୨ଠ୨୪ ଟି-୨ଠ ବିଶ୍ୱକପ୍ କ୍ୟାପ୍ଟେନ କଲେ ରିସ୍କ ଅଛି

ନୂଆଦିଲ୍ଲୀ, ୧୪ା୧: ଟିମ ଇଣ୍ଡିଆ ଚଳିତ ବର୍ଷ ଟି-୨୦ ବିଶ୍ୱକପରୁ ବିଦା ହେବା ପରେ ବହୁ ଆଳାପ ଆଲୋଚନା ଚାଲିଛି । ୨୦୨୪ ଟି-୨୦ ବିଶ୍ୱକପ୍ରେ ଭାରତର ଅଧିନାୟକ କିଏ ହେବେ, ତା’କୁ ନେଇ ବିତର୍କ ମଧ୍ୟ ଆରମ୍ଭ ହୋଇଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଚଳିତ ବର୍ଷ ଟି-୨୦ ବିଶ୍ୱକପ ସେମିରେ ପହଞ୍ଚିଥିଲା । କିନ୍ତୁ ଇଂଲଣ୍ଡ ବିପକ୍ଷରେ ଦୁର୍ବଳ ପ୍ରଦର୍ଶନ ଭାରତକୁ ଟୁର୍ଣ୍ଣାମେଣ୍ଟରୁ ବିଦା କଲା । ରୋହିତଙ୍କୁ ଏବେ ୩୫ ବର୍ଷ ହୋଇ ସାରିଥିବାରୁ ୨୦୨୪ ବେଳକୁ ସେ ୩୭ ବର୍ଷରେ ପାଦ ଦେଇଥିବେ । ତେଣୁ ତାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଖେଳିବ ବୋଲି ଚର୍ଚ୍ଚା ହେଉଛି । ଏହାକୁ ଅନେକ ପୂର୍ବତନ କ୍ରିକେଟର ମଧ୍ୟ ସମର୍ଥନ କରିଛନ୍ତି । ଚୟନ କମିଟିର ପୂର୍ବତନ ମୁଖ୍ୟ ତଥା ଭାରତୀୟ ଦଳର ପୂର୍ବତନ ଓପନର୍ ବ୍ୟାଟର୍ କେ ଶ୍ରୀକାନ୍ତ ହାର୍ଦ୍ଦିକଙ୍କ ନେତୃତ୍ୱରେ ୨୦୨୪ ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି ।
ହେଲେ ପାଣ୍ଡ୍ୟାଙ୍କୁ ନେତୃତ୍ୱ ଦେବା ଉପରେ ଫୋକସ କଲେ ଅନେକ ରିସ୍କ ରହିଛି ବୋଲି କହିଛନ୍ତି ପୂର୍ବତନ ଅଲ୍ରାଉଣ୍ଡର ଇର୍ଫାନ ପଠାନ । ସେୂ କହିଛନ୍ତି, ପାଣ୍ଡ୍ୟା ଜଣେ ଦକ୍ଷ ଖେଳାଳି ଏହା ନିଃସନେ୍ଦହ । ତଥାପି ଟି-୨୦ ବିଶ୍ୱକପ୍ ପାଇଁ କେବଳ ତାଙ୍କୁ ନେତୃତ୍ୱ ଦେବାକୁ ଚିନ୍ତା କରିବାରେ ଅନେକ ରିସ୍କ ରହିଛି । କେବଳ ପାଣ୍ଡ୍ୟା ନୁହନ୍ତି ଏକାଧିକ ଖେଳାଳିଙ୍କୁ ନେତୃତ୍ୱ ନେବାର ଦକ୍ଷତା ଏବେଠାରୁ ବିସିସିଆଇ ଶିଖାଇବା ଆବଶ୍ୟକ । ସମୟ ଆସିଲେ ସେମାନେ ମଧ୍ୟ ଦଳକୁ ଲିଡ୍ ଦେବାରେ ସକ୍ଷମ ହେବେ । ଏତଦ୍ଭିନ୍ନ କ୍ୟାପ୍ଟେନ୍ ବଦଳି ଗଲେ ଯେ ରେଜଲ୍ଟ ବଦଳି ଯିବ ସେଭଳି ଚିନ୍ତାଧାରା ମଧ୍ୟ ଠିକ୍ ନୁହେଁ ବୋଲି କହିଛନ୍ତି ପଠାନ ।
ଅନ୍ୟପକ୍ଷରେ ପାଣ୍ଡ୍ୟାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପ୍ରାକ୍ତନ ଓପ୍ନର ଶ୍ରୀକାନ୍ତ । ସେ କହିଛନ୍ତି, ୟୂଏସ୍ ଏବଂ ୱେଷ୍ଟ ଇଣ୍ଡିଜ୍ରେ ହେବାକୁ ଥିବା ୨୦୨୪ ବିଶ୍ୱକପ୍ ପାଇଁ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ୍ କରାଯିବା ଆବଶ୍ୟକ । ‘ଯଦି ମୁଁ ମନୋନୟନ କମିଟିର ମୁଖ୍ୟ ହୋଇଥାନ୍ତି ତେବେ ହାର୍ଦ୍ଦିକଙ୍କୁ ଏକ ନମ୍ବର କରିବାକୁ ବାଟ ସଫା କରିଥାନ୍ତି । ଜଣେ ଫାଷ୍ଟ ବୋଲର ଅଲରାଉଣ୍ଡର ଭାବେ ତାଙ୍କୁ କ୍ୟାପ୍ଟେନ୍ କରିବା ଲାଗି ନୁ୍ୟଜିଲାଣ୍ଡ ସିରିଜ୍୍ରୁ ପ୍ରସ୍ତୁତି କରାଯିବା ଉଚିତ ବୋଲି ଷ୍ଟାର୍ ସ୍ପୋଟ୍ସସ୍ ପ୍ରେଗ୍ରାମ୍ ମ୍ୟାଚ୍ ପଏଣ୍ଟରେ ଯୋଗଦେଇ କହିଛନ୍ତି ।
ସୂଚନାଯୋଗ୍ୟ ଆସନ୍ତା ୧୮ ତାରିଖରୁ ନୁଜିିଲ୍ୟାଣ୍ଡ ବିପକ୍ଷରେ ଭାରତ ୩ଟି ଟି-୨୦ ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍ ଖେଳିବ । ଟି-୨୦ରେ ପାଣ୍ଡ୍ୟା ଭାରତର କମାଣ ସମ୍ଭାଳିବାକୁ ଥିବା ବେଳେ ଦିନିକିଆରେ ଶିଖର ଧୱନ ନେତୃତ୍ୱ ନେବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *